ଉତ୍କଳ ଆଲୁମିନାରେ ୪୧ତମ ଓଡ଼ିଶା ମେଟାଲିଫେରସ୍‍ ଖଣି ନିରାପତ୍ତା ସପ୍ତାହ ପାଳିତ

ଓଡ଼ିଆ ବାର୍ତ୍ତା/ ରାୟଗଡା/ କାଶୀପୁର (ଶିବ ନାରାୟଣ ଗୈାଡ/ ଆଲାରାମ ଭାତ୍ରା): ଆଦିତ୍ୟ ବିର୍ଲା ଗ୍ରୁପ୍‍ର ହିଣ୍ଡାଲ୍‍କୋ ଲିମିଟେଡର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡର ବାଫିଲମାଳି ବକ୍ସାଇଟ ଖଣିଠାରେ ୪୧ତମ ଓଡ଼ିଶା ମେଟାଲିଫେରସ୍‍ ଖଣି ନିରାପତ୍ତା ସପ୍ତାହ ଇତିମଧ୍ୟରେ ଭୁବନେଶ୍ୱରସ୍ଥିତ ଖଣି ନିରାପତ୍ତା ମହାନିର୍ଦ୍ଦେଶାଳୟ ମାର୍ଗଦର୍ଶନରେ ପାଳିତ ହୋଇଯାଇଛି । ଖଣି ନିରାପତ୍ତା ସପ୍ତାହ ପାଳନ ନିମନ୍ତେ ଉତ୍କଳ ଆଲୁମିନା ପ୍ରବନ୍ଧ ଲିଖନ, ସ୍ଲୋଗାନ ଲିଖନ ଏବଂ ପୋଷ୍ଟର ପ୍ରସ୍ତୁତି ପ୍ରତିଯୋଗିତା ଆଦି ବିବିଧ କାର୍ଯ୍ୟକ୍ରମ ତାହାର କର୍ମଚାରୀ ଏବଂ ଆଦିତ୍ୟ ବିର୍ଲା ପବ୍ଲିକ ସ୍କୁଲ ଛାତ୍ରଛାତ୍ରୀଙ୍କ ନିମନ୍ତେ ଆୟୋଜନ କରିଥିଲା ।ତଦାରଖକାରୀ ଦଳର ଏ କେ ପାତ୍ର, ଫାକର୍‍ (ଆବାହକ), ସରୋଜ ମହାନ୍ତ, ଇମ୍‍ଫା, ପି କେ ପ୍ରଧାନ, ଫାକର୍‍ ଏବଂ ରଜତ ପଣ୍ଡା ଓଏମ୍‍ସି ପ୍ରମୁଖ ଚଳିତ ଡିସେମ୍ବର ୧୬ ତାରିଖରେ ବାଫିଲମାଳି ବକ୍ସାଇଟ ଖଣି ପରିଦର୍ଶନ କରିଥିଲେ । ପରେ ଶ୍ରୀ ମଜହର ବେଗ୍, ୟୁନିଟ ହେଡ୍‍ଙ୍କ ଅଧ୍ୟକ୍ଷତାରେ ଏବଂ ମୁକେଶ ଝା, ମାଇନ୍ସ ହେଡ୍‍ଙ୍କ ପରିଚାଳନାରେ ଉତ୍କଳ ଆଲୁମିନାର ନୂଆପଡା ଟାଉନ୍‍ସିପରେ ଏକ ସାଂସ୍କୃତିକ ସନ୍ଧ୍ୟା ଅନୁଷ୍ଠିତ ହୋଇଥିଲା । ସମାବେଶକୁ ଉଦ୍‍ବୋଧନ ଦେଇ ମଜହର ବେଗ୍‍ ଖଣି ନିରାପତ୍ତା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିବା ସହିତ କାର୍ଯ୍ୟସ୍ଥଳରେ ଶୂନ୍ୟ କ୍ଷତି ବଜାୟ ରଖିବା ସକାଶେ ଧାର୍ଯ୍ୟ ସର୍ତ୍ତାବଳୀ ଅନୁପାଳନ ଏବଂ କାର୍ଯ୍ୟ ଧାରାକୁ ଉତ୍ତମ ଭାବରେ ବୁଝିବା ନେଇ ସମୁଦାୟ ଟିମ୍‍କୁ ପ୍ରଶଂସା କରିଥିଲେ । କାର୍ଯ୍ୟସ୍ଥଳରେ ନିରାପତ୍ତା ବିଧିବ୍ୟବସ୍ଥାକୁ ସୁଦୃଢ କରିବା ଏବଂ ନିରାପତ୍ତା ସମାଧାନ କାର୍ଯ୍ୟାନ୍ୱୟନ କ୍ଷେତ୍ରରେ ଏକ ମାନକ ଧାର୍ଯ୍ୟ କରିବାକୁ ୪୧ତମ ଓଡ଼ିଶା ମେଟାଲିଫେରସ୍‍ ଖଣି ନିରାପତ୍ତା ସପ୍ତାହ ପାଳନ ଲକ୍ଷ୍ୟ ରଖିଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.