ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ଭାରତ ସ୍ୱାଧୀନତା ସଂଗ୍ରାମରେ କ୍ରାନ୍ତିକାରୀ ଭୂମିକାକୁ ସ୍ମରଣ କରିବା ନିମନ୍ତେ ଚଳିତ ମାସ ୩୧ ତାରିଖରେ କଳାହାଣ୍ଡି ବିକାଶ ପରିଷଦ ପକ୍ଷରୁ “କ୍ରାନ୍ତି ଦିବସ” ପାଳନ ସମାରୋହ ଆୟୋଜନ କରାଯାଉଛି। ଭବାନୀପାଟଣା ଟାଉନହଲ ଠାରେ ପୂର୍ବାହ୍ନ ୧୦ଟାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ। ଏଥିରେ ସ୍ୱାମୀ ଜୀବନମୁକ୍ତାନନ୍ଦ ପୁରୀ ଜୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେବେ। ଏହି ଅବସରରେ ନେତୃବୃନ୍ଦ ତଥା ଯୁବ ନେତୃତ୍ୱଙ୍କୁ ସମ୍ମାନିତ କରାଯିବ। ତତ୍ପରେ କ୍ରାନ୍ତି ପତାକା ଉତ୍ତୋଳନ ଓ ଶୋଭାଯାତ୍ରା ଅନୁଷ୍ଠିତ ହେବ। ଏଥିରେ କଳାହାଣ୍ଡି ଓ ସଂସ୍କୃତି ଐତିହ୍ୟପ୍ରେମୀ ଜନସାଧାରଣ ବହୁ ସଂଖ୍ୟାରେ ଯୋଗ ଦେବାକୁ କଳାହାଣ୍ଡି ବିକାଶ ପରିଷଦ ଅଧ୍ୟକ୍ଷା ଡ଼. ସୁନୀତି ମୁଣ୍ଡ ନିବେଦନ କରିଛନ୍ତି।