ବିଦେଶରେ ହେବ ହିନ୍ଦୁ ମନ୍ଦିର ପ୍ରତିଷ୍ଠା, ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna


Udyog Nursery
Udyogi Nursery

ନୂଆଦିଲ୍ଲୀ: ଅଯୋଧ୍ୟାରେ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ମନ୍ଦିର ଲୋକାର୍ପଣ ପାଇଁ ଏବେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ।  ଜାନୁଆରୀ ୨୨ ରେ ହେବ ଶୁଭ ଉଦଘାଟନ । ଏହି ବିଶେଷ ଉତ୍ସବରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତେବେ ଏହାରି ଭିତରେ ହିନ୍ଦୁଙ୍କ ପାଇଁ ଆସିଛି ଆଉ ଏକ ଖୁସି ଖବର । ବିଦେଶରେ ବି ଚଳିତ ବର୍ଷ ହେବ ହିନ୍ଦୁ ମନ୍ଦିର ପ୍ରତିଷ୍ଠା । ଯାହାର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ । ତେବେ ସେହି ଦେଶ କେଉଁ ଦେଶ ଜାଣି ଆପଣ ମାନେ ବି ଆଶ୍ଚର୍ଯ୍ୟ ହୋଇଯିବେ । ଏକ ମୁସଲମାନ ଦେଶ ଅର୍ଥାତ୍ ଆବୁଧାବିରେ ନିର୍ମିତ ହୋଇଥିବା ଏକ ହିନ୍ଦୁ ମନ୍ଦିରର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ । ଫେବୃଆରୀରେ ଆବୁଧାବିରେ BAPS ହିନ୍ଦୁ ମନ୍ଦିରର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ ।

BAPS ସ୍ଵାମିନାରାୟଣ ସନ୍ଥା କହିଛନ୍ତି ଯେ ଆସନ୍ତା ବର୍ଷ ଫେବୃଆରୀରେ ୟୁଏଇର ରାଜଧାନୀ ଆବୁଧାବିରେ ଏକ ହିନ୍ଦୁ ମନ୍ଦିର ଉଦଘାଟନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିମନ୍ତ୍ରଣ ଗ୍ରହଣ କରିଛନ୍ତି । ସ୍ଵାମିନାରାୟଣ ସନ୍ଥଙ୍କ ଏକ ପ୍ରେସ ବିବୃତ୍ତି ଅନୁଯାୟୀ ସ୍ଵାମୀ ଇଶ୍ଵରଚରଣଦାସ ଏବଂ ସ୍ଵାମୀ ବ୍ରହ୍ମବିହାରୀଦାସଙ୍କ ନେତୃତ୍ୱରେ BAPS ସଂଗଠନର ପ୍ରତିନିଧୀମାନେ ପ୍ରଧାନମନ୍ତ୍ରୀଙ୍କୁ ନୂଆଦିଲ୍ଲୀରେ ତାଙ୍କ ବାସଭବନରେ ଭେଟି ଫେବୃଆରୀ ୧୪ରେ ମନ୍ଦିର ଉଦଘାଟନ ପାଇଁ ନିମନ୍ତ୍ରଣ ପ୍ରଦାନ କରିଥିଲେ।

ବିବୃତ୍ତିରେ ଆହୁରି ମଧ୍ୟ କୁହାଯାଇଛି ଯେ ଆରବ ଦେଶରେ ମନ୍ଦିର ଉଦଘାଟନ ନିମନ୍ତ୍ରଣକୁ ପ୍ରଧାନମନ୍ତ୍ରୀ ମୋଦୀ ନମ୍ରତାର ସହ ଗ୍ରହଣ କରିଛନ୍ତି।  ଆବୁଧାବିରେ ପ୍ରାୟ ୧୦୮ ଫୁଟ ଉଚ୍ଚର ଥିବା ଏକ ବିଶାଳ ହିନ୍ଦୁ ମନ୍ଦିର ନିର୍ମିତ କରାଯାଇଛି । ପଶ୍ଚିମ ଏସିଆର ଏହା ସର୍ବ ବୃହତ ମନ୍ଦିର । ଯେଉଁଥିରେ ୭୦୦କୋଟିରୁ ଉର୍ଦ୍ଧ୍ଵ ଟଙ୍କା ଖର୍ଚ୍ଚ କରାଯାଇଛି । ଏହି ମନ୍ଦିରରେ ୪୦,୦୦୦ ଘନ ମିଟର ମାର୍ବଲ, ୧,୮୦,୦୦୦ଘନ ମିଟର ଷ୍ଟାଣ୍ଡଷ୍ଟୋନ ଏବଂ ୧.୮ ମିଲିୟନରୁ ଅଧିକ ଇଟା ବ୍ୟବହାର କରାଯାଇଛି ।

 



Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.