ରୁକ୍ଚନ୍ ଷାଠିଏ ବର୍ଷର ବୁଢ଼ା। ଏ ଦୁନିଆରେ ତା’ରକେହି ନାହାଁନ୍ତି । ସେ ନିଜେ ନିଜ ପାଇଁ ବଞ୍ଚେ ।ଲୋକମାନେ ତା’ ବୟସ ଅଧିକ ହେଲାଣି ବୋଲି
କହନ୍ତି। ସେ ବରଗଛର ପାଚିଲା ପତ୍ର ପରି।କେତେବେଳେ ଝଡିଯିବ କେହି ଜାଣି ପାରିବେ ନାହିଁ।
ତା’ ବୟସର କେହି ଜଣେ ହେଲେ ଲୋକ ଆଉ ଗାଁରେ ନାହାଁନ୍ତି। ସେ ଏଇନେ ବି ଚାଲି ବୁଲି ପାରୁଛି।ନିତି ଦିନ କାମକୁ ଯାଉଛି। ଯୋଉ ଦିନ ଯାହା ପାଇଲା ତାକୁ ନେଇ ସେ ବେଶ ଆରାମରେ ଚଳୁଛି।
ଗାଁର ଅନେକ ଲୋକ ମାସକୁ ମାସ ସରକାରୀ ଟଙ୍କା ପାଉଛନ୍ତି। ତାକୁ ମିଳୁନାହିଁ। ସେ ଅନୁଦାନରୁ ବଞ୍ଚିତ କାହିଁକି? ସରକାରଙ୍କ ଠାରୁ ସାହାଯ୍ୟ ପାଉଥିବା ଅଧିକାଂଶ ଲୋକଙ୍କର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ।ସେମାନଙ୍କ ପିଲାମାନେ ଚାକିରୀ ବାକିରି କରୁଛନ୍ତି।ଏଇଟା କି ପ୍ରକାର ନ୍ୟାୟ?
ସେ ତିନି ଚାରି ଥର ଦରଖାସ୍ତ ଦାଖଲ କରି
ବିଫଳ ହୋଇଛି। ଏଥିଲାଗି ଆଉ ସେ ଚିନ୍ତିତ ନୁହେଁ।ହଠାତ୍ ଦିନେ ସରପଞ୍ଚ ବାବୁଙ୍କ ସହ ତା’ର ଦେଖା ହେଲା। ସରପଞ୍ଚ ମହଶୟ କହିଲେ, “ମଉସା, ଏଥର
ଆପଣଙ୍କ କାମ ହୋଇ ଯିବ। ଏଇ କାଗଜରେ ଟିପଚିହ୍ନ ଦିଅନ୍ତୁ।”
“କାହାର ସହଯୋଗ ଲୋଡ଼ା ନାହିଁ।ଭତ୍ତା ମୋର
କଣ ହେବ?ମୁଁ ପରା ସ୍ୱର୍ଗୀୟ ସହାନୁଭୂତି ପାଇବା ଆଶାରେ ଦିନ କାଟୁଛି।ସ୍ୱର୍ଗପୁରୀରେ ଭତ୍ତା ପାଇବି।”
ଏତିକି କହି ସାରି ସେ ତା ବାଟରେ ଚାଲିଗଲା।
। ।। ।