ନର୍ଲା ଡିଗ୍ରୀ କଲେଜରେ ନୂଆ-ଓଡ଼ିଶା କାର୍ଯ୍ୟକ୍ରମ: ମାଣ୍ଡେଲ ଗ୍ରାମରେ ପ୍ରଦର୍ଶିତ ହେଲା ପଥପ୍ରାନ୍ତ ନାଟକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ପଞ୍ଚାୟତ ସମିତି ଡିଗ୍ରୀ କଲେଜ ନର୍ଲା ଠାରେ ଆମ-ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଚାଲିଛି। କାର୍ଯ୍ୟକ୍ରମର ସପ୍ତମ ଦିବସରେ ସାମାଜିକ କାର୍ଯ୍ୟକଳାପ ଦାୟିତ୍ଵରେ ରହିଥିବା ଅଧ୍ୟାପକ  ରମେଶ ଚନ୍ଦ୍ର ଘଡେ଼ଇ ଓ ଅଧ୍ୟାପିକା କୌଶଲ୍ୟା ଗଦବାଙ୍କ ତତ୍ତ୍ଵାବଧାନରେ ସଚେତନତା ଆଧାରିତ ପଥପ୍ରାନ୍ତ ନାଟକ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ପରିବେଷଣ କରାଯାଇଥିଲା। ଏହି ପଥପ୍ରାନ୍ତ ନାଟକ ପରିବେଷଣ ପାଇଁ ନର୍ଲା ବ୍ଲକ ସ୍ଥିତ ମାଣ୍ଡେଲ ଗ୍ରାମକୁ ଚୟନ କରାଯାଇଥିଲା। ଏନେଇ ଆୟୋଜିତ ସମାରୋହରେ ଅତିଥି ଭାବେ ମାଣ୍ଡେଲ ସରପଞ୍ଚ ପଦ୍ମଲୋଚନ ଜାଲ୍, ଗୌନ୍ତିଆ ଜରାଷଣ୍ଢ ନାଏକ, ଅଧ୍ୟାପକ ନାରାୟଣ ପ୍ରସାଦ ନାୟକ ଉପସ୍ଥିତ ରହିଥିଲେ। ଏହି ସାମାଜିକ କାର୍ଯ୍ୟକଳାପ କାର୍ଯ୍ୟକ୍ରମକୁ ଭୂଗୋଳ ବିଭାଗ ଅଧ୍ୟାପକ ଲୋକନାଥ ବାରିକ, ଅଧ୍ୟାପିକା ସଂଘମିତ୍ରା ପଣ୍ଡା, ଓଡ଼ିଆ ବିଭାଗ ଅଧ୍ୟାପକ ସୁଶାନ୍ତ କୁମାର ସାହୁ, ଇଂରାଜୀ ବିଭାଗ ଅଧ୍ୟାପିକା ବାସନ୍ତୀ ସାହୁ, ରାଜନୀତି ବିଜ୍ଞାନ ବିଭାଗ ଅଧ୍ୟାପକ ମୃତ୍ୟୁଞ୍ଜୟ ଚାନ୍ଦ, ଶିକ୍ଷା ବିଭାଗ ଅଧ୍ୟାପକ ମନୋଜ ନନ୍ଦ, କ୍ରୀଡା ଅଧ୍ୟାପକ କ୍ଷିତିଶ କୁମାର ବଗର୍ତ୍ତି, କିରାଣୀ ସନ୍ତୋଷ ନାଏକ, ପାଠାଗାର ମୂଖ୍ୟ ପାର୍ବତୀ ଦାସ, ଡି.ଓ ବୁଲୁ ଥନାପତି ପ୍ରମୁଖ ସହଯୋଗ କରିଥିଲେ। ତେବେ ସମାଜରୁ କିଭଳି ଭାବେ ଅନ୍ଧବିଶ୍ୱାସ ଦୂର କରାଯାଇପାରିବ, ବାଲ୍ୟବିବାହ ନିଷେଧ ତଥା ଯୌତୁକ ପ୍ରଥା ଭଳି ଅମାନବିକ ପ୍ରଥାକୁ ଉଚ୍ଛେଦ କରାଯାଇ ପାରିବ ସେହି ବିଷୟରେ ଛାତ୍ର ଛାତ୍ରୀମାନେ ପଥପ୍ରାନ୍ତ ନାଟକ ମାଧ୍ୟମରେ ସମାଜକୁ ସଚେତନତାର ବାର୍ତ୍ତା ଦେଇଥିଲେ। କାର୍ଯ୍ୟକ୍ରମରେ କଲେଜ ଅଧ୍ୟକ୍ଷ ନାରାୟଣ ନାଏକ ଉପସ୍ଥିତ ଥିବାବେଳେ ପରିଶେଷରେ ଅଧ୍ୟାପକ ଶ୍ରୀଯୁକ୍ତ ଘଡେ଼ଇ ଧନ୍ୟବାଦ ଅର୍ପଣ କରିଥିଲେ। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.