ଜାନୁଆରୀ ୧ ରେ କାହିଁକି ପାଳିତ ହୁଏ ନୂଆବର୍ଷ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଆଜି ରାତି ୧୨ଟା ପରେ ସମଗ୍ର ବିଶ୍ୱରେ ଆରମ୍ଭ ହେବ ନୂଆବର୍ଷ । ସମସ୍ତେ ରାତି ୧୨ଟା ପରେ ନୂଆବର୍ଷକୁ ଧୁମଧାମରେ ପାଳନ କରିବେ । ହେଲେ ଜାନୁଆରୀ ୧କୁ କାହିଁକି ନୂଆବର୍ଷ ଭାବେ ପାଳନ କରାଯାଏ? ଏହି ପ୍ରଶ୍ନ ମନକୁ ଆନ୍ଦୋଳିତ କରେ। ଏହା ପଛରେ ରହିଛି ଏକ ବିଶେଷ କାରଣ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଆଜି କି କାଲି ନୁହେଁ ଏହି ନୂଆବର୍ଷ ପାଳନ ପରମ୍ପରା ୨୬୩୭ବର୍ଷ ପୂର୍ବରୁ ଆରମ୍ଭ ହୋଇଥିଲା । ଖ୍ରୀଷ୍ଟପୂର୍ବ ୬୭୩ରୁ ପାଳନ ହୋଇଆସୁଛି ନୂଆବର୍ଷ । ରୋମରେ ନୁମା ପମ୍ପିଲସ୍ ନାମକ ରାଜା ତାଙ୍କ ଶାସନ କାଳରେ ରୋମାନ୍ କ୍ୟାଲେଣ୍ଡରରେ ପରିବର୍ତ୍ତନ ଆଣିଥିଲେ ।

Udyog Nursery
Udyogi Nursery

ପୂର୍ବରୁ ମାର୍ଚ୍ଚ ୨୫ରେ ରୋମରେ ନୂଆବର୍ଷ ପାଳନ ହେଉଥିଲା । ମାତ୍ର କ୍ୟାଲେଣ୍ଡର ପରିବର୍ତ୍ତନ ପରେ ଜାନୁଆରୀରେ ପମ୍ପିଲସ୍ ନୂତନ ବର୍ଷ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲେ।

ତାଙ୍କ ମତରେ ଜାନୁଆରୀ ରୋମାନ୍ ଦେବତା ଜାନୁସଙ୍କ ନାମରେ ନାମିତ ହୋଇଛି। ଏଥି ସହିତ, ମାର୍ଚ୍ଚ ମାସ ରୋମରେ ଯୁଦ୍ଧର ଦେବତା ମଙ୍ଗଳଙ୍କ ନାମରେ ନାମିତ ହୋଇଛି। ସେଥିପାଇଁ ନୂଆବର୍ଷ ମାର୍ଚ୍ଚ ପରିବର୍ତ୍ତେ ଜାନୁଆରୀରେ ଆରମ୍ଭ ହେବା ଉଚିତ୍ ।

ନୁମା ପମ୍ପିଲସ୍ ଦ୍ୱାରା ଜାରି କରାଯାଇଥିବା କ୍ୟାଲେଣ୍ଡରରେ ୩୧୦ଦିନ ଏବଂ ୧୦ଟି ମାସ ଓ ଗୋଟିଏ ସପ୍ତାହରେ ୮ଦିନ ଥିଲା । ୨୧୭୫ ବର୍ଷ ପୂର୍ବେ ଜାନୁୟାରୀରେ ନୂଆବର୍ଷ ପାଳନ କରାଯାଇଥିଲା ମାତ୍ର ଏହା ଆନୁଷ୍ଠାନିକ ଭାବେ ଘୋଷଣା ହୋଇନଥିଲା ।

୬୦୭ ଖ୍ରୀଷ୍ଟାବ୍ଦରେ ନୁମା ପମ୍ପିଲସଙ୍କୁ ଗାଦିଚ୍ୟୁତ କରିବା ପରେ ରୋମାନ ଗଣତନ୍ତ୍ର ଶାସନ ଭାର ସମ୍ଭାଳିଲା । ଗଣତନ୍ତ୍ରର ନେତାମାନେ ଦୁର୍ନୀତିଗ୍ରସ୍ତ ହେବାକୁ ଲାଗିଲେ। ମନଇଚ୍ଛା କ୍ୟାଲେଣ୍ଡରରେ ପରିବର୍ତ୍ତନ ଆଣି ଅଧିକ ଦିନ କ୍ଷମତାରେ ରହିବାକୁ ଯୋଜନା କଲେ ।

ପରେ ରୋମାନ ଆର୍ମି ଜେନେରାଲ ଜୁଲିୟସ ସିଜର ଶାସନ ଭାର ନିଜ ହାତକୁ ନେଇଥିଲେ ଓ କ୍ୟାଲେଣ୍ଡର ପରିବର୍ତ୍ତନ କରିଥିଲେ । ପ୍ରଥମେ ନୂଆବର୍ଷ ପାଳନ ଆରମ୍ଭ କରିଥିଲେ ରୋମ ସାମ୍ରାଜ୍ୟର ଏକଛତ୍ରବାଦୀ ଶାସକ ଜୁଲିୟସ ସିଜର ।

ସିଜର ୨୦୬୬ ବର୍ଷ ପୂର୍ବେ କ୍ୟାଲେଣ୍ଡରରେ ପରିବର୍ତ୍ତନ କରିଥିଲେ । ଏହା ପରେ ସମଗ୍ର ବିଶ୍ୱ ଜାନୁଆରୀ ୧କୁ ନୂତନ ବର୍ଷ ଭାବେ ପାଳନ କରୁଛି।

ଜ୍ୟୋତିର୍ବିଜ୍ଞାନୀ ଜୁଲିୟସ୍ ସିଜରଙ୍କୁ କହିଥିଲେ ଯେ ପୃଥିବୀ ସୂର୍ଯ୍ୟ ଚାରିପଟେ ଘୂର୍ଣ୍ଣନ କରିବାକୁ ୩୬୫ ଦିନ ୬ଘଣ୍ଟା ସମୟ ନେଇଥାଏ । ଏହା ପରେ କେସର ରୋମାନ୍ କ୍ୟାଲେଣ୍ଡରକୁ ୩୧୦ ଦିନରୁ ୩୬୫ ଦିନରୁ ବୃଦ୍ଧି କରାଗଲା। ଏଥିସହ ସିଜର ଫେବୃଆରୀ ମାସକୁ ୨୯ ଦିନ କରିବାକୁ ନିଷ୍ପତ୍ତି ନେଇଥିଲେ ।

ପରେ ଏହାଉପରେ ଅଧିକ ଗବେଷଣା କରାଯାଇ ଦେଖାଗଲା ଯେ ଗୋଟିଏ ବର୍ଷ ୩୬୫ ଦିନ, ୫ଘଣ୍ଟା, ୪୮ମିନିଟ୍ ୪୬ସେକେଣ୍ଡ । ରୋମାନ୍ ଚର୍ଚ୍ଚର ପୋପ୍ ଗ୍ରେଗୋରୀ ୧୫୮୦ ଦଶକରେ ଏହାକୁ ପରିବର୍ତ୍ତନ କରିବା ସହ କ୍ୟାଲେଣ୍ଡରର ନାମ ଗ୍ରେଗୋରିଆନ୍ କ୍ୟାଲେଣ୍ଡର ରଖିଲେ ।

ଗ୍ରେଗୋରିଆନ୍ କ୍ୟାଲେଣ୍ଡର ପ୍ରଥମେ ୧୫୮୨ ମସିହାରେ ଇଟାଲୀ, ଫ୍ରାନ୍ସ, ସ୍ପେନ୍ ଏବଂ ପର୍ତ୍ତୁଗାଲ ଦ୍ୱାରା ଗ୍ରହଣ କରାଯାଇଥିଲା ।

ଜର୍ମାନୀ, ସ୍ୱିଜରଲ୍ୟାଣ୍ଡ ଏବଂ ହଲାଣ୍ଡ ଏହାକୁ ୧୫୮୩ ମସିହାରେ, ପୋଲାଣ୍ଡ ୧୫୮୬ରେ ଏବଂ ହଙ୍ଗେରୀ ୧୫୮୭ ରେ ଗ୍ରହଣ କରିଥିଲେ।

ଏହାପରେ, ବ୍ରିଟେନ୍ ମଧ୍ୟ ସେପ୍ଟେମ୍ବର ୨, ୧୭୫୨ରେ ଏହି କ୍ୟାଲେଣ୍ଡର ଗ୍ରହଣ କଲା । ସେହି ଦିନ ବ୍ରିଟେନ ସେହି କ୍ୟାଲେଣ୍ଡରକୁ ଭାରତରେ କାର୍ଯ୍ୟକାରୀ କରିଥିଲା।

ସେତେବେଳେ ଭାରତ ବ୍ରିଟିଶ ଦଖଲରେ ଥିଲା। ଚୀନ୍ ଏହି କ୍ୟାଲେଣ୍ଡରକୁ ୧୯୧୨ରେ, ୧୯୧୭ରେ ଋଷ ଏବଂ ୧୯୭୨ ମସିହାରେ ଜାପାନ ଗ୍ରହଣ କରିଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.