ଭୀମକେଲା ଓ କର୍ମେ ଗାଁ ପାନୀୟ ଜଳ ପ୍ରକଳ୍ପରୁ କେବୁଲ ତାର ଚୋରୀ

୪୦ ଥର ଚୋରୀ ହୋଇସାରିଲାଣି କେବୁଲ ତାର, ଧରା ପଡୁନି ଚୋର

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାର ଭୀମକେଲା ଓ କର୍ମେ ଗାଁ ପାନୀୟ ଜଳ ପ୍ରକଳ୍ପ(ବସୁଧା)ରୁ ଶନିବାର ରାତିରେ ଚୋରୀ ହୋଇଛି କେବୁଲ ତାର । କର୍ମେ ଗାଁ ପାନୀୟ ଜଳ ପ୍ରକଳ୍ପରୁ ଏବକୁ ୧୦ ଥର ଓ ଭୀମକେଲାରୁ ୮ ଥର କେବୁଲ୍ ତାର ଚୋରୀ ହୋଇ ସାରିଲାଣି। ବାରମ୍ଵାର ଏତେଲା ଦିଆଯାଉଥିଲେ ମଧ୍ୟ ଧରା ପଡୁନାହାନ୍ତି କେବୁଲ ତାର ଚୋର। ପାନୀୟ ଜଳ ଯୋଗାଣ ଭଳି ଏକ ଗୁରୁତ୍ବୱପୂର୍ଣ୍ଣ ପ୍ରକଳ୍ପରୁ କେବୁଲ ତାର ଚୋରୀ ହେଊଛି। ଏହି ତାର ଚୋରଙ୍କୁ କାହିଁକି ଧରି ପାରୁନି ପୋଲିସ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ୩୯ ଗୋଟି ସ୍ଥାନରେ ଆରଡବ୍ଲୁଏସଏସ ବିଭାଗ ତରଫରୁ ଚାଲିଛି ପାନୀୟ ଜଳ ଯୋଗାଣ । ସାନ୍ଦୁଲ ନଦୀ ଓ ବାଗପୁର ନଦୀ କଡରେ ରହିଥିବା ଗ୍ରାମ ଗୁଡିକୁ ସାନ୍ଦୁଲ ନଦୀରୁ ପାନୀୟ ଜଳ ଯୋଗାଣ ଚାଲିଥିବା ବେଳେ ବାକି ସ୍ଥାନ ଗୁଡିକରେ ଓଭରହେଡ ଟାଙ୍କି କଡରେ ଇନଟେକ କୂଅ ନିର୍ମାଣ କରାଯାଇ ଚାଲିଛି ପାନୀୟ ଜଳ ଯୋଗାଣ । ଗତ ବର୍ଷ ଖରାଦିନେ ପାନୀୟ ଜଳ ଯୋଗାଣ ପାଣି ଅଭାବରେ ଅନେକ ସମସ୍ୟା ଦେଖାଦେଇଥିବା ବେଳେ ବିଦ୍ୟୁତ ଖମ୍ବରୁ ଇନଟେକ କୂଅ ଯାଏଁ ପ୍ରାୟ ୧୦୦ ରୁ ୧୫୦ କେଉଁଠି ୨୦୦ ମିଟର ପର୍ଯ୍ୟନ୍ତ ଲାଗିଛି କେବୁଲ ତାର । ହେଲେ ଏକ କେବୁଲତାର ଚୋରଙ୍କ ଗ୍ୟାଙ୍ଗ ଅନବରତ କେବୁଲ ତାର ଚୋରୀ କରୁଥିବା ହେତୁ ୧୫ ରୁ ଉର୍ଦ୍ଧ୍ବ ସ୍ଥାନରେ ଦୀର୍ଘ ଦିନ ଧରି ପାନୀୟ ଜଳ ଯୋଗାଣ ଠପ ହୋଇ ପଡିଥିଲା । ଗତ ବର୍ଷ ନର୍ଲା, ଶାନ୍ତପୁର, ଛତିକୁଡା, ଭୀମକେଲା ଭଳି ଗ୍ରାମରେ ଚାଲିଥିବା ପାନୀୟ ଜଳ ଯୋଗାଣ ପ୍ରକଳ୍ପରୁ କେବୁଲ ତାର ଚୋରୀ ଯୋଗୁଁ ସପ୍ତାହ ବ୍ୟାପୀ ବନ୍ଦ ହୋଇ ପଡିଥିଲା ପାନୀୟ ଜଳ ଯୋଗାଣ । ଗତ ଜୁଲାଇ ମାସ ଶେଷ ସପ୍ତାହରେ ଧୁବେନ, ସରିଆଁ, କେରାଣ୍ଡିଖୁଣ୍ଟି, ବାଗପୁର ସେରଗଡ କର୍ମେ ଏହି ସ୍ଥାନ ଗୁଡିକରେ ରହିଥିବା ପାନୀୟ ଜଳ ପ୍ରକଳ୍ପ ଗୁଡିକରୁ ୧୫୦୦ ମିଟରରୁ ଉର୍ଦ୍ଧ୍ବ ତାର ଚୋରୀ ହୋଇଥିଲା । ବାଗପୁର ପ୍ରକଳ୍ପରୁ କେବୁଲ ତାର ଚୋରୀ ହୋଇଥିବାରୁ ନର୍ଲା ଥାନାରେ ଏନେଇ ଏତେଲା ଦାଏର କରିଥିଲେ ବାଗପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ କିରଣ ଚନ୍ଦ୍ର ସାହୁ । ହେଲେ ଏବେ ପର୍ଯ୍ୟନ୍ତ ଫଳ ଶୂନ୍ୟ। ଗତକାଲି ଶନିବାର ୩୦/୧୨ ରାତିରେ ଭୀମକେଲା ଓ କର୍ମେ ଗାଁ ପାନୀୟ ଜଳ ପ୍ରକଳ୍ପରୁ ୧୦୦ ମିଟର କେଵୁଲ ତାର ଚୋରୀ ହୋଇଛି। ଏନେଇ ନର୍ଲା ଥାନାରେ ଆଉ ଏକ କେସ ମଧ୍କେଯ ଦାଏର ହୋଇଛି । ବାରମ୍ଵାର କେବୁଲ ତାର ଚୋରୀ ହୋଇ ନର୍ଲା ଥାନାରେ ଏତେଲା ଦାଏର କରାଯାଉଥିଲେ ମଧ୍ୟ ତାର ଚୋର କାହିଁକି ଧରାପଡୁନି ସେନେଇ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ବାଗପୁର ପାନୀୟ ଜଳ ପ୍ରକଳ୍ପରୁ ୩ ଥର ତାର ଚୋରୀ ହୋଇଯାଇଥିବା ବେଳେ କେସ ମଧ୍ୟ ୩ ଥର ଦାଏର ହୋଇଛି । ସେହିଭଳି କର୍ମେ ପାନୀୟ ଜଳ ପ୍ରକଳ୍ପରୁ ଏବକୁ ମିଶାଇ ୧୦ ଥର ଓ ଭୀମକେଳରୁ ୮ ଥର କେବୁଲ ତାର ଚୋରୀ ହେଲାଣି । ନର୍ଲା ବ୍ଲକ ଅଞ୍ଚଳରେ ୩୯ ଗୋଟି ସ୍ଥାନରେ ବସୁଧା ଯୋଜନାରେ ପାନୀୟ ଜଳ ପ୍ରକଳ୍ପ ଗୁଡ଼ିକ ଚାଲିଥିବା ବେଳେ ଏବକୁ ୪୦ ଥର ଚୋରୀ ହୋଇସାରିଛି କେବୁଲ ତାର। ଅଞ୍ଚଳରେ ୧୨ ବର୍ଷରୁ ଉର୍ଦ୍ଧ୍ବ ହୋଇଗଲାଣି ଚାଲିଛି ପାନୀୟ ଜଳ ଯୋଗାଣ । ଆଗରୁ ସେତେ ଚୋରୀ ହେଉ ନଥିଲା । ହେଲେ ଗତ ତିନି ବର୍ଷ ହେଲା ବହୁତ ମାତ୍ରାରେ ବଢ଼ି ଯାଇଛି କେବୁଲ୍ ତାର ଚୋରୀ। । ଉପରୋକ୍ତ ଗ୍ରାମ ପଞ୍ଚାୟତ ଗୁଡ଼ିକ ତରଫରୁ ବାରମ୍ଵାର ଏତେଲା ମଧ୍ୟ ଦାଏର କରାଯାଇଛି । ହେଲେ କାହିଁକି ଧରାପଡୁ ନାହାନ୍ତି କେବୁଲ ତାର ଚୋର ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । କେବୁଲ ତାର ଚୋରୀ ଯୋଗୁଁ ଉକ୍ତ ଅଞ୍ଚଳ ଗୁଡିକର ଜନସାଧାରଣ ସପ୍ତାହ ବ୍ୟାପୀ ପାନୀୟ ଜଳ ପାଇ ପାରୁ ନାହାନ୍ତି । ସମ୍ପୃକ୍ତ ଗ୍ରାମ ପଞ୍ଚାୟତ ଗୁଡିକ ତରଫରୁ ବାରମ୍ବାର କେବୁଲ ତାର କିଣି ଲଗାଯାଉଥିବା ବେଳେ ବାରମ୍ବାର ଚୋରୀ ହେଉଛି କେବୁଲ ତାର । ଚୋରମାନେ କେବୁଲତାର ଚୋରୀ କରି ସ୍ଥାନୀୟ କାବାଡିବାଲା ମାନଙ୍କ ପାଖରେ ବିକ୍ରୟ କରୁଥିବା ସାଧାରଣରେ ଆଲୋଚନା ହେଉଥିବା ବେଳେ ପୋଲିସ୍ କାହିଁକି ଧରି ପାରୁନି ଚୋର ମାନଙ୍କୁ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.