ସାରାବଙ୍ଗ କୋସଲୀ ଧନୁଯାତ୍ରା ଉଦଯାପିତ

କୃଷ୍ଣଙ୍କ ହସ୍ତରେ କଂସବଧ, ଉଗ୍ରେସନଙ୍କ ରାଜ୍ୟାଭିଷେକ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା ସଦର ବ୍ଲକ ସାରାବଙ୍ଗ କୋସଲୀ ଧନୁଯାତ୍ରା ମହୋତ୍ସବ ଉଦଯାପିତ ହୋଇଯାଇଛି। ଷଷ୍ଠ ସନ୍ଧ୍ୟା ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପଂଚାୟତ ସମିତି ଅଧକ୍ଷା ତାରେଶ୍ବରୀ ସାହୁ, ସମ୍ମାନିତ ଅତିଥି ଭାବେ ନୂଆପଡା ଏନଏସି ଅଧ୍ୟକ୍ଷ ଆଦମ ଖାନ, ସରପଞ୍ଚ ସଙ୍ଘ ସଭାପତି ପ୍ରେମଲାଲ ନାୟକ, ଯୁବ ଆଇନଜୀବୀ ଧନୀରାମ ସାହୁ, ଜାମପାଣି ସମିତି ସଭ୍ୟ ଚୁନୀଲଲା ସହୁ, ଡ଼ ବିପୁଲ ଗର୍ଗ, ଧରମବନ୍ଧା ସରପଞ୍ଚ ଭୁବନେଶ୍ୱରୀ ଦଣ୍ଡସେନା, ଅମାନର ସରପଞ୍ଚ ପ୍ରତିନିଧି ରାଧେ ବାଗ, ସମାଜସେବୀ ବିକାଶ ଦୀକ୍ଷିତ, ସାରାବଙ୍ଗ ସରପଞ୍ଚ ରଥବାଇ ପଟେଲଙ୍କ ସମେତ ବ୍ଲକର ସମସ୍ତ ସରପଞ୍ଚ  ଯୋଗଦେଇଥିଲେ।  ଜୟକିସନ ସୁନାନୀ ମଞ୍ଚ ପରିଚାଳନା କରିଥିଲେ।

ଶେଷ ରଜନୀରେ ମହାରାଜ କଂସଙ୍କ ନିର୍ଦେଶ କ୍ରମେ ଅକୃର ଗୋପପୁରରୁ କୃଷ୍ଣ ଓ ବଳରାମ ମଥୁରା ନଗରୀକୁ ଧନୁଯାତ୍ରା ଦେଖିବାକୁ ନିମନ୍ତ୍ରଣ କରି ଆଣିଥିଲେ। କୃଷ୍ଣ ବଳରାମଙ୍କୁ ଦେଖି ମଞ୍ଚରୁ ପଡି ମହାରାଜ କଂସଙ୍କ ମୃତ୍ୟୁ ହୋଇଥିଲା।

ତେବେ କଂସ ବଧ ସହ ଏହି ଧନୁଯାତ୍ରା ଉଦଯାପିତ ହୋଇଥିଲା। କଂସ ଭୂମିକାରେ ସଲଙ୍ଗୀପଡା ଶିକ୍ଷକ ମଧୁସୂଦନ ପାଣିଗ୍ରାହୀଙ୍କ ଅଭିନୟ ଚିତ୍ତାକର୍ଷକ ରହିଥିଲା।

ଶେଷ ରଜନୀରେ ଛତିଶଗଡର ପ୍ରସିଦ୍ଧ ଗାୟକ ସୁନୀଲ ସୋନୀ ଓ ଟ୍ରୁପ ଦର୍ଶକଙ୍କ ମନୋରଞ୍ଜନ କରିଥିଲେ। କମିଟି ସଭାପତି ଗୋପାଳ ପଟେଲ, ଉପ ସଭାପତି ଗୋବିନ୍ଦ ଦଣ୍ଡସେନା, ସମ୍ପାଦକ ଚେନ ସିଂ ଜଗତ, ଯୁଗ୍ମ ସମ୍ପାଦକ ଭୁବନେଶ୍ୱର ଦଣ୍ଡସେନା, କୁସଲ ପଟେଲ, କମଲ ରାଉତ, ହୀରା ନାୟକ, ଦେୱାନନ୍ଦ ଦେୱାଙ୍ଗନ, କୋଷାଧକ୍ଷ ପ୍ରତିକ ଦେୱାଙ୍ଗନ, ଉପ କୋଷାଧକ୍ଷ ସନ୍ତୋଷ ଦଣ୍ଡସେନା, ଅଗଷ ଦଣ୍ଡସେନା, ଆଶିଷ ଦେୱାଙ୍ଗନ, ଗୋବିନ୍ଦ ରାଉତ, ଉମେଶ ରାଉତ, ତୁଲେଶ ପଟେଲ, ଦୀନେଶ ପଟେଲ, କୌଶିକ ସାହୁ, ନନ୍ଦୁ ରାଉତ, ପୁରୁଷୋତ୍ତମ ରାଉତ, ଗଜେନ୍ଦ ରାଉତ, ହେମନ୍ତ ଦେୱାଙ୍ଗନ, ରିତେଶ ଦେୱାଙ୍ଗନ, ଗୋପୀଚାନ୍ଦ ଦେୱାଙ୍ଗନ, ୟୋଗେଶ ଦଣ୍ଡସେନା, ଅଶୋକ ପଟେଲ, କସିରମ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.