ପ୍ରତିଭା ସମ୍ବର୍ଦ୍ଧନା କାର୍ଯକ୍ରମ
ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ବହୁ ତଥ୍ୟ ସମ୍ବଳିତ ଓଡିଶାର ସର୍ବ ଶ୍ରେଷ୍ଠ ପଞ୍ଜିକା ପରମେଶ୍ୱରୀ ପଞ୍ଜିକା ଆଜି ସୁବର୍ଣ୍ଣପୁର ଜିଲ୍ଲାର ସଦର ଗୋପାଳଜୀ ମନ୍ଦିର ପ୍ରାଙ୍ଗଣ ଠାରେ ଭାଗ୍ୟଜ୍ୟୋତି ଜ୍ୟୋତି ଗବେଷଣା କେନ୍ଦ୍ର, କଟକ ଓ କୋଶଲ ଜ୍ୟୋତିଜ୍ଞାନ ପଣ୍ଡିତ ମହାସଭା ର ପୁସ୍ତକ ଉନ୍ମୋଚନ, ପ୍ରତିଭା ସମ୍ବର୍ଦ୍ଧନା ଏବଂ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ୧୦ ଗୋଟି ଜ଼ିଲ୍ଲାରୁ ଶହ ଶହ ଜ୍ୟୋତିର୍ବିତ, ପଣ୍ଡିତ ଗଣ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ପୁରୀ ରାମଜୀ ମଠର ମଠାଧୀଶ ଗୁରୁ ଶ୍ରୀ ବଂଶୀଧର ଦାସ, ସଭାପତି ଭାବରେ ଜ୍ୟୋତିର୍ବିଦ୍ୟା ବାଚସ୍ପତି ମେଡ଼େନ କୁମାର ବିଶି, ମୁଖ୍ୟ ବକ୍ତା ଯୋଗେନ୍ଦ୍ର ହୋତା, ସମ୍ମାନିତ ଅତିଥି ପଣ୍ଡିତ ଗୁଣ ସାଗର ପଣ୍ଡା, ପଣ୍ଡିତ ତ୍ରିଲୋଚନ ରାଉତ, ଭାଗ୍ୟ ଜ୍ୟୋତିର ପ୍ରକାଶକ ରଞ୍ଜନ କୁମାର ସେନାପତି, ଯୋଗଦେଇଥିଲେ ଏବଂ କୋଶଲ ଜ୍ୟୋତିଜ୍ଞାନ ପଣ୍ଡିତ ମହାସଭାର ସମ୍ପାଦକ ପ୍ରକାଶ ପୁଝାରୀ ଓ ଶ୍ୟାମା ଓମ ପ୍ରସାଦ ମିଶ୍ର ମଞ୍ଚ ପରିଚାଳନା କରିଥିଲେ। ଏହି କାର୍ଯକ୍ରମରେ ପ୍ରଥମେ ଦେବ ପୂଜନ, ଗୁରୁପୂଜନ, କାର୍ଯକ୍ରମ ହୋଇଥିଲା। ଦିନକୁ ଦିନ ବଢୁଥିବା ପାଞ୍ଜିମାନଙ୍କ ମଧ୍ୟରୁ ପରେମେଶ୍ୱରି ପଞ୍ଜିକା ର ସମସ୍ତ ତଥ୍ୟ ତଥା ଗଣନା ସମସ୍ତ ପଞ୍ଜିକା ଠାରୁ ନିର୍ଭୂଲ୍ ଓ ବେଳା, ଚନ୍ଦ୍ର ସୂର୍ଯ୍ୟଙ୍କ ର ସ୍ଥିତି, ପର୍ବପର୍ବାଣୀ ଓ ଅମୃତ ବେଳା ଙ୍କୁ ସଂପୂଣ୍ଣ ନିର୍ଭୁଲ ଭାବରେ ଉପସ୍ଥାପନା କରାଯାଇଛି ବୋଲି ଅତିଥି ଓ ଅନ୍ୟାନ୍ୟ ପଣ୍ଡିତ ମାନେ ମତ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ତିନୋଟି ପୁସ୍ତକ ଉନ୍ମୋଚନ କରାଯାଇଥିଲା, ଭାଗ୍ୟଜ୍ୟୋତି ପରମେଶ୍ୱରୀ ପଞ୍ଜିକା, ଭାଗ୍ୟଜ୍ୟୋତି ବୈଦିକ ମୁହୂର୍ତ ଏଵଂ ପ୍ରଭାକର ତ୍ରିପାଠି ଙ୍କ ରଚିତ ସ୍ତ୍ରୀ ଜନ୍ମ ଫଳ ମଞ୍ଜୁଷା ଅତିଥିମାନଙ୍କ ଦ୍ବାରା ଉନ୍ମୋଚିତ କରାଯାଇ ଥିଲା।ସନ୍ତୋଷ କୁମାର ପୁଜାହାରୀ, ବ୍ୟାସଦେବ ମିଶ୍ର, ଗୌର ଚରଣ ନନ୍ଦ, ଦେବାର୍ଚ୍ଚନ ଦାସ, ଯଦୁମଣି ତ୍ରିପାଠୀ, ଉପେନ୍ଦ୍ର ଚାନ୍ଦ, କାମପାଲ ନାୟକ,ଏହି ସାତ ଜଣ ପ୍ରତିଭା କୁ ଭାଗ୍ୟ ଜ୍ୟୋତି ପ୍ରତିଭା ସମ୍ମାନ ରେ ସମ୍ମାନିତ କରାଯାଇଥିଲା ଏବଂ ପରମେଶ୍ବରୀ ପଞ୍ଜିକାର ଗଣକ ମେଡେନ କୁମାର ବିଶି ଙ୍କୁ ପଣ୍ଡିତ ସ୍ଵର୍ଗତ କ୍ଷମାନିଧି ପଣ୍ଡା ସ୍ମୃତି ସମ୍ମାନ- ୨୦୨୩ ପ୍ରଦାନ କରାଯାଇଥିଲା। ବିଭିନ୍ନ ଜିଲ୍ଲାରୁ ଆସିଥିବା ପଣ୍ଡିତ ମାନଙ୍କୁ ସଂଗଠନର ସମ୍ପାଦକ ପଣ୍ଡିତ ପ୍ରକାଶ ପୁଝାରୀ ଓ ଯଦୁମଣି ତ୍ରିପାଠି ଧନ୍ୟବାଦ୍ ପ୍ରଦାନ କରିଥିଲେ ।