ବୋଲିଂ କରୁଥିବା ବେଳେ ହୃଦଘାତ; କ୍ରିକେଟର ଇନ୍ଦଲ ସିଂହ ଯାଦବଙ୍କ ମୃତ୍ୟୁ

ଓଡ଼ିଆ ବାର୍ତ୍ତା/ ଭୋପାଳ: ୨୦୨୩ ମସିହା ଡିସେମ୍ବର ୩୧ ତାରିଖରେ ନିଜ ଗାଁରେ ଏକ ସ୍ଥାନୀୟ ମ୍ୟାଚ୍ ରେ ଭାଗ ନେଉଥିବା ବେଳେ ହୃଦଘାତରେ ୨୨ ବର୍ଷୀୟ ପ୍ରତିଭାବାନ କ୍ରିକେଟର ଇନ୍ଦଲ ସିଂହ ଯାଦବ ବଞ୍ଜାରାଙ୍କର ମୃତ୍ୟୁ ଘଟିଛି। ଯାହାକୁ ନେଇ କ୍ରିକେଟପ୍ରେମୀ ସ୍ବବ୍ଧ ହୋଇଯାଇଛନ୍ତି।ମଧ୍ୟପ୍ରଦେଶର ଖଡ଼ଗୱାନ ଜିଲ୍ଲା ଅନ୍ତର୍ଗତ କାଟକୁଟ ଗାଁରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗାଁର ବାସିନ୍ଦା ଇନ୍ଦଲ ସିଂହ ବଞ୍ଜାରା ଏକ କ୍ରିକେଟ ମ୍ୟାଚରେ ସକ୍ରିୟ ଭାବେ ଭାଗ ନେଉଥିଲେ। ଏବଂ ସେ ବଡ଼ଖଡ଼ ତାଣ୍ଡା ଗାଁ ଦଳ ପକ୍ଷରୁ ଖେଳୁଥିଲେ। ମ୍ୟାଚ୍ ସମୟରେ ଇନ୍ଦଲ ସିଂହ ବଞ୍ଜାରା ବୋଲିଂ କରୁଥିବା ବେଳେ ହଠାତ୍ ତାଙ୍କ ଛାତିରେ ପ୍ରବଳ ଯନ୍ତ୍ରଣା ଅନୁଭବ ହୋଇଥିଲା। ପରିସ୍ଥିତିର ଗମ୍ଭୀରତା ଅନୁଭବ କରି ତାଙ୍କ ସାଥୀମାନେ ତାଙ୍କୁ ଗୁରୁତର ଅବସ୍ଥାରେ ବଡ଼ୱାସ୍ଥିତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ବଧୱା ହସ୍ପିଟାଲରେ ପହଞ୍ଚିବା ପରେ ଇନ୍ଦଲ ସିଂ ଯାଦବ ବଞ୍ଜାରାଙ୍କୁ ତୁରନ୍ତ ଚିକିତ୍ସା କରିଥିଲେ। ଯୁବ କ୍ରିକେଟରଙ୍କୁ ବଞ୍ଚାଇବାକୁ ଅନେକ ଚେଷ୍ଟା ଯଦିଓ କରିଥିଲେ ହେଲେ ସେ ଅଫେରା ରାଇଜର ଯାତ୍ରୀ ପାଲଟିଯାଇଥିଲେ। ଶବ ବ୍ୟବଚ୍ଛେଦ ପରେ ଇନ୍ଦଲ ସିଂହ ବଞ୍ଜାରାଙ୍କ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ସାଥୀ ଗ୍ରାମବାସୀ ଶାଳିଗ୍ରାମ ଗୁର୍ଜର ଏହି ଦୁଃଖଦ ଘଟଣାକ୍ରମ ବାବଦରେ କହିଛନ୍ତି ଯେ ଇନ୍ଦଲ ସିଂ ବଞ୍ଜାରାଙ୍କ ଦଳ ପ୍ରଥମେ ବ୍ୟାଟିଂ କରି ୭୦ ରନ୍ କରିଥିଲା। ବୋଲିଂ ଆରମ୍ଭ କରିବା ସମୟରେ ଛାତିରେ ଯନ୍ତ୍ରଣା ହେବାରୁ ସେ ଏକ ଗଛ ମୂଳେ ବିଶ୍ରାମ ନେବାକୁ ବାଧ୍ୟ ହୋଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.