ପୂଜ୍ୟ ପୂଜନ ସମାରୋହ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଦିବ୍ୟସିଂହପୂର ଶାସନ ଗ୍ରାମରେ ଯୁବକ ସଂଘ ତରଫରୁ ଇଂରାଜୀ ନୂତନ ବର୍ଷ ୨୦୨୪ କୁ ସ୍ଵାଗତ କରିବା ଅବସରରେ ଗୁରୁ ଓ ଗୁରୁଜନ ମାନଙ୍କୁ ସମ୍ମାନ ଦେବା ପାଇଁ ଏକ ଅଭିନବ ଉପାୟରେ ପୂଜ୍ୟ ପୂଜନ ସମାରୋହ ଶ୍ରୀଯୁକ୍ତ ବାସୁଦେବ ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ ସିମାଞ୍ଚଳ ସାସମଲ (ବରିଷ୍ଟ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ) ଯୋଗ ଦେଇଥିଲେ । ମୁଖ୍ୟ ବକ୍ତା ଭାବରେ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ପିତାମ୍ବର ପାଣିଗ୍ରାହି ଯୋଗ ଦେଇଥିଲେ । ଅଞ୍ଚଳର ବରିଷ୍ଟ ଅବସରପ୍ରାପ୍ତ ଶିକ୍ଷକ ମାନଙ୍କ ମଧ୍ୟରେ ଶ୍ରୀଯୁକ୍ତ ଲିଙ୍ଗରାଜ ପ୍ରଧାନ, ଶ୍ରୀ ଅଭିମନ୍ୟୁ ମିଶ୍ର, ଶ୍ରୀ ତ୍ରିନାଥ ବ୍ରହ୍ମା, ଶ୍ରୀ ଶରତ ଚନ୍ଦ୍ର ମିଶ୍ର, ଶ୍ରୀ ରାଜେନ୍ଦ୍ର ଶତପଥୀ, ଶ୍ରୀ କୈଳାଶ ଚନ୍ଦ୍ର ମିଶ୍ର, ଶ୍ରୀ ରଙ୍କନାଥ ଶତପଥୀ, ଶ୍ରୀ ଦଣ୍ଡପାଣି ଶତପଥୀ, ଶ୍ରୀ ରମେଶ ଚନ୍ଦ୍ର ତ୍ରିପାଠୀ, ଶ୍ରୀ ନୀଳକଣ୍ଠ ତ୍ରିପାଠୀ ଅବସର ପ୍ରାପ୍ତ ଅଧ୍ୟକ୍ଷ, ଶ୍ରୀ ଗୋପାଳ କୃଷ୍ଣ ନନ୍ଦ, ଶ୍ରୀ ପବନା ମହାପାତ୍ର ଆଦି ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ଥିଲେ। ତତ୍ ସହିତ ଦିବ୍ୟସିଂହ ପୁର ଗ୍ରାମ ର ଯୁବକ ସଂଘର ପ୍ରମୁଖ କର୍ମକର୍ତ୍ତା ଶ୍ରୀ ସୁଧାଂଶୁ ଶେଖର ମିଶ୍ର, ଶ୍ରୀ ଲୋକନାଥ ତ୍ରିପାଠୀ, ଶ୍ରୀ ନୀଳକଣ୍ଠ ଶତପଥୀ, ଶ୍ରୀ ସୁଧାଂଶୁ ଶେଖର ଶତପଥୀ, ଶ୍ରୀ ପ୍ରଦୀପ କୁମାର ଶତପଥୀ, ଶ୍ରୀ ବିରଞ୍ଚି ନାରାୟଣ ଶତପଥୀ, ଶ୍ରୀ ଦୁର୍ଗାଚରଣ ଶତପଥୀ, ଶ୍ରୀ ତପନ କୁମାର ଶତପଥୀ, ଶ୍ରୀ ଅକ୍ଷୟ କୁମାର ମିଶ୍ର, ଶ୍ରୀ ପ୍ରଶାନ୍ତ କୁମାର ଶତପଥୀ ପ୍ରମୁଖ ଉପସ୍ଥିତ ରହି ପୂଜ୍ୟ ପୂଜନ କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ପରିଚାଳନା କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.