ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଳା ସ୍ଥିତ ଗାୟତ୍ରୀ ପରିବାର ପକ୍ଷରୁ ସ୍ଥାନୀୟ ଭାଗବତ ମନ୍ଦିର ପରିସରରେ ବରିଷ୍ଠ ସଦସ୍ୟ ହରି ପ୍ରସାଦ ଅଗ୍ରୱାଲଙ୍କ ସଭାପତିତ୍ବରେ ନବ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ଯଜ୍ଞ ଆସନ୍ତା ଫେବୃୟାରୀ ୪ ରୁ ୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏନେଇ ବିଶେଷ ଭାବରେ ଆଲୋଚନା ହୋଇଥଲା। ଏହି କାର୍ଯ୍ୟକ୍ରମରେ ୠଷିପୁତ୍ର ପରିବ୍ରାଜକ ପ୍ରଶାନ୍ତ ଅଗ୍ରୱାଲା ଓ ସ୍ଵାଧୀ ପଙ୍କଜିନୀ ପଣ୍ଡା ଯଜ୍ଞ ପରିଚାଳନା ଓ ପ୍ରବଚକ ଭାବରେ ଯୋଗଦାନ କରିବେ। ଏହା ସହ ଦୀକ୍ଷା ସଂସ୍କାର, ମୁଣ୍ଡନ ସଂସ୍କାର, ବିଦ୍ୟା ସଂସ୍କାର, ଗର୍ଭ ସଂସ୍କାର, ବ୍ରତୋପୟନ, ବିବାହ ସଂସ୍କାର କରାଯିବାକୁ ସ୍ଥିର କରାଯାଇଅଛି। ଏହି ସଭାରେ ପ୍ରମୋଦ ବୈଠାରୁ, ପ୍ରଦୀପ ଜାଲ, ଅଖିଳ ସାହୁ, ଭୀମସେନ ସ୍ୱାଇଁ, ସୁରେଶ ରଣା, ସୁଶାନ୍ତ ମାଝୀ, ଲିଙ୍ଗରାଜ ବୈଠାରୁ, ସରୋଜ ବୈଠାରୁ, ଶିବା ସାହୁ, ହେମରାଜ ସାହୁ, ହରିବନ୍ଧୁ ସାହୁ, ଓମ ପ୍ରକାଶ ଅଗ୍ରୱାଲା , କୃଷ୍ଣ ଚନ୍ଦ୍ର ପୃଷେଠ, ପ୍ରମୋଦ ଦାସ ପ୍ରମୁଖ ଉପସ୍ଥିତ ଥିଲେ।