୩୨ତମ ସର୍ବ ଭାରତୀୟ ୱାଇ.ଏମ.ସି କପ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା ସଦର ମହକୁମା ସ୍ଥିତ ମିନି ଷ୍ଟାଡିଅମ ଠାରେ ଜାନୁଆରୀ ୪ ତାରିଖରୁ ୩୨ତମ ସର୍ବ ଭାରତୀୟ ୱାଇ.ଏମ.ସି କପ କ୍ରିକେଟ ଟୁର୍ନାମେଣ୍ଟ ଆରମ୍ଭ ହୋଇଛି। ୱାଇ.ଏମ.ସି କ୍ରିକେଟ କପର ଆବାହକ ତଥା ଜିଲ୍ଲା କ୍ରିକେଟ ସଂଘ ସାଧାରଣ ସମ୍ପାଦକ ଭୈରବ ସାହୁଙ୍କ ଅଧକ୍ଷତାରେ ଆୟୋଜିତ ଏହି ଉଦ୍ଘାଟନୀ ଉତ୍ସବରେ ସମ୍ମିଳନୀ ଅତିଥି ଭାବେ ନୂଆପଡା ଆରକ୍ଷୀ ଅଧିକ୍ଷକ ଜିଆର ରାଘବେନ୍ଦ୍ର, ସ୍ୱତନ୍ତ୍ର ଅତିଥି ଭାବେ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା, ସମ୍ମାନିତ ଅତିଥି ଭାବେ ନୂଆପଡା ଏନ.ଏ.ସି ଅଧକ୍ଷ ମହମ୍ମଦ ଆଦମ, ଖରିଆର ରୋଡ଼ ଏନଏସି ଅଧ୍ୟକ୍ଷା ସୋନିଆ ଅଗ୍ରୱାଲ ପ୍ରମୁଖ ମଞ୍ଚାସିନ ଥିଲେ। ଜିଲ୍ଲା କ୍ରିକେଟ ସଂଘ ସଭାପତି ପ୍ରକାଶ ସାହୁ ଓ ସାମ୍ବାଦିକ ସିମାଞ୍ଚଳ ମହାପାତ୍ର ମଞ୍ଚ ପରିଚାଳନା କରୁଥିଲେ। ପୁନିତ ଶବର ମ୍ୟାଚରେ ଧାରାବିବରଣୀ ପ୍ରଦାନ କରୁଥିବା ବେଳେ ଶୈଲେଶ ଶତପଥୀ ଓ ଆୟୁଷ୍ମାନ ଗୁପ୍ତା ସ୍କୋରର ଦାଇତ୍ୱ ତୁଲାଇ ଥିଲେ। ଅମ୍ପେୟାର ଭାବେ ଚୂଡ଼ାମଣୀ ପାଢ଼ୀ, ବିଶ୍ୱମ୍ବର ମହାକୁଡ଼ ଦାଇତ୍ୱ ବହନ କରିଥିଲେ। ଉଦ୍ଘାଟନୀ ମ୍ୟାଚ ଗ୍ରୁପ (ଏ)ର କେ.ଏଫ.ସି ରାୟପୁର ଓ ଆଭାର ସମ୍ବଲପୁର ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ରାଇପୁର ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରି ୨୪.୧ ଓଭରରେ ଅଲଆଉଟ ହୋଇ ୧୫୫ ରନ ସଂଗ୍ରହ କରିଥିଲା। ଜବାବରେ ସମ୍ବଲପୁର ଦଳ ୨୮.୪ ଓଭରରେ ୮ ୱଇକେଟ ହରାଇ ୧୫୬ ରନ ଲକ୍ଷକୁ ହାସଲ କରିନେଇଥିଲା। ଶୁକ୍ରବାର ଦଳ ମଧ୍ୟରେ ଗ୍ରୁପ (ଏ)ର ଇଷ୍ଟ କୋଷ୍ଟ ରେଲୱେ ଖୋର୍ଦ୍ଧା ଓ ଏସଇସି ଆରସି ବିଳାସପୁର ଦଳ ମଧରେ ଦ୍ଵିତୀୟ ମ୍ୟାଚ ଖେଳାଯିବା। ତେବେ ଚଳିତ ବର୍ଷ ଆୟୋଜନରେ ୱାଇ.ଏମ.ସି ପକ୍ଷରୁ ନିମନ୍ତ୍ରିତ ସମସ୍ତ ଦଳରେ ରଣଜୀ ଖେଳାଳି ଅଛନ୍ତି। ଯାହାଙ୍କୁ ଦେଖିବା ପାଇଁ ମିନି ଷ୍ଟାଡିଅମରେ ଶହ ଶହ ସଂଖ୍ୟାରେ ଭିଡ଼ ଦେଖିବାକୁ ମିଳୁଛି। ଏହି ଟୁର୍ନାମେଣ୍ଟଟି ଜାନୁଆରୀ ୪ ତାରିଖରୁ ଆରମ୍ଭ ହୋଇଛି ଓ ଆସନ୍ତା ଜାନୁଆରୀ ୧୦ ତାରିଖରେ ଏହାର ଫାଇନାଲ ମ୍ୟାଚ ଖେଳାଯିବ। ସର୍ବମୋର ୮ ଟି ଦଳ ୩୦ ଓଭର ବିଶିଷ୍ଟ ମ୍ୟାଚ ଖେଳିବେ। ତେବେ ଏହି ଟୁର୍ନାମେଣ୍ଟରେ ବିଜେତା ଦଳକୁ ନଗଦ ୮୦ ହଜାର ଟଙ୍କା ସହିତ ଟ୍ରଫି ପ୍ରଦାନ କରାଯିବାକୁ ଥିବାବେଳେ ଉପ ବିଜେତା ଦଳକୁ ୫୦ ହଜାର ଟଙ୍କା ସହିତ ଟ୍ରଫି ପ୍ରଦାନ କରାଯିବାକୁ ସ୍ଥିର କରାଯାଇଛି। ଆୟୋଜକ ୱାଇ.ଏମ.ସି ସଭାପତି ଅମରେଶ ଦାସ, ୱାଇ.ଏମ.ସି ସମ୍ପାଦକ ତପନ ବଗର୍ତି, କ୍ଷୀରୋଧ ପାଢ଼ୀ, ସଞ୍ଜୟ ପୁରୋହିତ, ସୁରେଶ ସାହୁ, ସଞ୍ଜୟ ପଟ୍ଟନାୟକ, ରାଜେନ୍ଦ୍ର ବଢ଼େଇ, ସନ୍ତୋଷ ସୁପକାର, ବାବି ମହଲା, ରଂଜିତ ସୁନା, ପିଣ୍ଟୁ ଭୋଇ, ଅନିଲ ଦାସ, ଶ୍ରୀରାମ ମିଶ୍ର, ଜିତୁ ହୋତା, ଟିପୁ ଖାନ, ଜନି ହରପାଲ, ମୁକେଶ ସହିସ, ବାଲେଶ୍ୱର ମାଝୀ, ପ୍ରତିକ୍ ପଟ୍ଟନାୟକ ପ୍ରମୁଖ ଆୟୋଜକ ୱାଇ. ଏମ. ସି କ୍ରିକେଟ କପ ଟୁର୍ନାମେଣ୍ଟକୁ ସଫଳ କରିବା ପାଇଁ ମଙ୍ଗ ଧରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.