ହାଣ୍ଡିଘର – ତାରା ତାରିଣୀ ନୁଆଁ ବିଜୁ ସେତୁର ସଂଲଗ୍ନ ରାସ୍ତା ବିପଦରେ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ମା ତାରା ତାରିଣୀଙ୍କ ଅପାର କୃପା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଓ ୫ଟି ଅଧକ୍ଷ ଭିକେ ପାଣ୍ଡିଆନଙ୍କ ସହଯୋଗରେ ଏକ ନୂତନ ସେତୁ ହୋଇ ସାରିଛି। ଓ ଉଦଘାଟନ ହୋଇ ନଥିଲେ ମଧ୍ୟ ବଡ଼ ଗାଡ଼ି ଛାଡି ସାନ ଗାଡ଼ିଓ ଟ୍ରକ ଟିପର ଚଳା ଚଳ କରୁଛି। ଯାହାକି ଏକ ସ୍ୱାଗତ ଯୋଗ୍ୟ ଅଟେ। କାରଣ ଆଛୁଲି ଠାରୁ ପୁରୁଷୋତ୍ତମପୁର ବ୍ରିଜ ଦେଇ ତାରାତାରିଣୀ ମନ୍ଦିର କିମ୍ବା ଛକ, ଏବଂ ସ୍ଥାନୀୟ ଗ୍ରାମ ଗୁଡିକୁ ଅନ୍ୟୁନ ୧୨ ରୁ ୧୫ କିମି କମ ପଡୁଛି। ଯାହାକି ଲୋକଙ୍କ ପାଇଁ ଓ ପର୍ଯ୍ୟଟକ ମାନଙ୍କ ପାଇଁ ବଡ଼ ଖୁସିର ବିଷୟ ଅଟେ। କିନ୍ତୁ ଖୁସି ଭିତରେ ଗୋଟିଏ ଦୁଃଖ ର ବିଷୟ ସେହି ବ୍ରିଜ ପାଖରେ ରହି ଯାଇଛି, ତାହା ହେଉଛି ଆପଣ ମାନେ ଯଦି ହାଣ୍ଡିଘର ପଟରୁ ତାରା ତାରିଣୀ ମନ୍ଦିରକୁ ସେହି ବ୍ରିଜ ଦେଇ ଯାଉଛନ୍ତି ତେବେ ବ୍ରିଜର ମନ୍ଦିର ପଟକୁ ସଂଲଗ୍ନ ରାସ୍ତା ଟି ହଠାତ ଟନିଙ୍ଗ (ବୁଲାଣି) ହୋଇ ଯାଇଛି, ଏବଂ ତାହାର ପାଖ ଖାଲ ଅଛି ଯାହାଦ୍ୱାରା ଆଗାମୀ ଦିନରେ ବଡ଼ ବସଟ୍ରକ ଓ ଦ୍ରୁତ ଗତିରେ ଯାଉଥିବା ୪ଚକିଆ ୨ଚକିଆ ଗାଡି ସେହି ସ୍ଥାନରେ ଦୁର୍ଘଟଣା ହେବାର ସମ୍ଭାବନା ବହୁତ ମାତ୍ରାରେ ଅଛି। କାରଣ ରୋଡ଼ ଠାରୁ ନଦୀର ପତନ ପ୍ରାୟ ୮ରୁ ଦଶ ମିଟର ଅର୍ଥାତ ୨୫ ରୁ ୩୦ ଫୁଟ ହେବ। ତେଣୁ ଦୁର୍ଘଟଣା ଘଟିଲେ ଯାତ୍ରୀ ମାନଙ୍କ ଓ ଗାଡିର ଅବସ୍ଥା ଶୋଚନୀୟ ହୋଇ ପଡିବ ଓ ବହୁ ଜୀବନ ଚାଲି ଯିବା ସହିତ ଅକ୍ରମନ୍ୟ କିମ୍ବା ଗୁରୁତର ଭାବରେ ଆଘାତ ପାଇବେ। ତେଣୁ ବ୍ରିଜ କାମର ଠିକାଦାର, ଆରଡ଼ି ବିଭାଗ ବେଳ ଥାଉ ଥାଉ ଯଦି କିଛି ନକରନ୍ତି ତେବେ ଦୁର୍ଘଟଣା ପରେ ଚେତା ପଶିବ ବୋଲି ସାଧାରଣରେ କିଛି ବୁଦ୍ଧିଜୀବୀ ଓ ବରିଷ୍ଟ ନାଗରିକ ମାନେ ମତ ଦେଇଛନ୍ତି। ତେଣୁ ଏହାଉପରେ ଗଞ୍ଜାମ ଜିଲ୍ଲପାଳ ଦିବ୍ୟଜ୍ୟୋତି ପରିଡା, ଜିଲ୍ଲା ଗ୍ରାମ ଉର୍ନ୍ନୟନ ଅଧିକାରୀ ଭି କୀର୍ତ୍ତି ଭାସନ, ଛତ୍ରପୁର ଉପଜିଲ୍ଲାପାଳ, ପୁରୁଷୋତ୍ତମପୁର ବିଡ଼ିଓ ମନୋଜ କୁମାର ନାୟକ,ଏବଂ ପୁରୁଷୋତ୍ତମପୁର ତହସିଲଦାର ଲୋପାମୁଦ୍ରା ରଥଙ୍କ ସହିତ ଆରଡ଼ି ବିଭାଗ ଏସି ଓ ନିର୍ବାହୀ ଯନ୍ତ୍ରୀ ଗୁରୁତ୍ୱ ଦେଲେ ହେବାକୁ ଥିବା ଦୁର୍ଘଟଣା ରୁ ସମସ୍ତେ ରକ୍ଷା ପାଇ ପାରିବେ। ଅବଶ୍ୟ ସେହି ନଦୀ ପଠାରେ ଗାଡ଼ ୱାଲ ଉଠିବା ପାଇଁ ଫାଉଣ୍ଡେସନ ହୋଇଛି, କିନ୍ତୁ ପ୍ରଥମେ ଗାଡ଼ୱାଲ କରି ଅନ୍ୟ କାମ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାର କରିଥାନ୍ତେ ତେବେ ହୁଏତ ଭଲ ହୋଇଥାନ୍ତା ବୋଲି ସବୁ ସ୍ଥାନରେ ଚର୍ଚ୍ଚା ହେଉଛି। ଏବଂ ବ୍ରିଜ କାମର ଥିବା ବଳକା ଅର୍ଥ ରାଶି ଏହି କାମ ରେ ବ୍ୟୟ କରିଲେ ଆସୁ ବିପଦରୁ ସମସ୍ତେ ରକ୍ଷା ପାଇ ପାରିବେ। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.