ଟିଟିଲାଗଡ଼କୁ ଜିଲ୍ଲା ମାନ୍ୟତା ଓ ସଇଁତଲା ଏନଏସି ଦାବୀକୁ ନେଇ କଂଗ୍ରେସ ଦଳ ପାଣ୍ଡିଆନଙ୍କ ଗସ୍ତ କାର୍ଯ୍ୟକ୍ରମକୁ ତୀବ୍ର ବିରୋଧ କରିବ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ଦୀର୍ଘ ଦିନରୁ ଟିଟିଲାଗଡ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି ହୋଇଆସୁଥିବା ବେଳେ ରାଜ୍ୟ ସରକାର ଏହାକୁ ଅଣଦେଖା କରୁଛନ୍ତି। ଏପରିକି ଗତ କିଛି ଦିନ ତଳେ ଟିଟିଲାଗଡ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ବଦଳରେ ପାଣ୍ଡିଆନଙ୍କୁ ଭେଟି ନିରାଶ ହୋଇଛନ୍ତି। ଏହି ପରିପେକ୍ଷୀରେ ଆସନ୍ତା ୮ ତାରିଖ ଦିନ ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକକୁ ନୂଆ ଓଡ଼ିଶା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କ ଗସ୍ତକୁ ସଇଁତଲା ବ୍ଲକ କଂଗ୍ରେସ ତରଫରୁ ତୀବ୍ର ବିରୋଧ କରାଯିବ ବୋଲି ଆୟୋଜିତ ସାମ୍ବାଦିକ ସମ୍ବିଳନୀରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ ସୂଚନା ଦେଇଛନ୍ତି। ଆଜିର ସମ୍ବିଳନୀ କହିଲେ ସେ ଯେ, ଟିଟିଲାଗଡ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବୀ ଆନ୍ଦୋଳନ କରି ଆସୁଥିବା ବେଳେ ରାଜ୍ୟ ସରକାର ନୀରବ ରହିଛନ୍ତି। ଏହା ସହିତ ସଇଁତଳା ପଞ୍ଚାୟତକୁ ଏନଏସି ମାନ୍ୟତା ପାଇଁ ଟିଟିଲାଗଡ଼ ଗସ୍ତ ସମୟରେ ଆସିଥିବା ବେଳେ ପଦେକ୍ଷପ ନିଆଯିବ ବୋଲି ପ୍ରକାଶ କରିଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ ଚୁପ ହୋଇ ଲୋକମାନଙ୍କୁ ଭୂଆ ବୁଲାଯାଉଛି ବୋଲି ଅଭିଯୋଗ କରିଛନ୍ତି। ସେହିପରି ଟିଟିଲାଗଡ଼ ଜିଲ୍ଲା କରାଗଲେ ସଇଁତଳା ବ୍ଲକକୁ ସବଡିଭିଜନ ମାନ୍ୟତା କରାଯାଇଛି। ଏପରିକି ସ୍ଥାନୀୟ ଓକିଲ ସଂଘ ମଧ୍ୟ ଦାବୀ କରି ଆସୁଥିବା ସଇଁତଲା ଠାରେ ସବ ଟ୍ରେଜେରୀ ଅଫିସକୁ ମଧ୍ୟ ସରକାର ପାତରଅନ୍ତର କରୁଛନ୍ତି ବୋଲି କ୍ଷୋଭ ପ୍ରକାଶ କରିଥିଲେ। ସ୍ଥାନୀୟ ଡାକ୍ତରଖାନାରେ ଶବ ବ୍ୟବଛେଦ କେନ୍ଦ୍ର ସ୍ଥାପନ ପାଇଁ ଦୀର୍ଘ ୩୦ ବର୍ଷ ହେଲା ଦାବୀ ହୋଇଆସୁଥିବା ବେଳେ ରାଜ୍ୟ ସରକାର ଗୁରୁତ୍ୱ ଦେଉନାହାନ୍ତି ବୋଲି କଂଗ୍ରେସ ଦାବୀ ଉଠାଇଛି। ଏଣୁ ଆସନ୍ତା ୮ ତାରିଖ ପଣ୍ଡିଆନଙ୍କ ଗ୍ରସ୍ତକୁ କଂଗ୍ରେସ ତୀବ୍ର ବିରୋଧ କରିବ ବୋଲି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ସିଂ ଭୋଇ ଚେତାବନୀ ଦେଇଛନ୍ତି। ଏହି ସାମ୍ବାଦିକ ସମ୍ବିଳନୀରେ ସଇଁତଲା ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ, ପ୍ରଦେଶ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ସୁବ୍ରତ ବେହେରା, ବ୍ଲକ ଉପ ସଭାପତି ପପୁ ମହାନ୍ତି, ବ୍ଲକ ସଭାନେତ୍ରୀ ଦୀପାଞ୍ଜଳୀ ବାରିକ, ସମିତି ସଭ୍ୟ ଉମାକାନ୍ତ ରଣା, ବାଞ୍ଛାନିଧି ବୁଡ଼େକ, ଯୁବ ସଂଗଠକ ଅମିତ ରଥ, ଛନ୍ଦାଚରଣ ବେହେରା ଓ ସନ୍ତୋଷ ସୁନା ପ୍ରମୁଖ ଉପସ୍ଥିତ ଥିଲେ। 

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.