‘ନୂଆ-ଓ’ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉଦଯାପିତ 

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ନୂଆ-ଓ ଯୁବ ଓଡିଶା ନବୀନ ଓଡିଶା ଅଧିନରେ ପୁରୁଷୋତ୍ତମପୁର ଠାରେ ଚାଲିଥିବା ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା  ଉଦଯାପିତ ହୋଇଯାଇଛି। ବିଡ଼ିଓ ମନୋଜ କୁମାର ନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନିମନ୍ତ୍ରିତ ଅତିଥି ଭାବେ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ତହସିଲଦାର ଲୋପାମୁଦ୍ରା ରଥ, ଜୀବନ ବିନ୍ଦୁ ସହସଂଯୋଜକ ନିର୍ମଳ ଚନ୍ଦ୍ର ସାହୁ, ବ୍ଲକ ଅଧ୍ୟକ୍ଷା ପିଙ୍କି ବେହେରା ପ୍ରମୁଖ ମଞ୍ଚାସିନ ରହିଥିଲେ। ଅନ୍ୟତମ ଅତିଥି ଭାବେ ବିଇଓ କିଶୋର ଚନ୍ଦ୍ର ବେହେରା, ନରସିଂହ ଦାଶ ହାଇସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ପୂର୍ଣ୍ଣିମା ସର୍ଦାର ଉପସ୍ଥିତ ଥିଲେ। ବିଭିନ୍ନ ଇଭେଣ୍ଟରେ କୃତିତ୍ବ ହାସଲ କରିଥିବା ଟିମକୁ ଅତିଥି ମାନେ ନଗଦ ଅର୍ଥ ସହ ଟ୍ରଫି ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ବ୍ଲକ କର୍ମଚାରୀମାନେ ପରିଚାଳନା କରିଥିବା ବେଳେ କ୍ରୀଡା ଶିକ୍ଷକ କାଳୁ ଚରଣ ମହାଙ୍କୁଡ, ଶିବ ପ୍ରସାଦ ବେହେରା, ବାଲ୍ୟ ପଲେଇ ବିଭିନ୍ନ ଇଭେଣ୍ଟକୁ ପରିଚାଳନା କରିଥିଲେ। ଏଥିରେ ବିଭିନ୍ନ ପଞ୍ଚାୟତର ପ୍ରତିନିଧି ଉପସ୍ଥିତ ଥିଲେ। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.