ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭବାନୀପାଟଣା ନିକଟସ୍ଥ ଜାରିଂ ନର୍ସରୀ ଠାରେ ଶୁକ୍ରବାର ଜିଲ୍ଲା ସ୍ତରୀୟ ଡମ ସମାଜର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ସମସ୍ତ ଡମ ସଦସ୍ୟ ଏକତ୍ରିତ ହୋଇ ନିଜର ସମାଜକୁ ସୁଦୃଢ଼ କରିବା ପାଇଁ ନିଷ୍ପତି ନିଆଯାଇ ଥିଲା। ଆଗାମୀଦିନରେ ଦଳଗତ ନିର୍ବି ଶେଷରେ ସମସ୍ତେ ଏକତ୍ରିତ ହୋଇ ଡମ ସମାଜକୁ ସଶକ୍ତ କରିବାପାଇଁ ଆହ୍ବାନ ଦେଇଥିଲେ। ଜିଲ୍ଲା ଟିମର ଏକ କୋର୍ କମିଟି ଗଠନ କରାଯାଇଥିଲା। ବିଭିନ୍ନତା ମଧ୍ୟରେ ଏକତା ବଜାୟ ରହିବା ଏବଂ ସମାଜକୁ ସୁଦୃଢ଼ କରିବା ପାଇଁ ନିଷ୍ପତି ନିଆଯାଇ ଥିଲା। ୧୩ ଗୋଟି ବ୍ଲକରୁ ଡମ ସମାଜ ଜାତି ପ୍ରେମୀ ଉପସ୍ଥିତ ରହି ସର୍ବସମ୍ମତି କ୍ରମେ ଅନାମ ନାୟକଙ୍କୁ କାର୍ଯ୍ୟକାରୀ ସଭାପତି ରୂପେ ଚୟନ କରିଥିଲେ। ଦିଗାମ୍ବର ଦୁରିଆଙ୍କୁ ଉପଖଣ୍ଡ ସ୍ତରୀୟ ସଭାପତି ଭାବରେ ଚୟନ କରାଯାଇଥିଲା। ୧୩ ଗୋଟି ବ୍ଲକରେ ସଂଯୋଜକ ଚୟନ କରି ନିଯୁକ୍ତି ଦିଆଯାଇଥିଲା। ଅଳ୍ପ ଦିନ ମଧ୍ୟରେ ଜିଲ୍ଲାସ୍ତରୀୟ କର୍ମକର୍ତ୍ତା ଚୟନ କରି ସଂଗଠନ ଅଭିବୃଦ୍ଧି ନିମନ୍ତେ ପ୍ରୟାସ କରିବା ପାଇଁ ସ୍ଥିରୀକୃତ କରାଯାଇଥିଲା। ଜିଲ୍ଲାସ୍ତରୀୟ କର୍ମ କର୍ତ୍ତା ମାନଙ୍କ ମଧ୍ୟରେ ଧର୍ମେନ୍ଦ୍ର ନାଏକ,ଜିଲ୍ଲା ସମ୍ପାଦକ ପ୍ରଶାନ୍ତ ନାଏକ, ସାମନ୍ତ ଖମାରୀ, ଚିତ୍ତ ବାଗ, ପବିତ୍ର କୁମାର୍, ଗୋବର୍ଦ୍ଧନ ବାଗ, ନନ୍ଦ ନାଏକ, ମଣ୍ଟୁ ନାଏକ, ଅଭିରାମ ନନ୍ଦ, ଅଭୟ ନାଏକ, ମେଳା ସେନାପତି, ଫଗୁନୁ ସେନାପତି, ବିଶ୍ଵନାଥ କର,ଋଷିସଦନ ଛତ୍ରିଆ, ଭୋପାଳ ନାଗ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଏହି ବୈଠକରେ ୧୦୦ରୁ ଉର୍ଦ୍ଧ୍ବ ଡମ ଜାତି ପ୍ରେମି ସଦସ୍ୟ ଉପସ୍ଥିତ ରହି ସମାଜର ଉତ୍ତୋରତ୍ତର ଉନ୍ନତି କାମନା କରିଥିଲେ।