ଓଡ଼ିଆ ବାର୍ତ୍ତା/ ଥୁଆମୂଳ ରାମପୁର (ପ୍ରଦୀପ କୁମାର ପଣ୍ଡା): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ପୋଇଗୁଡା ଗ୍ରାମର ଗୋବର୍ଦ୍ଧନ ମାଝୀ ନାମକ ଜନୈକ ବୃଦ୍ଧ ଗ୍ରାମ ନିକଟ ଏକ ଜଙ୍ଗଲରେ କରିଥିବା ପୋଡୁ ଚାଷକୁ ବନ୍ୟ ଜନ୍ତୁଙ୍କ ଠାରୁ ରକ୍ଷା କରିବାକୁ ଜଗି ରହୁଥିଲେ। ପ୍ରତି ଦିନ ଏବଂ ରାତିରେ ନିଜର ପରିଶ୍ରମର ଚାଷ ଜଗି ରହୁଥିବା ବେଳେ ଶୁକ୍ରବାର ସକାଳ ୧୦ ଘଣ୍ଟା ସମୟରେ କୌଣସି ଏକ ହିଂସ୍ର ଜଙ୍ଗଲି ଜନ୍ତୁର ଶବ୍ଦ ଶୁଣି ନିଜକୁ ସୁରକ୍ଷା ଦେବା ପାଇଁ ଦୌଡ଼ି ପଳାଉଥିବା ବେଳେ ପଥରରେ ଗୋଡ଼ ଖସିଯାଇ ପଡିଯିବା ଫଳରେ ପଡିଯାଇଥିଲେ। ତାଙ୍କର ମୁଣ୍ଡରେ ଗଭୀର ଆଘାତ ହେବା ଫଳରେ ଅତ୍ୟଧିକ ରକ୍ତସ୍ରାବ ହେବା ଦେଖି ଗୁରୁତର ଅବସ୍ଥାରେ ତାଙ୍କୁ ତୁରନ୍ତ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଯୋଗୁଁ ତାଙ୍କର ମୁଣ୍ଡରେ ଅସ୍ତ୍ରୋପଚାର କରାଯାଇଥିବା ସୂଚନା ମିଳିଛି। ସୁସ୍ଥ ହେବା ପର୍ଯ୍ୟନ୍ତ ତାଙ୍କୁ ଦିନେ ଛାଡି ଦିନେ ଡାକ୍ତରଖାନା ଆସି ଚିକିତ୍ସିତ ହେବା ପାଇଁ ଡାକ୍ତର ଶ୍ରୀ ଶିବାଶିଷ ସ୍ବାଇଁ ପରାମର୍ଶ ଦେଇଥିବା ସୂଚନା ଦେଇଛନ୍ତି।