ଜାନୁଆରୀ ୮ରୁ ଆରମ୍ଭ ହେବ ସୁଜନ ନାଗ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆସନ୍ତା ୮ତାରିଖ ଠାରୁ ୧୪ ତାରିଖ ପର୍ଯ୍ୟନ୍ତ ସୋନପୁର ସ୍ଥିତ ରୟାଲ ପଡିଆ ଠାରେ ୧୧ତମ ସୁଜନ ନାଗ ସ୍ମାରକୀ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ। ଏଥିପାଇଁ ଏକ ସାମ୍ବାଦିକ ସମ୍ମିଳନୀରେ ମ୍ୟାଚର ସମସ୍ତ ସିଡ଼୍ୟୁଲ ସହ ସମୁଦାୟ ଆଠ ଗୋଟି ଦଳର ପ୍ରାୟୋଜକ ମାନେ ଲକି ଡ୍ର ମାଧ୍ୟମରେ ନିଜ ଦଳ ଚୟନ କରିଥିଲେ। ଶ୍ରୀରାମ ଚରଣ ସୁନା, ଲୋକନାଥ ରଥ, ହରିହର ପଟ୍ଟନାୟକ, ସନ୍ତୋଷ ପୁଝାରୀ, ସୁଜିତ୍ ସାହୁ, ସଞ୍ଜୀବ ମହାରଣା ଙ୍କ ସମେତ ଅନ୍ୟ ପ୍ରାୟୋଜକଙ୍କ ପ୍ରତିନିଧିମାନେ ଯୋଗଦାନ କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ବରଗଡ, ଫୁଲବାଣୀ, କଳାପଥର, ସୋନପୁର, ସମ୍ବଲପୁର, ବେଲପାହାଡ଼, ବୀରମହାରାଜପୁର, ସୁନ୍ଦରଗଡ଼ର ଟିମ ଖେଳିବା ପାଇଁ ଧାର୍ଯ୍ୟ ହୋଇଛି। ଏହି ଖବରଦାତା ସମ୍ମିଳନୀକୁ ସୁଜନ ନାଗ ଫୁଟବଲ ଏକାଡେମୀର ମୁଖ୍ୟ ରାକେଶ ନାଗ ସମ୍ବୋଧିତ କରିଥିବା ବେଳେ ଜନ୍ମେଜୟ ନାଗ ଧନ୍ୟବାଦ ପ୍ରଦାନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.