ଜିଲ୍ଳାରେ ଭୋଟରଙ୍କ ସଂଖ୍ୟା ୭୦୪୫୦୩
ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଳାରେ ଥିବା ଭୋଟରଙ୍କ ଚୁଡାନ୍ତି ତାଲିକାକୁ ଜିଲ୍ଳା ନିର୍ବାଚନ ଅଧିକାରୀ ତଥା ଜିଲ୍ଳାପାଳ ଶ୍ରୀମତି ସ୍ୱଧାଦେବ ସିଂ ପ୍ରକାଶନ କରିଛନ୍ତି । ଏଥିରେ ଜିଲ୍ଳାର ୧୩୮- ଗୁଣପୁର,୧୩୯- ବିଷମକଟକ ଓ ୧୪୦-ରାୟଗଡା ନିର୍ବାଚନ ମଣ୍ଡଳିରେ ଥିବା ଭୋଟରଙ୍କ ସଂଖ୍ୟା ପ୍ରକାଶିତ ହୋଇଛି । ଚଳିତ ବର୍ଷ ଜାନୁଆରୀ ୫ତାରିଖ ସୁଦ୍ଧା ଜିଲ୍ଳାରେ ୭୦୪୫୦୩ଜଣ ଭୋଟରଙ୍କ ନାମ ଭୋଟର ତାଲିକାରେ ରହିଛି । ଏହି କ୍ରମରେ ରାୟଗଡା ଜିଲ୍ଳାରେ ୩ ଲକ୍ଷ ୩୧ ହଜାର ୮୪୪ ଜଣ ପୁରୁଷ ଭୋଟର ରହିଥିବା ବେଳେ ୩ ଲକ୍ଷ ୭୨ ହଜାର ୪୭୪ ଜଣ ମହିଳା ଭୋଟରଙ୍କ ସମେତ ୧୮୫ ଜଣ କିନ୍ନର ଭୋଟରଙ୍କୁ ମିଶାଇ ମୋଟ ୭ ଲକ୍ଷ ୪ହଜାର ୫୦୩ ଜଣ ଭୋଟର ରହିଛନ୍ତି । ଚଳିତ ୨୦୨୪ ବର୍ଷରେ ୩୨ହଜାର ୧୯୮ଜଣ ୧୮ବର୍ଷରୁ ଉର୍ଦ୍ଧ ଯୁବ ଭୋଟରଙ୍କୁ ସାମିଲ କରାଯାଇଥିବା ବେଳେ ୧୯ହଜାର ୬୫୭ଜଣ ଭୋଟରଙ୍କୁ ବିଭିନ୍ନ କାରଣରୁ ବାଦ ଦିଆଯାଇଛି । ଗୁଣପୁର ନିର୍ବାଚନ ମଣ୍ଡଳିରେ ୨ଲକ୍ଷ ୨୧ହଜାର ୪୯୫ଜଣ ଭୋଟର ରହିଥିବା ବେଳେ ଏଥିରେ ୧ଲକ୍ଷ ୬ହଜାର ୬୮୪ଜଣ ପୁରୁଷ ଭୋଟର ଓ ୧ଲକ୍ଷ ୧୪ହଜାର ୭୬୨ଜଣ ମହିଳା ଓ ୪୯ଜଣ କିନ୍ନର ଭୋଟର ରହିଛନ୍ତି । ସେହିପରି ବିଷମକଟକ ନିର୍ବାଚନ ମଣ୍ଡଳିରେ ମୋଟ ଭୋଟର ୨ଲକ୍ଷ ୩୨ହଜାର ୪୪୨ଜଣଙ୍କ ନାମ ଭୋଟର ତାଲିକାରେ ପ୍ରକାଶିତ ହୋଇଥିବା ବେଳେ ଏଥିରେ ୧ଲକ୍ଷ ୬ହଜାର ୮୩୭ଜଣ ପୁରୁଷ ଓ ୧ଲକ୍ଷ ୨୫ହଜାର ୫୬୬ଜଣ ମହିଳା ଭୋଟରଙ୍କ ସମେତ ୩୯ଜଣ କିନ୍ନର ଭୋଟର ରହିଥିବା ବେଳେ ରାୟଗଡା ନିର୍ବାଚନ ମଣ୍ଡଳିରେ ମୋଟ ୨ଲକ୍ଷ ୫୦ ହଜାର ୫୬୬ଜଣ ଭୋଟର ରହିଥିବା ବେଳେ ପୁରୁଷ ଭୋଟରଙ୍କ ସଂଖ୍ୟା ୧ଲକ୍ଷ ୧୮ହଜାର ୩୨୩ ରହିଥିବା ବେଳେ ୧ଲକ୍ଷ ୩୨ହଜାର ୧୪୬ଜଣ ମହିଳା ଭୋଟର ଏବଂ ୯୭ଜଣ କିନ୍ନର ଭୋଟର ରହିଛନ୍ତି । ଗତ ୨୦୨୩ ବର୍ଷ ଅକ୍ଟୋବର ୨୭ ତାରିଖ ସୁଦ୍ଧା ଜିଲ୍ଳାରେ ୬ଲକ୍ଷ ୯୧ହଜାର ୯୭୧ ଜଣ ଭୋଟର ରହିଥିଲେ । ଯେଉଁଥିରେ ଚଳିତ ଜାନୁଆରୀ ମାସ ୫ତାରିଖ ସୁଦ୍ଧା ୩୨୧୮୯ଜଣ ଯୁବ ଭୋଟରଙ୍କୁ ସାମିଲ କରାଯାଇଛି । ଏହି ଚୁଡାନ୍ତ ଭୋଟର ତାଲିକା ପ୍ରସ୍ତୁତ କାର୍ଯ୍ୟକ୍ରମରେ ୮୭ଜଣ ବିଏଲଓ ସୁପରଭାଇଜରଙ୍କ ସମେତ ୮୮୩ଜଣ ବିଏଲଓ ନିଯୁକ୍ତ ହୋଇଥିଲେ । ରାୟଗଡା ଜିଲ୍ଳାରେ ସର୍ବମୋଟ ୮୮୩ଗୋଟି ବୁଥ୍ ରହିଥିବା ବେଳେ ଗୁଣପୁର ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ଗୁଣପୁର,ଗୁଡାରୀ,ଚନ୍ଦ୍ରପୁର,ପଦ୍ମପୁର,ରାମନାଗୁଡା ବ୍ଳକ ସମେତ ଗୁଣପୁର ପୈାରାଂଚଳ ଓ ଗୁଡାରୀ ବିଞାପିତ ଅଂଚଳ ପରିଷଦରେ ୨୮୯ଟି ବୁଥ ରହିଥିବା ବେଳେ ବିଷମକଟକ ନିର୍ବାଚନୀ ମଣ୍ଡଳିର ମୁନିଗୁଡା,ବିଷମକଟକ,କଲ୍ୟାଣସିଂହପୁର ଓ କୋଲନରା ବ୍ଳକରେ ୨୯୩ଟି ବୁଥ ରହିଛି । ସେହିପରି ରାୟଗଡା ନିର୍ବାଚନ ମଣ୍ଡଳିର କାଶିପୁର ବ୍ଳକରେ ୧୩୩ଟି,ରାୟଗଡା ବ୍ଳକରେ ୧୧୨ଟି ଏବଂ ରାୟଗଡା ପୈାରାଂଚଳରେ ୫୬ଟି ବୁଥକୁ ମିଶାଇ ମୋଟ ୩୦୧ଟି ସର୍ବାଧିକ ବୁଥ୍ ରହିଥିବା ଭୋଟର ତାଲିକାରେ ପ୍ରକାଶିତ ହୋଇଛି । ଜିଲ୍ଳାପାଳଙ୍କ କାର୍ଯ୍ୟାଳୟର ଚିନ୍ତନ କକ୍ଷରେ ଅନୁଷ୍ଠିତ ଚୁଡାନ୍ତ ଭୋଟର ତାଲିକା ପ୍ରକାଶନ କାର୍ଯ୍ୟକ୍ରମରେ ବିଜେଡି,ବିଜେପି ଓ କଂଗ୍ରେସ ପ୍ରମୁଖ ତିନି ରାଜନୈତିକ ଦଳର ପ୍ରମୁଖ ସଦସ୍ୟମାନେ ଜିଲ୍ଳା ନିର୍ବାଚନ ଅଧିକାରୀ ତଥା ଜିଲ୍ଳାପାଳଙ୍କ ଠାରୁ ଭୋଟର ତାଲିକା ଗ୍ରହଣ କରିଥିବା ବେଳେ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଳାପାଳ ଭାସ୍କର ଚନ୍ଦ୍ର ରଇତ,ରାୟଗଡା ଉପଖଣ୍ଡ ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଳାପାଳ ଶ୍ରୀମତି କଲ୍ୟାଣୀ ସଂଘମିତ୍ରା ଦେବୀ, ଡେପୁଟୀ କଲେକ୍ଟର ସୂର୍ଯ୍ୟମଣି ଭୋଇ, ସହକାରୀ ଜିଲ୍ଳାପାଳ, ନିର୍ବାଚନ ଶ୍ରୀ ବରାଳ ପ୍ରମୁଖ ଉପସ୍ଥିତ ରହିଥିଲେ ।