ସଡକ ସୁରକ୍ଷା ସପ୍ତାହରେ ୱାକୋଥନ୍ ସଚେତନତା କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଳା ସଡକ ସୁରକ୍ଷା ସମିତି ଓ ଆଂଚଳିକ ପରିବହନ ବିଭାଗ ରାୟଗଡା ଆନୁକୂଲ୍ୟରେ ଚଳିତ ମାସ ୧ତାରିଖ ଠାରୁ ୭ତାରିଖ ପର୍ଯ୍ୟନ୍ତ ସପ୍ତାହ ବ୍ୟାପି ଜିଲ୍ଳାରେ ‘ସଡକ ସୁରକ୍ଷା ପରିବାର ରକ୍ଷା’ ବାର୍ତା ନେଇ ସଡକ ସୁରକ୍ଷା ସପ୍ତାହ ପାଳନ କରାଯାଉଛି। ଏହି ଅବସରରେ ସପ୍ତାହର ଷଷ୍ଠ ଦିନ ଶନିବାର ଏକ ୱାକୋଥନ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ସାର୍କିଟ ହାଉସ ଠାରୁ ଏହି ୱାକୋଥନ୍ କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଳାପାଳ ଭାସ୍କର ଚନ୍ଦ୍ର ରଇତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ଅମୂଲ୍ୟ କୁମାର ଧର, ବିଜୟ କୁମାର ନନ୍ଦ ପ୍ରମୁଖ ଉପସ୍ଥିତ ରହି ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ସଡକ ଦୁର୍ଘଟଣା ଜନିତ ମୃତ୍ୟୁ ହାରକୁ କମ କରିବା ପାଇଁ ସମସ୍ତେ ଟ୍ରାଫିକ୍ ନିୟମ ମାନି ଚଳିବା, ବେପାରୁଆ ଭାବେ ଗାଡି ନ ଚାଳଇବା ପାଇଁ ଅତିଥିମାନେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଅନୁରୋଧ କରିଥିଲେ। ରାସ୍ତାରେ ଯାତାୟାତ କରୁଥିବା ସମୟରେ ଗାଡି ଚଳାଇବା ବେଳେ ମୋବାଇଲ ଫୋନ୍ ବ୍ୟବହାର ନ କରିବା, ହେଲମେଟ୍ ପିନ୍ଧିବା, ମାଦକ ଦ୍ରବ୍ୟ ସେବନ କରି ଗାଡି ନ ଚଳାଇବା, ଟ୍ରିପଲ ରାଇଡିଂରୁ ଦୂରେଇ ରହିବା, ନାବାଳକଙ୍କୁ ଗାଡି ଚଳାଇବାରୁ ବାରଣ କରିବା, ଗାଡିର କାଗଜ ପତ୍ର ସାଙ୍ଗରେ ରଖିବା, ମଟର ଗାଡି ଚଳାଇବା ବେଳେ ସିଟ୍ ବେଲ୍ଟ ବ୍ୟବହାର କରିବା, ପାର୍କିଂ ପ୍ଳେସରେ ଗାଡି ରଖିବା,ଗାଡି ଧୀରେ ଚଳାଇବା ଓ କର୍କଶ ସ୍ୱରରେ ହର୍ଣ୍ଣ ନ ବଜାଇବା ଏବଂ ଦ୍ରୁତ ଗତିରେ ଗାଡି ନ ଚଳାଇବା ସହ ଅସୁସ୍ଥ ଥିଲେ ମଧ୍ୟ ଗାଡି ନ ଚଳାଇବା ଏବଂ କ୍ଷମତା ଠାରୁ ଅଧିକ ଓଜନର ମାଲ ଏବଂ ଯାତ୍ରୀ ପରିବହନ ନ କରିବା ପାଇଁ ପରିବହନ ଓ ପୋଲିସ ବିଭାଗ ପକ୍ଷରୁ ସଚେତନତା କରାଯାଇଛି। ଯଦି ଏହି ନିୟମଗୁଡିକୁ ଅବମାନନା କରାଯାଏ ତାହା ହେଲେ ଆଇନ ଅନୁଯାୟୀ ଦଣ୍ଡିତ ହେବେ ବୋଲି ରାୟଗଡା ଆଂଚଳିକ ପରିବହନ ଅଧିକାରୀ ଶିବ ଶଙ୍କର ଚୈାଧୁରୀ ପ୍ରକାଶ କରିଛନ୍ତି। ଆଜିର ୱାକୋଥନ୍ କାର୍ଯ୍ୟକ୍ରମରେ ସଡକ ସୁରକ୍ଷା ରଥ ବୁଲିବା ସହ ବିଭିନ୍ନ ମହାବିଦ୍ୟାଳୟର ଏନସିସି କ୍ୟାଡେଟ୍‌, ଛାତ୍ରଛାତ୍ରୀଙ୍କ ସମେତ ଅନ୍ୟମାନେ ସାମିଲ ହୋଇ ନଗର ପରିକ୍ରମା କରି ସଚେତନତାର ବାର୍ତା ବାଂଟିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମୋଟର ଯାନ ନିରୀକ୍ଷକ ରାଜ କୁମାର ବେହେରା, ଟିଆଇ ଝାସକେତନ ଭରାସଗରିଆ, ରାୟଗଡା ସ୍ୱଂୟଶାସିତ ମହାବିଦ୍ୟାଳୟର ଏନସିସି ଅଫିସର ଲେଫ୍ଟନାଂଟ ଉଦୟ କୁମାରଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.