ୱାଇଏମସି କପ କ୍ରିକେଟର ଷଷ୍ଠ ଦିବସ: ବରଗଡ଼କୁ ହରାଇ ସେମି ଫାଇନାଲରେ ଫରେଷ୍ଟ ଭିଲାଇ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା ସଦର ମହକୁମା ସ୍ଥିତ ମିନି ଷ୍ଟାଡିଅମ ଠାରେ ଚାଲିଥିବା ୩୨ତମ ସର୍ବ ଭାରତୀୟ ୱାଇଏମସି କପ କ୍ରିକେଟ ଟୁର୍ନାମେଣ୍ଟର ଷଷ୍ଠ ଦିବସ ଖେଳ ଅନୁଷ୍ଠିତ ହୋଇଯାଇଛି। ୱାଇ.ଏମ.ସି କ୍ରିକେଟ କପର ଆବାହକ ତଥା ଜିଲ୍ଲା କ୍ରିକେଟ ସଂଘ ସାଧାରଣ ସମ୍ପାଦକ ଭୈରବ ସାହୁଙ୍କ ଅଧକ୍ଷତାରେ ଆୟୋଜିତ ଏହି ଷଷ୍ଠ ଦିବସ ଖେଳ ଅବସରରେ ମୁଖ୍ୟ ଅତିଥି ଭାବେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଯଦୁମଣି ପାଣିଗ୍ରାହୀ, ସମ୍ମାନିତ ଅତିଥି ଭାବେ ବିଜେପି ଜିଲ୍ଲା ସଭାପତି ମହିଳା ମୋର୍ଚ୍ଚା ତଥା ଧରମବନ୍ଧା ସରପଞ୍ଚ ଭୁବନେଶ୍ୱରୀ ଦଣ୍ଡସେନା, ଜିଲ୍ଲପରିଷଦ ସଭ୍ୟ ଭରତ ଲାଲ ରାଉତ ପ୍ରମୁଖ ଯୋଗଦେଇ ମଞ୍ଚାସିନ ଥିଲେ। ଜିଲ୍ଲା କ୍ରିକେଟ ସଂଘ ସଭାପତି ପ୍ରକାଶ ସାହୁ ଓ ସାମ୍ବାଦିକ ସିମାଞ୍ଚଳ ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ। ପୁନିତ ଶବର ଓ ଅମିତ ହଂସ ମ୍ୟାଚରେ ଧାରାବିବରଣୀ ପ୍ରଦାନ କରୁଥିବା ବେଳେ ଶୈଲେଶ ଶତପଥୀ ଓ ଆୟୁଷ୍ମାନ ଗୁପ୍ତା ସ୍କୋରର ଦାଇତ୍ୱ ତୁଲାଇ ଥିଲେ। ଅମପେୟାର ଭାବେ ଅନିଲ ଦାସ ଓ ବିଶ୍ୱମ୍ବର ମହାକୁଡ଼ ଦାଇତ୍ୱ ବହନ କରିଥିଲେ। ତେବେ ସୋମବାର ଦିନ ସେମିଫାଇନାଲ ମ୍ୟାଚ ଟି ଗ୍ରୁପ (ବି)ର ଫରେଷ୍ଟ ଭିଲାଇ ଓ ବ୍ଲୁ ଡାଇମଣ୍ଡ ବରଗଡ଼ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଟସ ଜିତି ପ୍ରଥମେ ବରଗଡ଼ ଦଳ ଫିଲଡିଂ କରିଥିଲେ। ଫରେଷ୍ଟ ଭିଲାଇ ନିର୍ଦ୍ଧାରିତ ୩୦ ଓଭରରେ ୫ ୱଇକେଟ ହରାଇ ୨୪୧ ରନ ସଂଗ୍ରହ କରିଥିଲା। ଦ୍ଵିତୀୟ ପର୍ଯ୍ୟାୟରେ ବରଗଡ଼ ଦଳ ୩୦ ଓଭରରେ ଧାର୍ଯ୍ୟ ୨୪୨ ରନକୁ ପିଛାକରି ନିଜର ସମସ୍ତ ୱଇକେଟ ହରାଇଦେଇ ମାତ୍ର ୧୪୯ ରନ କରିପାରିଥିଲେ। ପୂର୍ବରୁ ଖୋର୍ଦ୍ଧା ଦଳ ମ୍ୟାଚ ଜିତି ପ୍ରଥମ ଦଳ ଭାବେ ଗୁପ (ଏ) ତରଫରୁ ଫାଇନାଲରେ ପ୍ରବେଶ କରିଛି। ମଙ୍ଗଳବାର ଗ୍ରୁପ (ବି)ର ସେମିଫାଇନାଲ ମ୍ୟାଚ ୱାଇ ଫରେଷ୍ଟ ଭିଲାଇ ଓ ରାଇଜିଙ୍ଗ ସ୍ତୁଡେଣ୍ଟ କଟକ ଦଳ ମଧରେ ଖେଳାଯିବାର ଅଛି। ଅପରାହ୍ନରେ ପୁରସ୍କାର ବିତରଣୀ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଖରିଆର ରୋଡ ଏନଏସି ଉପାଧକ୍ଷ ନିଶାନ୍ତ ଡାଗା ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। ଆୟୋଜକ ୱାଇ. ଏମ. ସି ସଭାପତି ଅମରେଶ ଦାସ, ୱାଇ. ଏମ. ସି ସମ୍ପାଦକ ତପନ ବଗର୍ତି, କ୍ଷୀରୋଧ ପାଢ଼ୀ, ସଞ୍ଜୟ ପୁରୋହିତ, ସୁରେଶ ସାହୁ,ସଞ୍ଜୟ ପଟ୍ଟନାୟକ, ରାଜେନ୍ଦ୍ର ବଢ଼େଇ, ସନ୍ତୋଷ ସୁପକାର, ବାବି ମହଲା, ରଂଜିତ ସୁନା, ପିଣ୍ଟୁ ଭୋଇ, ଶ୍ରୀରାମ ମିଶ୍ର, ଜିତୁ ହୋତା, ଟିପୁ ଖାନ, ଜନି ହରପାଲ, ମୁକେଶ ସହିସ, ବାଲେଶ୍ୱର ମାଝୀ, ପ୍ରତିକ୍ ପଟ୍ଟନାୟକ ପ୍ରମୁଖ ଆୟୋଜକ ୱାଇ.ଏମ.ସି କ୍ରିକେଟ କପ ଟୁର୍ନାମେଣ୍ଟକୁ ସଫଳ କରିବା ପାଇଁ ମଙ୍ଗ ଧରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.