କୋଦୋମେରୀ ଓ ବିଶୋରା ପଂଚାୟତରେ ଅର୍ପଣ ରଥକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା ସଦର ବ୍ଲକ କୋଦୋମେରୀ ଓ ବିଶୋରା ପଂଚାୟତରେ ଶ୍ରୀ ଜଗନ୍ନାଥ ପରିକ୍ରମା ପ୍ରକଳ୍ପ ଅର୍ପଣ ରଥକୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି। ଆସନ୍ତା ଜାନୁଆରୀ ୧୭ ତାରିଖରେ ପୁରୀ ଠାରେ ହେବାକୁ ଥିବା ଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପରେ ସମସ୍ତ ଗାଁର ପ୍ରତେକ ଘରୁ ଗୋଟିଏ ମୁଠା ଅରୁଆ ଚାଉଳ ଆଉ ଗୋଟିଏ ଗୁଆ ଅଣାଯାଉଛି। ତେବେ କୋଦୋମେରୀ ପଂଚାୟତର କୋଦୋମେରୀ, ଚୁହୁରୀ ଓ କେରମେଲୀ ଗାଁଠାରେ ଓ ବିଶୋରା ପଂଚାୟତର ଝିଟକି, ଲୁକୁପାଲି, ଡୋଟୋ, ଚିଙ୍ଗରାସରା, ବାବନକେରା, ଶରଧାପୁର ଗାଁ ଠାରେ ଏହି ରଥ ପରିଭ୍ରମଣ କରିଥିଲା। ପରିକ୍ରମା ସମୟରେ କୀର୍ତନ ଓ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନାମରେ ଗାଁ ଉତ୍ସବମୁଖର ହୋଇଯାଇଥିଲା। ଗ୍ରାମବାସୀ ଏହି ରଥକୁ ବିପୁଳ ଭାବେ ଭକ୍ତି ସହକାରେ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଇଥିଲେ। କୋଦୋମେରୀ ସରପଞ୍ଚ ମମତା ପୁଞ୍ଜିଙ୍କ ଅଧକ୍ଷତାରେ ଆୟୋଜିତ ଏହି ଉତ୍ସବରେ ଶତାଧିକ ଗ୍ରାମବାସୀ ଯୋଗଦାନ କରିଥିବାବେଳେ ପିଇଓ ପରିତୋଷ ମିଶ୍ର, ସମାଜସେବୀ ଅସିତ କୁମାର ପୁଞ୍ଜି, ନାଏକ ସରପଞ୍ଚ ଗଣେଶ ଶବର, ୱାର୍ଡ ମେମ୍ବର ଦୀପିକା ସାହୁ, ଖେମରାଜ ସାହୁ, ହୀରାବାଇ ମାଝୀ,ବୁଦ୍ଧିଆରୀନ ଯାଦବ, ଜୋଶ୍ନାମୟୀ ଦଣ୍ଡସେନା, ଭମର ସିଂ ମାଝୀ, ପ୍ରଶାନ୍ତ ମାଝୀ ପ୍ରମୁଖ ବିଶେଷ ଭାବେ ସହଯୋଗ କରିଥିଲେ। ସେହିପରି ଭାବେ ବିଶୋରା ସରପଞ୍ଚ ଲିଲେଶ୍ୱରୀ ଦଣ୍ଡସେନାଙ୍କ ଅଧକ୍ଷତାରେ ଆୟୋଜିତ ବିଶୋରା ପଂଚାୟତର ଏହି ଉତ୍ସରେ ସମସ୍ତ ଗ୍ରାମବାସୀ ଅଂଶଗ୍ରହଣ କରିଥିବା ବେଳେ ପିଇଓ ସୁବ୍ରତ ପ୍ରଧାନ, ସମାଜସେବୀ ମନୋଜ ଦଣ୍ଡସେନା, ନାଏକ ସରପଞ୍ଚ ନାରଦ କେଉଟ, ମଣିରାମ ମାଝୀ, କମଲ ମାଝୀ, କୃପା ମାଝୀ, ଗେସ ରାମ ମାଝୀ ପ୍ରମୁଖ ବିଶେଷ ଭାବେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.