ରାଜ୍ୟ ସ୍ତରୀୟ ବାଲ୍ ବିଜ୍ଞାନ ପ୍ରଦର୍ଶନୀରେ ନୂଆପଡା ଛାତ୍ରଛାତ୍ରୀଙ୍କ କୃତିତ୍ୱ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ତ୍ରି ଦିବାସୀୟ ରାଜ୍ୟ ସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀରେ ନୂଆପଡ଼ା ଜିଲ୍ଲାର ଛାତ୍ରଛାତ୍ରୀମାନେ ଜିଲ୍ଲା ପାଇଁ କୃତିତ୍ୱ ହାସଲ କରି ଗର୍ବ ଓ ଗୌରବ ଆଣିଛନ୍ତି। ବାରିପଦାର ମହାରାଜା କୃଷ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ଉକ୍ତ ବିଜ୍ଞାନ ପ୍ରତିଯୋଗିତାରେ ୩୦ଟି ଜିଲ୍ଲାର ମୋଟ ୧୫୦ ଗୋଟି ପ୍ରକଳ୍ପ ସ୍ଥାନିତ ହୋଇଥଲା। ରାଜ୍ୟରୁ ଜୋନାଲ୍ ସ୍ତରକୁ ଚୟନୀତ ୨୫ ଟି ପ୍ରକଳ୍ପ ମଧ୍ୟରୁ ନୂଆପଡ଼ା ଜିଲ୍ଲାରୁ ରାଜା ଆର୍ତ୍ତତ୍ରାଣ ଉଚ୍ଚ ବିଦ୍ୟାଳୟ ଖରିଆର ସହରର ନିଶାଙ୍କ କୁମାର ବାଗ ଓ ସରକାରୀ ଉଚ୍ଚ ବିଦ୍ୟାଳୟ ନୀଲଜୀର ପ୍ରମୋଦିନୀ ସା ଙ୍କର ପ୍ରକଳ୍ପ ଉଚ୍ଚ ପ୍ରଶଂସିତ ହୋଇଥିଲା। ସେମାନେ କୋଲକାତା ଠାରେ ଜାନୁୟାରୀ ୯ ରୁ ୧୩ ମଧ୍ୟରେ ହେବାକୁ ଯାଉଥିବା ବିଜ୍ଞାନ ପ୍ରତିଯୋଗିତାରେ ଭାଗ ନେବେ। ଏହି ଅବସରରେ ଆୟୋଜିତ ବିଜ୍ଞାନ ଆଲୋଚନା ଚକ୍ର ଓ ବିଜ୍ଞାନ ସ୍ଲୋଗାନ ଲିଖନରେ ଆଦର୍ଶ ବିଦ୍ୟାଳୟ ନେଗିପାଲିର ୟେଶ୍ୱରିୟା ପାଣ୍ଡେ ଯଥାକ୍ରମେ ଦ୍ୱିତୀୟ ଓ ପ୍ରଥମ ସ୍ଥାନ ଅକ୍ତିଆର କରିଥିଲେ। ସେହିପରି ରାଜା ଆର୍ତ୍ତତ୍ରାଣ ଉଚ୍ଚ ବିଦ୍ୟାଳୟ ଖରିଆର ସହରର ନିଶାଙ୍କ କୁମାର ବାଗ ଓରିଗାମି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ରାଜା ଆର୍ତ୍ତତ୍ରାଣ ଉଚ୍ଚ ବିଦ୍ୟାଳୟ ଖରିଆର ସହରର ଗାଇଡ ଶିକ୍ଷକ ଅଶୋକ କୁମାର ବେହେରା ବିଜ୍ଞାନ ସ୍ଲୋଗାନ ଗାନ ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି, ମାତୃ ଶିଶୁ କଲ୍ୟାଣ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଓ ଜିଲ୍ଲାର ସମସ୍ତ ବିଧାୟକ ଉପସ୍ଥିତ ରହି କୃତି ପ୍ରତିଯୋଗୀଙ୍କୁ ମାନପତ୍ର ସହ ଫଳକ ପ୍ରଦାନ କରିଥିଲେ। ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀ ଗିରିଧାରୀ ସାଙ୍କ ନେତୃତ୍ୱରେ ଜିଲ୍ଲା ପାଇଁ ବିଜ୍ଞାନ ପ୍ରତିଯୋଗିତାରେ ରାଜ୍ୟସ୍ତରରେ ଛାତ୍ରଛାତ୍ରୀମାନେ କୃତିତ୍ୱ ଅଣିଥିବାରୁ ମଧ୍ୟ ଉଦୀୟମାନ ବିଜ୍ଞାନ ନିରୀକ୍ଷକ ଭାବରେ ଶ୍ରୀ ସାଙ୍କୁ ଉପଢ଼ୋକନ ଓ ମାନପତ୍ର ପ୍ରଦାନ କରାଯାଇଥିଲା। ନୂଆପଡା ଜିଲ୍ଲାପାଳ ନୂଆପଡ଼ା ଶ୍ରୀ ହେମକାନ୍ତ ସୟ, ଜିଲ୍ଲା ଶିକ୍ଷା ଅଧିକାରୀ ନୂଆପଡ଼ା ଶ୍ରୀ କରୁଣାକର ଭୁଏ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ସୁଧାଂଶୁ ଶେଖର ମିଶ୍ର, ସମସ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ପ୍ରଧାନଶିକ୍ଷକ ଶିକ୍ଷୟିତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଖୁସି ବ୍ୟକ୍ତ ପ୍ରକାଶ କରି ଶୁଭେଚ୍ଛା ପ୍ରଦାନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.