ଟ୍ରାନ୍ସପୋର୍ଟରଙ୍କୁ ଭାରତୀୟ ନ୍ୟାୟ ସଂହିତା ଉପରେ ଅବଗତ କଲା ରାୟଗଡା ଏଲପିଜି ବଟଲିଂ ପ୍ଳାଂଟ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଭାରତ ସରକାରଙ୍କ ଦ୍ୱାରା ନୂତନ ଭାବରେ ଆଗତ କରାଯାଇଥିବା ଭାରତୀୟ ନ୍ୟାୟ ସଂହିତା ସଂପର୍କରେ ଏକ ସଚେତନତା ସଭା ରାୟଗଡା ଜିଲ୍ଳା ସଦର ବ୍ଳକ ପିତାମହଲ ଗ୍ରାମ ପଂଚାୟତ ଅନ୍ତର୍ଗତ ହିନ୍ଦୁସ୍ତାନ ପେଟ୍ରୋଲିୟମ ଲିମିଟେଡ୍ ଦ୍ୱାରା ରାୟଗଡା ଏଲପିଜି ବଟଲିଂ ପ୍ଳାଂଟରେ ମଙ୍ଗଳବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମ୍ବଲପୁର କ୍ଷେତ୍ରୀୟ କାର୍ଯ୍ୟାଳୟ ମୁଖ୍ୟ କ୍ଷେତ୍ରୀୟ ପ୍ରବନ୍ଧକ ଜିତମରିତ ଦତା ଏବଂ ରାୟଗଡା ଏଲପିଜି ବଟଲିଂ ପ୍ଳାଂଟ ପ୍ରବନ୍ଧକ ପ୍ରବୀଣ କୁମାର ସିକା ଉପସ୍ଥିତ ରହି ସଭାରେ ଯୋଗ ଦେଇଥିବା ଟ୍ରାନ୍ସପୋର୍ଟେର ମାନଙ୍କୁ ନ୍ୟାୟ ସଂହିତା ବିଷୟରେ ଆଲୋକପାତ କରିଥିଲେ । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା ଅଲ୍ ଇଣ୍ଡିଆ ମୋଟର ଟ୍ରାନ୍ସପୋର୍ଟ କଂଗ୍ରେସ ସଭାପତିଙ୍କୁ ଗତକାଲି ଜାନୁଆରୀ ୮ତାରିଖରେ ଦିଆଯାଇଥିବା ପତ୍ର ମୁତାବକ ଭାରତୀୟ ନ୍ୟାୟ ସଂହିତା ଏଯାବତ ଲାଗୁ ହୋଇନାହିଁ । ଭାରତୀୟ ନ୍ୟାୟ ସଂହିତାର ଧାରା ୧୦୬(୨)ଯାହାକି ୧୦ବର୍ଷ କାରାବାସ ଏବଂ ଜୋରିମାନା ଉପରେ ରହିଛି,ତାହା ଅଲ ଇଣ୍ଡିଆ ମୋଟର ଟ୍ରାନ୍ସପୋର୍ଟ କଂଗ୍ରେସର ସହମତି ନେବା ପରେ ହିଁ ଲାଗୁ ହେବ ବୋଲି ସଭାରେ ସମସ୍ତ ଟ୍ରାନ୍ସପୋର୍ଟରମାନଙ୍କୁ ଅବଗତି କରାଯାଇଥିଲା । ଯେହେତୁ ଭାରତ ସରକାରଙ୍କ ତରଫରୁ ଦରକାରୀ ଆଶ୍ୱସନା ପତ୍ର ଆସିଯାଇଛି କି ନୂଆ ନିୟମ ବର୍ତମାନ ପାଇଁ ଲାଗୁ ହୋଇନାହିଁ,ତେଣୁ ଡ୍ରାଇଭରମାନଙ୍କ ତରଫରୁ ନୂଆ ନିୟମ ବିରୁଦ୍ଧରେ କୈାଣସି ପ୍ରକାର ଧର୍ମଘଟ କାମନା ଯୋଗ୍ୟ ନୁହେଁ ବୋଲି ସଭାରେ ଏଚପିସିଏଲ୍ ଅଧିକାରୀମାନେ ଜୋର ଦେଇ କହିଥିଲେ । ନିକଟରେ ସମଗ୍ର ଦେଶରେ ଡ୍ରାଇଭର ସଂଘ ପକ୍ଷରୁ ଭାରତୀୟ ନ୍ୟାୟ ସଂହିତାର ଦଣ୍ଡ ବ୍ୟବସ୍ଥା ବିରୁଦ୍ଧରେ ଡ୍ରାଇଭର ମହାଂସଘ ପକ୍ଷରୁ ଷ୍ଟେରିଙ୍ଗ ଛାଡ ଆନ୍ଦୋଳନ କରାଯାଇଥିବା ବେଳେ ଅନେକ ସ୍ଥାନରେ ଗାଡିଗୁଡିକ ସାମଗ୍ରୀ ସହ ଅଟକି ରହିଥିଲା । ଫଳରେ ଏଲପିଜି ସିଲିଣ୍ଡର ପରିବହନ ସେବା ମଧ୍ୟ ପ୍ରବାହିତ ହୋଇଥିଲା । ଯେହେରୁ ଏଲପିଜି ଗ୍ୟାସ ସିଲିଣ୍ଡର ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରେ ଅର୍ନ୍ତଭୁକ୍ତ ଥିବାରୁ କୈାଣସି ପ୍ରକାରର ବିଭ୍ରାଟ ସାଧାରଣ ଜନତାଙ୍କୁ ହଇରାଣରେ ପକାଇବ ଏବଂ ଖାଉଟି ସେବା ସଂକଳ୍ପକୁ ମଧ୍ୟ କ୍ଷୁର୍ଣ୍ଣ କରିବ ବୋଲି ଶ୍ରୀ ପ୍ରକାଶ କରିଛନ୍ତି । ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ପ୍ରବନ୍ଧକ ମନୋଜ କୁମାର ବେହେରା,ଏରିଆ ସେଲ୍ସ ମ୍ୟାନେଜର ଶୋଭନ କୁମାର ସାହୁଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.