କବିସୂର୍ଯନଗରର ଯୁବ ନେତା ସୀତାରାମଙ୍କ ନିକଟକୁ ଛୁଟୁଛି ଅଭିନନ୍ଦନ ବାର୍ତ୍ତା

ଓଡିଶା ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଖଲ୍ଲିକୋଟ ରଣୀମା ଭି. ସୁଜ୍ଞାନି କୁମାରୀ ଦେଓଙ୍କ ଚେନ୍ନାଇ ବାସ ଭବନରେ ବିଜେଡ଼ି ଯୁବନେତା ଓ ସକ୍ରିୟ ସଂଘଠକ ତଥା ସମାଜ ସେବୀ ସୀତାରାମ ପାଣିଗ୍ରାହୀ ନୂତନ ବର୍ଷର ଅଭିନନ୍ଦନ ଜଣାଇ ଆଶ୍ରିବାଦ ନେ଼ଇ ଫେରିଲା ପରେ, କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ବିଜେଡ଼ି କର୍ମୀ ମାନଙ୍କ ମଧ୍ୟରେ ଉତ୍ସାହ ଖେଳି ଯାଇଛି । ବିଭିନ୍ନ ପଞ୍ଚାୟତର ସକ୍ରିୟ ବିଜେଡ଼ି କର୍ମୀ ଓ ରଣିମାଙ୍କ ସମର୍ଥକ ମାନେ ଯୁବ ନେତା ସୀତାରାମ ପାଣିଗ୍ରାହୀଙ୍କୁ ଭେଟି ଅଭିନନ୍ଦନ ଜଣାଉଛନ୍ତି। କବିସୂର୍ଯୟନଗର ନିର୍ବାଚନ ମଣ୍ଡଳୀର ବେଗୁନିଆପଡ଼ା ବ୍ଲକର ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟଙ୍କ ସହ ସକ୍ରିୟ ସଂଘଠକ ମାନେ ଗତ ରବିବାର ଦିନ ମିଶି ଅଭିନନ୍ଦନ ଜଣାଇଥିବା ବେଳେ କବିସୂର୍ଯୟନଗର ବ୍ଲକର ଜରଡ, ଗୁଡ଼ିଆଳି ରିଶିପୁର ପଞ୍ଚାୟତର ବିଜେଡ଼ି କର୍ମୀ ମାନେ ମିଶି ଅଭିନନ୍ଦନ ଜଣାଇ ଶୁଭ କାମନା କରିଛନ୍ତି । ଶ୍ରୀ ପାଣିଗ୍ରାହୀ ଛାତ୍ର ରାଜନୀତିରୁ ଜୀବନ ଆରମ୍ଭ କରି ଜନ ମାନସରେ ଚର୍ଚ୍ଚିତ ଚେହେରା ହୋଇପାରିଥିବାରୁ ସମସ୍ତଙ୍କ ଆପଣାର ହୋଇପାରିଛନ୍ତି। ସେ ପରୋପକାରୀ ଭାବେ ଜନସାଧାରଣଙ୍କ ପ୍ରୀୟଭାଜନ, ଉତ୍ତମ ସମ୍ପର୍କ ଯୋଡ଼ିବାରେ ସିଦ୍ଧହସ୍ତ୍ ରଣିମାଙ୍କ ଅତି ନିକଟତର ଭାବେ ଜଣା ଶୁଣା ଚେହେରା । ସକ୍ରିୟ ସଂଘଠକ ପାଇଁ ରଣିମାଙ୍କ ସମର୍ଥକ ମାନଙ୍କୁ ସାଉଁଟି ଏକାଠି କରି ଜନ ସମ୍ପର୍କରେ ଲାଗିପଡିଛନ୍ତି। ଏହି ସମ୍ପର୍କ ଯୋଡିବା ଅଭିଯାନ ଯୋଗୁଁ ନିର୍ବାଚନ ମଣ୍ଡଳୀରେ ବିଜେଡ଼ି କର୍ମୀଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.