ଘୁମୁରାର ତାଳେତାଳେ ଦୁଲୁକିଲା ମଞ୍ଚ: ଉଦଯାପିତ ହେଲା ଲାଞ୍ଜିଗଡ଼ରୋଡ ପଞ୍ଚାୟତସ୍ତରୀୟ କଳାହାଣ୍ଡି ଉତ୍ସବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ରୋଡ଼ ଠାରେ ପଞ୍ଚାୟତସ୍ତରୀୟ କଳାହାଣ୍ଡି ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ସରପଞ୍ଚ ସୁଶ୍ରୀ ମମତା ଶବରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଘାଟନୀ ସମାରୋହରେ ମୁଖ୍ୟଅତିଥି ଭାବେ ସିକେରକୁପା ଫାଣ୍ଡି ଅଧିକାରୀ ମୀନାରାଓ ଶବର ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଲାଞ୍ଜିଗଡ଼ରୋଡ଼ ଜୁନିୟର କଲେଜର ଅଧ୍ୟାପକ ସରୋଜ ଜେନା, ସମ୍ମାନୀତ ଅତିଥି ଭାବେ ପୂର୍ବତନ ସରପଞ୍ଚ ଟଙ୍କଧର ମାଝୀ, ପୂର୍ବତନ ସମିତିସଭ୍ୟ କନୌଜ ରାଉତ, କଳାହାଣ୍ଡି ପ୍ରାଥମିକ ଶିକ୍ଷକ ସଂଘର ଉପସଭାନେତ୍ରୀ ଅର୍ଚ୍ଚନା ମିଶ୍ର, ଲାଞ୍ଜିଗଡ଼ ପ୍ରେସ୍ କ୍ଲବର ସଭାପତି କୈଳାସ ସାହୁ, ପିଇଡବ୍ଲ୍ୟୁ ମିଡିଆ ଏସୋସିଏସନର ଉପଦେଷ୍ଟା ସନ୍ତୋଷ ତୁଳ, ସଭାପତି ନିଲେଶ କୁମାର ନାଗ, ଶିକ୍ଷୟିତ୍ରୀ ରୀନା ମହାପାତ୍ର, ଲକ୍ଷ୍ମୀ ନାୟକ, ପୂର୍ବତନ ନାଏବ ସରପଞ୍ଚ କେଶବ ଚନ୍ଦ୍ର ବାରିକ, ଏମ୍ ବିକେ ସନୋଷୀ ଗହିର ପ୍ରମୁଖ ଯୋଗଦେଇଥିଲେ।

ଏଥିରେ ପିଇଡବ୍ଲ୍ୟୁ ମିଡିଆ ଏସୋସିଏସନର ସାଧାରଣ ସଂପାଦକ ଗୋପାଳଦାସ ମହାନନ୍ଦ ସଭା ପରିଚାଳନା କରିଥିଲେ। ବରିଷ୍ଠ ଶିକ୍ଷକ ନରେନ୍ଦ୍ର ପଟ୍ଟନାୟକ, ମନୋରଞ୍ଜନ ମହାନନ୍ଦ, ଈଶ୍ଵର ବଗର୍ତ୍ତୀ ପ୍ରମୁଖ ବିଭିନ୍ନ ପ୍ରତିଯୋଗିତାର ପରିଚାଳନା କରିଥିଲେ। ପଞ୍ଚାୟତ ନିର୍ବାହୀ ଅଧିକାରୀ ଡମ୍ବରୁଧର ସେନାପତିଙ୍କ ତତ୍ତ୍ବାବଧାନରେ ଆୟୋଜିତ ଉତ୍ସବକୁ ଗ୍ରାମ ରୋଜଗାର ସେବକ ଧର୍ମରାଜ ବାଗ, ଯୋଗାଣ ସହାୟକ ନାରାୟଣ ପଟ୍ଟନାୟକଙ୍କ ସମେତ ୱାର୍ଡ ସଭ୍ୟ, ସଭ୍ୟା, ଏମବିକେ, ସିଆରପି, ଆଶା, ଅଙ୍ଗନବାଡି, ଗାଁସାଥୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। କଳାହାଣ୍ଡିର ବୀରବାଦ୍ୟ ଘୁମୁରା ନାଦ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ମଞ୍ଚ ଦୁଲୁକି ଉଠିଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.