ୱାଇଏମସି କପ ଉଦଯାପିତ

ୱାଇଏମସି କପ ବିଜୟୀ ହେଲା ଫରେଷ୍ଟ ଭିଲାଇ

ଓଡ଼ିଆ ବାର୍ତ୍ତା (ରାହୁଲ ବାଗ): ନୂଆପଡା ଜିଲ୍ଲା ସଦର ମହକୁମା ସ୍ଥିତ ମିନି ଷ୍ଟାଡିଅମ ଠାରେ ଚାଲିଥିବା ୩୨ତମ ସର୍ବ ଭାରତୀୟ ୱାଇଏମସି କପ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଛି। ୱାଇଏମସି କ୍ରିକେଟ କପର ଆବାହକ ତଥା ଜିଲ୍ଲା କ୍ରିକେଟ ସଂଘ ସାଧାରଣ ସମ୍ପାଦକ ଭୈରବ ସାହୁଙ୍କ ଅଧକ୍ଷତାରେ ଆୟୋଜିତ ଏହି ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡିଶା ସରକାରଙ୍କ ଯୋଜନା ଓ ସମନ୍ୱୟ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ପ୍ରତିନିଧି ଜୟ ଢୋଲକିଆ, ସ୍ୱତନ୍ତ୍ର ଅତିଥି ଭାବେ ଖଡ଼ିଆଳ ବିଧାୟକ ଅଧୀରାଜ ମୋହନ ପାଣିଗ୍ରାହୀ, ସମ୍ମାନିତ ଅତିଥି ଭାବେ ନୂଆପଡା ଏନଏସି ଅଧକ୍ଷ ମହମ୍ମଦ ଆଦମ ଏବଂ ଓଡ଼ିଆ ଫିଲ୍ମ ନାୟିକା ଶୀତଳ ପାତ୍ର ମଞ୍ଚାସିନ ଥିଲେ। ଜିଲ୍ଲା କ୍ରିକେଟ ସଂଘ ସଭାପତି ପ୍ରକାଶ ସାହୁ ଓ ସାମ୍ବାଦିକ ସିମାଞ୍ଚଳ ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ। ସେହିପରି ଜୟକିଶାନ ସୁନାନୀ, ପୁନିତ ରାଉତ ଓ ଅମିତ ହଂସ ଓ ମୁକେଶ ସହିସ ମ୍ୟାଚରେ ଧାରାବିବରଣୀ ପ୍ରଦାନ କରୁଥିବା ବେଳେ ଶୈଲେଶ ଶତପଥୀ ଓ ଆୟୁଷ୍ମାନ ଗୁପ୍ତା ସ୍କୋରର ଦାଇତ୍ୱ ତୁଲାଇ ଥିଲେ। ଅମପେୟାର ଭାବେ ସଞ୍ଜୟ ନାୟକ ଓ ନାରାୟଣ ମେହେରା ଦାଇତ୍ୱ ବହନ କରିଥିଲେ। ବୁଧବାର ଦିନ ଫାଇନାଲ ମ୍ୟାଚ ଟି ଫରେଷ୍ଟ ଭିଲାଇ ଓ ଇଷ୍ଟ କୋଷ୍ଟ ରେଲୱେ ଖୋର୍ଦ୍ଧା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଟସ ଜିତି ପ୍ରଥମେ ଭିଲାଇ ଦଳ ଫିଲଡିଂ କରି ବ୍ୟାଟିଂ ପାଇଁ ଖୋର୍ଦ୍ଧା ଦଳକୁ ନିମନ୍ତ୍ରଣ କରିଥିଲା। ତେବେ ନିମନ୍ତ୍ରିତ ଖୋର୍ଦ୍ଧା ଦଳ ବ୍ୟାଟିଂ କରି ୨୭ ଓଭରରେ ଅଲଆଉଟ ହୋଇଯାଇ ମାତ୍ରା ୨୦୭ ରନ ହିଁ ସଂଗ୍ରହ କରିପାରି ଥିଲା। ଦ୍ଵିତୀୟ ପର୍ଯ୍ୟାୟରେ ଫରେଷ୍ଟ ଭିଲାଇ ଦଳ ୨୮.୪ ଓଭରରେ ୨୦୮ ରନକୁ ପିଛାକରି ନିଜର ୫ ୱଇକେଟ ହରାଇ ଧାର୍ଯ୍ୟ ରନକୁ ସଂଗ୍ରହ କରିନେଇଥିଲା। ଫରେଷ୍ଟ ଭିଲାଇର ମନୋଜ ସିଂ ଉଭୟ ମେନ ଅଫ ଦ ମ୍ୟାଚ ଓ ମେନ ଅଫ ଦ ସିରିଜ ବିଜେତା ହୋଇଥିଲେ। ୩୨ତମ ୱାଇଏମସି କପର ବିଜେତା ଦଳ ଭାବେ ଫରେଷ୍ଟ ଭିଲାଇକୁ ନଗଦ ୮୦ ହଜାର ଟଙ୍କା ଓ ଟ୍ରଫି ଏବଂ ଉପ ବିଜେତା ଖୋର୍ଦ୍ଧା ଦଳକୁ ନଗଦ ୫୦ ହଜାର ଟଙ୍କା ଓ ଟ୍ରଫି ମୁଖ୍ୟ ଅତିଥିଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା। ଓଡ଼ିଆ ଫିଲ୍ମ ଅଭିନେତ୍ରୀ ଶୀତଳ ପାତ୍ର ଉଦଯାପନୀ ଉତ୍ସବରେ ନୃତ୍ୟ ପ୍ରଦର୍ଶନ କରି ଦର୍ଶକଙ୍କ ମନୋରଞ୍ଜନ କରିଥିଲେ। ଆୟୋଜକ ୱାଇ.ଏମ.ସି ସଭାପତି ଅମରେଶ ଦାସ, ୱାଇ.ଏମ.ସି ସମ୍ପାଦକ ତପନ ବଗର୍ତି, କ୍ଷୀରୋଦ ପାଢ଼ୀ, ସଞ୍ଜୟ ପୁରୋହିତ, ସୁରେଶ ସାହୁ, ସଞ୍ଜୟ ପଟ୍ଟନାୟକ, ଅନିଲ ଦାସ, ରାଜେନ୍ଦ୍ର ବଢ଼େଇ, ସନ୍ତୋଷ ସୁପକାର, ବାବି ମହଲା, ରଂଜିତ ସୁନା, ପିଣ୍ଟୁ ଭୋଇ, ଶ୍ରୀରାମ ମିଶ୍ର, ଜିତୁ ହୋତା, ଟିପୁ ଖାନ, ଜନି ହରପାଲ, ମୁକେଶ ସହିସ, ବାଲେଶ୍ୱର ମାଝୀ, ପ୍ରତିକ୍ ପଟ୍ଟନାୟକ ପ୍ରମୁଖ ଆୟୋଜକ ୱାଇଏମସି କ୍ରିକେଟ କପ ଟୁର୍ନାମେଣ୍ଟକୁ ସଫଳ କରାଇଥିଲେ। 

Omkar Vasthu
Omkar Vasthu

 

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.