ଗୃହରକ୍ଷୀ ରାମେଶ୍ୱର ମାଝୀଙ୍କ ଅବସର ଗ୍ରହଣ: ଏକ ଦିନର ଦରମା ଦେଲେ ଜିଲ୍ଲା ଗୃହରକ୍ଷୀ ସଂଘ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା ସିନାପାଲି ଥାନାରେ କାର୍ଯ୍ୟରତ ଥିବା ଗୃହରକ୍ଷୀ ରାମେଶ୍ୱର ମାଝୀ ୩୦ ବର୍ଷ ଧରି ଗୃହରକ୍ଷୀ ଭାବେ କାର୍ଯ୍ୟ କରି ଆସୁଥିଲେ। ଗତ ବର୍ଷ ଡିସେମ୍ବର ୩୧ ତାରିଖରେ ସେ ୬୦ ବର୍ଷ ବୟସରେ ଅବସର ଗ୍ରହଣ କରିଛନ୍ତି। ଆଜି ପୂର୍ବାହ୍ନରେ ନୂଆପଡା ଜିଲ୍ଲା ଗୃହରକ୍ଷୀ ସଂଘ ତରଫରୁ ପ୍ରତେକ ସଦସ୍ୟ ନିଜର ଏକ ଦିନର ଦରମା ସର୍ବମୋଟ ୭୧୮୭୫ ଟଙ୍କା ଗୃହରକ୍ଷୀ ରାମେଶ୍ୱର ମାଝୀଙ୍କୁ ନୂଆପଡା ଜିଲ୍ଲା ଆରକ୍ଷୀ ଅଧିକାରୀ ଜି ଆର ରାଘବେନ୍ଦ୍ରଙ୍କ କରକାମଳରେ ପ୍ରଦାନ କରାଯାଇଛି। ତେବେ ଏହି ଅବସରରେ ଆର ଆଇ ଚିତ୍ତରଞ୍ଜନ ନାୟକ, ଡି ଏସ ଆଇ ସନ୍ତୋଷ କୁମାର ପ୍ରଧାନ, ହାବିଲଦାର କୀର୍ତନ ପୁରୋହିତ, ମନୁଲାଲ ବେହେରା, କାମଦେବ ସାହୁ, ନୂଆପଡା ଜିଲ୍ଲା ଗୃହରକ୍ଷୀ ସଂଘ ସଭାପତି ଶରତ ହଂସ, କୋଷାଧକ୍ଷ ଗୋପାଳ ଦାସ ବାବା, ହୋମଗାର୍ଡ ବଦନ ସା ପ୍ରମୁଖ ଉପସ୍ଥିତ ଥିଲେ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.