କୋକସରାରେ ବ୍ଳକସ୍ତରୀୟ କଳାହାଣ୍ଡି ଉତ୍ସବ ‘ଘୁମୁରା’ ଉଦଘାଟିତ: ସାଂସ୍କୃତିକ ସନ୍ଧ୍ୟାରେ ଦୁଲକିଲା ଗୁଡ଼ହାଣ୍ଡି ମଞ୍ଚ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ସଦର ମହକୁମା ସ୍ଥିତ ଗୁଡହାଣ୍ଡି ମଞ୍ଚରେ ବୁଧବାର ବ୍ଳକସ୍ତରୀୟ କଳାହାଣ୍ଡି ଉତ୍ସବ ‘ଘୁମୁରା’ ୨୦୨୪ ଉଦଘାଟିତ ହୋଇଛି। ପ୍ରଥମେ କଳାହାଣ୍ଡିର ଆରଧ୍ୟ ଦେବତା ଆମପାଣିର ବୁଢ଼ାରଜା ଦେବଙ୍କ ମନ୍ଦିରରୁ ଏକ ମଶାଲ ଶୋଭାଯାତ୍ରା କୋକସରା ପହଞ୍ଚିଥିଲା। ସେହିପରି ମହିମାରୁ ବସ୍ତରେନ ସାଉଁଳୀ ଦେବୀଙ୍କ ଲାଠି କାଳିଶୀ, ଲଡୁଗାଁ ରୁ ଶୀତଳା ଦେବୀ, ଚିଲିଗୁଡା ରୁ ମା ମଙ୍ଗଳା ଙ୍କ ଲାଠି କାଳିସୀ ସାମିଲ ହୋଇଥିଲେ। ପରେ କୋକସରା ମା’ ଠାକୁରାଣୀ ମନ୍ଦିରରୁ ମଧ୍ୟ ଏକ ମଶାଲ ଶୋଭାଯାତ୍ରା ବାହାରି ଥିଲା। ସମସ୍ତ ଦେବଦେବୀଙ୍କ ମଶାଲ ଏକତ୍ରିତ ହେବା ପରେ ପାରମ୍ପରିକ ବାଦ୍ୟ କୋଟପାଡ଼ରୁ ମାଡିଆ ନାଚ, କୋକସରା ଘଣ୍ଟଦଳ, ମହିମା ସଂକିର୍ତ୍ତନ ଦଳ, ଜୟନ୍ତପୁର ମାଦଳି, ଯାଦବ ସଂସ୍କୃତିର ମହାନ ବିଭବ ବନାବାଡି ସହ ଆଦିବାସୀ ବେଶଭୂଷାରେ ବିଭିନ୍ନ ନୃତ୍ୟ ଦଳ ମଶାଲ ଯାତ୍ରାରେ ସାମିଲ ହୋଇଥିଲେ। ପରେ ଦେବାଦେବୀଙ୍କ ମଶାଲ ଉତ୍ସବ ପଡ଼ିଆ ନିକଟରେ ପହଞ୍ଚିବା ପରେ ଗୁଡହାଣ୍ଡି ମଞ୍ଚ ନିକଟକୁ ପାଛୋଟି ନେଇ ମଶାଲ ସ୍ଥାପନ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ବ୍ଳକ ଅଧ୍ୟକ୍ଷା ରୀତା ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଘାଟନି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ସୁଜିତ୍ କୁମାର ଯୋଗଦେଇ ଗୁଡହାଣ୍ଡି ମଞ୍ଚକୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଧର୍ମଗଡ଼ ବିଧାୟକ ମୌଷଧୀ ବାଗ ଗୋଷ୍ଠି ଉନ୍ନୟନ ଅଧିକାରିଣୀ ସ୍ନେହପ୍ରଭା ମାଝୀ, କୋକସରା ସରପଞ୍ଚ କିଶୋର ପ୍ରଧାନୀ, କୋକସରା ତହସିଲଦାର ନବିନ କିଶୋର ପାଢ଼ୀ ପ୍ରମୁଖ ଯୋଗଦେଇ ଥିଲେ। ଯାଦବ ସଂସ୍କୃତିର ମହାନ ବିଭବ ବନାବାଡି ନୃତ୍ୟ , ମାଦଳି ସହ ବିଭିନ୍ନ ଅନୁଷ୍ଠାନର କଳାକାର ମାନେ ମଞ୍ଚରେ କଳା ପ୍ରଦର୍ଶନ କରିଥିଲେ। ଉତ୍ସବ କମିଟି ପକ୍ଷରୁ ସ୍ବତନ୍ତ୍ର ଭାବେ ଷ୍ଟଲ କରିଥିବାବେଳେ କୃଷି ବିଭାଗ, ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ, ସ୍ବାସ୍ଥ୍ୟ ବିଭାଗ, ମିଶନ ଶକ୍ତି ମାଧ୍ୟମରେ ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବାରା ଛତୁ, ଧୁପକାଠି, ଜୈବିକ ସାର, କୁମ୍ଭକାର ମାନଙ୍କ ମାଟି ତିଆରି ସାମଗ୍ରୀ ଆଦି ପ୍ରଦର୍ଶିତ ହୋଇଛି। ଅଧ୍ୟାପକ ସୁବ୍ରତ କୁମାର ବେହେରା ଅତିଥି ପରିଚୟ କରିଥିବାବେଳେ ମଞ୍ଚକୁ କୋକସରା ଶିଶୁ ବିଦ୍ୟାମନ୍ଦିର ପ୍ରଧାନ ଆଚାର୍ଯ୍ୟ ଦେବାନନ୍ଦ ରାଉତ, କ୍ଷୀରସିନ୍ଧୁ ବାଣୁଆ ଓ ପଙ୍କଜ ମୁଖ ଚୌଧୁରୀ ପରିଚାଳନା କରିଥିଲେ। ବ୍ଳକ ପ୍ରଶାସନ ପକ୍ଷରୁ ବ୍ଳକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ସାମାଜିକ ସୁରକ୍ଷା ଅଧିକାରୀ ଦିପକ କୁମାର ବେହେରା, ଭାରପ୍ରାପ୍ତ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ବିରଞ୍ଚି ଖର୍ସେଲ ସମେତ ଉତ୍ସବ କମିଟିର କର୍ମକର୍ତ୍ତା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହେଯାଗ କରିଥିଲେ। ଉତ୍ସବରେ ବ୍ଳକର ସମସ୍ତ କର୍ମଚାରୀ, ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ଓ ଜନପ୍ରତିନିଧି, ବିଦ୍ୟାଳୟର ଛାତ୍ରଛାତ୍ରୀ ସମେତ ଅଞ୍ଚଳର ଜନ ସାଧାରଣ ଉତ୍ସବ ପଡ଼ିଆରେ ଉପସ୍ଥିତ ରହି ବିଭିନ୍ନ ଷ୍ଟଲ ବୁଲିବା ସହ ମନୋରଞ୍ଜନ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ।

Udyog Nursery
Udyogi Nursery

ସେହିପରି ଦ୍ବିତୀୟ ପର୍ଯ୍ୟାୟ ତଥା ସାଂସ୍କୃତିକ ସନ୍ଧ୍ୟାରେ ତହସିଲଦାର ନବିନ କିଶୋର ପାଢ଼ୀଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ମୁଖ୍ୟବକ୍ତା ବେହେରା କଲେଜ ଅଧ୍ୟକ୍ଷ ନିର୍ମଲ ଚନ୍ଦ୍ର ନାଏକ, ସମ୍ମାନିତ ଅତିଥି ଭାବେ ଧର୍ମଗଡ଼ ବିଧାୟକ ମୌଷଧୀ ବାଗ, ବିଡ଼ିଓ ସେହ୍ନପ୍ରଭା ମାଝୀ, ସ୍ଥାନୀୟ ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ ପ୍ରମୁଖ ମଞ୍ଚାସୀନ ହେଇଥିଲେ। ଏହି କ୍ରମରେ କୋକସରା ବ୍ଲକର ପୂର୍ବତନ ବ୍ଳକ ଅଧ୍ୟକ୍ଷ ଅଧ୍ୟକ୍ଷା ଙ୍କୁ ମାନପତ୍ର ପ୍ରଦାନ ସମୟରେ ସ୍ବର୍ଗତ ଯୁଗଲ କିଶୋର ସିଂଙ୍କ ପରିବାର ଲୋକଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା, ପୂର୍ବତନ ବ୍ଳକ ଅଧ୍ୟକ୍ଷ ଗଣେଶ ରାମ ନାଏକ, ବିମ୍ବାଧର ପଣ୍ଡା, ସୁବାଷ ପଣ୍ଡା, ଜନାର୍ଦ୍ଦନ ପଣ୍ଡା, କିଶୋର ଚନ୍ଦ୍ର ନାଏକ, ପୂର୍ବତନ ଅଧ୍ୟକ୍ଷା ଦୌପଦୀ ମାଝୀ, ତପସ୍ଵିନୀ ପ୍ରଧାନୀ, ରାଜଶ୍ରୀ ପ୍ରଧାନୀ, ସଭ୍ୟାରାଣୀ ବାଗ ପ୍ରମୁଖଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା। ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କଳାହାଣ୍ଡିର ଲୋକନୃତ୍ୟ ଘୁମୁରା, ଦ୍ରୀସ୍ୟମ୍ ଡ୍ୟାନ୍ସ ଗୃପ କଟକ, ନାଟ୍ୟଶ୍ରୀ ଡ୍ୟାନ୍ସ ଗୃପ ଜଟଣୀ, ମାଡିଆ ଲୋକନୃତ୍ୟ ଜଗଦଲପୁର, ସାଗର ଡ୍ୟାନ୍ସ ଗୃପ କୋଟପାଡ଼, ତାନିଆ ଓ ଡ୍ୟାନ୍ସ ଗୃପ କଲିକତା, କଳା ବିକାଶ କେନ୍ଦ୍ର ଜୁନାଗଡ଼, ବିକେଏସଏସରେ ପଞ୍ଜିକୃତ ବିଭିନ୍ନ ଲୋକନୃତ୍ୟ ପରିବେଷଣ ହୋଇଥିଲା। ମଞ୍ଚ ଉପସ୍ଥାପନ ଅଧ୍ୟାପକ ମୋହନ ଚରଣ ବିଷି ଓ ସୁବ୍ରତ କୁମାର ବେହେରା କରିଥିବାବେଳେ ସାଂସ୍କୃତିକ ମଞ୍ଚକୁ କୋକସରା ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ ଦେବାନନ୍ଦ ରାଉତ, ଶିକ୍ଷକ କ୍ଷୀରସିନ୍ଧୁ ବାଣୁଆ, ସୁଭଶ୍ରୀ ଚୌଧୁରୀ, ପଙ୍କଜ ମୁଖ ଚୌଧୁରୀ ପ୍ରମୁଖ ପରିଚାଳନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.