ବିଏସ୍‌କେୱାଇ ନବୀନ କାର୍ଡ ରଥର ଶୁଭାରମ୍ଭ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଗତ ୬ ତାରିଖରୁ ସାରା ରାଜ୍ୟରେ ବିଏସ୍‌କେୱାଇ ନବୀନ କାର୍ଡ ପଞ୍ଜୀକରଣ ଆରମ୍ଭ ହୋଇଛି। ଏହା ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକ ଯାହା ପାଖରେ ବିଏସ୍‌କେୱାଇ କାର୍ଡ ନଥିବ ଏବଂ ସେ ସରକାରୀ ଚାକିରି କରୁନଥିବେ କିମ୍ବା ଆୟକର ଦାତା ହୋଇ ନଥିବେ ସେ ବିଏସ୍‌କେୱାଇ ନବୀନ କାର୍ଡ ପାଇଁ ପଞ୍ଜୀକରଣ କରିପାରିବେ। ତେବେ ବିଏସ୍‌କେୱାଇ ନବୀନ କାର୍ଡ ପାଇଁ ପଞ୍ଜୀକରଣ କରି ଏହାର ସୁବିଧା ନେବା ପାଇଁ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି। ଏନେଇ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ବିଏସ୍‌କେୱାଇ ନବୀନ କାର୍ଡ ରଥର ଶୁଭାରମ୍ଭ ହୋଇଛି । ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟ ସବୁଜ ପତାକା ଦେଖାଇ ଏହି ରଥର ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ମନୋଜ କୁମାର ଅଦାବର, ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ସୁଧୀର କୁମାର ବେଦବାକ, ଡିଆଇପିଆର୍‌ଓ ଅଶ୍ୱିନୀ ଭୋଇ, ଡିପିଏମ୍ ବିଶ୍ୱମ୍ବର ବେହେରା, ବିଏସ୍‌କେୱାଇ ଜିଲ୍ଲା ସଂଯୋଜିକା ପ୍ରଜ୍ଞା ପରିମିତା ଦାଶ, ଏଡିପିଏଚ୍‌ସିଓ ବୃନ୍ଦାବନ ସାହୁ, ଏଡିସି ହରପ୍ରସାଦ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଏହି ରଥ ଜିଲ୍ଲାର ଗାଁ ଗାଁ ବୁଲି ବିଏସ୍‌କେୱାଇ ନବୀନ କାର୍ଡ ପଞ୍ଜୀକରଣ ପାଇଁ ଲୋକଙ୍କୁ ପ୍ରବର୍ତ୍ତାଇବ ବୋଲି ସୂଚନା ଦିଆଯାଇଛି। ତେବେ ଗତ ୬ ତାରିଖ ସୁବର୍ଣ୍ଣପୁର ଉତ୍ସବ ଆରମ୍ଭ ଦିନଠାରୁ ଆମ ଜିଲ୍ଲାରେ ଏହା ସଂପର୍କରେ ପ୍ରଚାର ପ୍ରସାର ଆରମ୍ଭ ହୋଇଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଉତ୍ସବସ୍ଥଳରେ ବିଏସ୍‌କେୱାଇ ନବୀନ କାର୍ଡ ପୋଷ୍ଟର ରିଲିଜ୍ ହୋଇଛି ଏବଂ ଲୋକଙ୍କୁ ଲିଫଲେଟ୍ ବଂଟାଯାଉଛି ବୋଲି ଜିଲ୍ଲାପାଳ କହିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.