ରାୟଗଡାରେ ଜିଲ୍ଳାସ୍ତରୀୟ ନୂଆ-ଓ ଉତ୍ସବ କାର୍ଯ୍ୟକ୍ରମ

ରାୟଗଡା ଜିଲ୍ଳାରେ ବିକାଶ ବହୁତ ଆଗେଇଛି -ମନ୍ତ୍ରୀ ଅତୁନ ସବ୍ୟସାଚୀ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଳାରେ ବିକାଶ ବହୁତ ଆଗେଇଛି । ଆଜି ଜିଲ୍ଳାରେ ବହୁତ ଶିଳ୍ପାନୁଷ୍ଠାନ ଗଢି ଉଠିଛି ଏବଂ ଆଗକୁ ମଧ୍ୟ ଗଢି ଉଠିବ । ଜିଲ୍ଳାରେ ଛାତ୍ରଛାତ୍ରୀମାନେ ପାଠ ପଢିବା ପରେ ଶିଳ୍ପାନୁଷ୍ଠାନଗୁଡିକରେ ନିଯୁକ୍ତି ପାଇପାରିବେ । ଜିଲ୍ଳାରେ କ୍ରୀଡାର ବିକାଶ ପାଇଁ ଖେଳାଳୀମାନଙ୍କ ନିମନ୍ତେ ଇନଡୋର ଷ୍ଟାଡିୟମ ନିର୍ମାଣ ହୋଇଛି । ନିର୍ମାଣ ଶେଷ ହୋଇ ଲୋକାର୍ପିତ ଅବସ୍ଥାରେ ଥିବା ପ୍ଳାନେଟୋରିୟମକୁ ଖୁବ୍ ଶୀଘ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ । କଲେଜଗୁଡିକରେ ଅଧ୍ୟାପକଅଧ୍ୟାପିକାଙ୍କ ଅଭାବ ରହିଛି । ଆଜି ମୁଖ୍ୟମନ୍ତ୍ରୀ ବହୁ ଅଧ୍ୟାପକଙ୍କୁ ନିଯୁକ୍ତି ଦେଇଛନ୍ତି । ଆସନ୍ତା ୧୫ଦିନ ପରେ ସର୍ଭିସ ସିଲେକ୍ସନ ବୋର୍ଡ ମଧ୍ୟ ଘରୋଇ କଲେଜଗୁଡିକରେ ଅଧ୍ୟାପକ ପଦବୀ ପୂରଣ ପାଇଁ ବ୍ୟବସ୍ଥା କରୁଛି ବୋଲି ଆଜି ରାୟଗଡା ସ୍ଥିତ ଜିଆଇଏସିଆର କଲେଜ ପଡିଆ ଠାରେ ଅନୁଷ୍ଠିତ ଜିଲ୍ଳାସ୍ତରୀୟ ନୂ୍‌ଆ-ଓ ଉତ୍ସବର ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଅତୁନ ସବ୍ୟସାଚୀ ନାୟକ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମରେ ଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ମନ୍ତ୍ରୀ ଶ୍ରୀ ନାୟକ ।

ରାୟଗଡା ଜିଲ୍ଳାପାଳ ଶ୍ରୀମତି ସ୍ୱଧାଦେବ ସିଂଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆଦିବାସୀ କଲ୍ୟାଣ ଓ ଆଇନ ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା, ରାୟଗଡା ବିଧାୟକ ମକରନ୍ଦ ମୁଦୁଲି, ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ, ବିଏସକେୱାଇ ରାଜ୍ୟ ଉପଦେଷ୍ଠା ସୁଧୀର କୁମାର ଦାସ,ଓବିସି ଉପଦେଷ୍ଠା ପୃଥ୍ୱୀରାଜ ସାହୁ, ଜିଲ୍ଳା ପରିଷଦ ଅଧ୍ୟକ୍ଷା ସରସ୍ୱତୀ ମାଝି, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଜିଲ୍ଳା ଅଧ୍ୟକ୍ଷା ଶ୍ରୀମତି ଅନୁସୂୟା ମାଝି, ଆମ ଓଡିଶା ନବୀନ ଓଡିଶା ଜିଲ୍ଳା ସଂଯୋଜକ ପି.ଗୈାରୀ ଶଙ୍କର ରାଓ ପ୍ରମୁଖଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ । ଦିନ ଥିଲା ଓଡିଶାରେ ଲୋକଙ୍କୁ ଚାଉଳ ଖାଇବାକୁ ଅଭାବ ଥିଲା । ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମ କ୍ରମେ ଆମ ରାଜ୍ୟ ସବୁଠୁ ଅଧିକା ଚାଉଳ ଉତ୍ପାଦନ କରି ସରପ୍ଳସ୍ ଷ୍ଟେଟ ହିସାବରେ ଭାରତ ଦେଶରେ ନାଁ କରିପାରିଛି । ରାଜ୍ୟ ବାହାର ଲୋକେ ଓଡିଶା କହିଲେ ଜାଣି ପାରୁ ନ ଥିଲେ । କିନ୍ତୁ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ବିଶ୍ୱସ୍ତରରେ ଓଡିଶାର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ।

ଜିଲ୍ଳା୍‌ର ଯେଉଁ ଲୋକକଳା, ଲୋକ ନୃତ୍ୟ ରହିଛି ତାକୁ କେବଳ ଓଡିଶାରେ ନୁହେଁ ସାରା ଭାରତ ବର୍ଷରେ ପରିଚୟ କରିବା ପାଇଁ ଆଜି ମୁଖ୍ୟମନ୍ତ୍ରୀ ନୂଆ – ଓ ଉତ୍ସବ କାର୍ଯ୍ୟକ୍ରମ କରିଛନ୍ତି । ତେଣୁ ସବୁ ଯୁବକଯୁବତୀମାନେ ଏକାଠି ହେବା,ରାଜ୍ୟକୁ ଆଗକୁ ବଢିବା ପାଇଁ ସଂକଳ୍ପ ନେବା କହିବା ସହ କଲେଜ ଗୁଡିକରେ ପୂର୍ବରୁ ଘର ନ ଥିବା ବେଳେ ଏବେ ୫ଟି ପ୍ରୋତ୍ସାହନରେ ସ୍ମାର୍ଟକ୍ଳାସ ନିର୍ମାଣ ହୋଇପାରିଛି । କଲେଜଗୁଡିକରେ ଥିବା ବିଭିନ୍ନ ସମସ୍ୟାର ସମାଧାନ କରାଯିବ ଏବଂ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ପାଇଁ ଏବଂ ନୃତ୍ୟ, ଗୀତ ଆଦି ସଂସ୍କୃତିରେ ଯେଉଁମାନେ ଆଗ୍ରହ ଅଛନ୍ତି ସେମାନଙ୍କୁ ଆଗକୁ ବଢିବା ପାଇଁ କଲେଜ ସ୍ତରରେ ପ୍ରତିଯୋଗିତା କରାଯାଉଛି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ନାୟକ ପ୍ରକାଶ କରିଥିଲେ ।

ସେହିପରି ଆଇନ ମନ୍ତ୍ରୀ ଶ୍ରୀ ସାରକା ମଧ୍ୟ ଜିଲ୍ଳାର କଳା, ସଂସ୍କୃତି, ପରମ୍ପରାକୁ ବଜାୟ ରଖିବା ତଥା ଉଦଜୀବିତ କରି ରଖିବା ପାଇଁ ମୁଖ୍ୟମନ୍ତ୍ରୀ ବହୁ ପ୍ରକାର ଯୋଜନା ପ୍ରଣୟନ କରୁଛନ୍ତି ବୋଲି କହିଥିବା ବେଳେ ଅନ୍ୟ ଅତିଥିମାନେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସଂପର୍କରେ ଆଲୋକପାତ କରିବା ସହ ନୂଆ-ଓ ଉତ୍ସବ କାର୍ଯ୍ୟକ୍ରମୁ ଭୂୟସୀ ପ୍ରଶଂସା କରିଥିଲେ ।

ଜିଲ୍ଳାସ୍ତରୀୟ ଏହି ଉତ୍ସବ କାର୍ଯ୍ୟକ୍ରମ ପାଳନ ଅବସରରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତି ଲାଭ କରିଥିବା ଛାତ୍ରଛାତ୍ରୀଙ୍କୁ ଆର୍ଥିକ ପୁରସ୍କାର ସହ ପ୍ରଶଂସା ପତ୍ର ଅତିଥିଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ପାଇଁ ତଥା ମନୋରଂଜନ ନିମନ୍ତେ ଓଲିଉଡ୍ ଅଭିନେତା ବାବୁସାନ୍ ମହାନ୍ତି ଯୋଗ ଦେଇଥିବା ବେଳେ କଣ୍ଠଶୀଳ୍ପି ତାରିକ ଅଜିଜ୍‌,ଚାନ୍ଦି ପ୍ରସାଦ, ସୁଶ୍ରୀ ମାନସୀ ଦାସ ଯୋଗ ଦେଇଥିଲେ । ସେହିପରି ମୀରା ଡ୍ୟାନ୍ସ ଗ୍ରୁପ୍ ପକ୍ଷରୁ ସୁନ୍ଦର ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.