ନର୍ଲାରେ ଉଦ୍‌ଯାପିତ ହେଲା ଜିଲ୍ଲା ସ୍ତରୀୟ ଫୁଟବଲ ପ୍ରତିଯୋଗୀତା

ପୁରୁଷ ବିଭାଗରେ ଲାଞ୍ଜିଗଡ ଓ ମହିଳା ବିଭାଗରେ ଭବାନୀପାଟଣା ଚମ୍ପଅନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାରେ ଗତ ୯/୧ ଓ ୧୦/୧ ଦୁଇ ଦିନ ଧରି ନୂଆ ଓ…”ଯୁବ ଓଡିଶା ନବୀନ ଓଡିଶା” କାର୍ଯ୍ୟକ୍ରମ ଅଧିନରେ ଚାଲିଥିଲା ଫୁଟବଲ ପ୍ରତିଯୋଗୀତା। ବୁଧବାର ଏହା ଉଦ୍‌ଯାପିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂଦେଓ ଏହି ଉତ୍ସବକୁ ଉଦ୍ଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବରେ ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି, ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି ପ୍ରମୁଖ ଯୋଗଦାନ କରି ମାର୍ଗଦର୍ଶନ ଦେଇଥିଲେ। ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ନୋଡାଲ ଅଫିସର ଏନ.ଜଗଜ୍ଜୀବନ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଏହି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଉଦ୍‌ଯାପନୀ ଉତ୍ସବରେ ନର୍ଲା ବିଧାୟକ ଭୁପିନ୍ଦର ସିଂ ଯୋଗଦାନ କରି ପୁରୁଷ ଏବଂ ମହିଳା ବିଭାଗର ଫାଇନାଲ ମ୍ୟାଚ୍ ଉପଭୋଗ କରିବା ସହିତ ପୁରୁଷ ବିଭାଗରେ ଚମ୍ପିଅନ ଓ ମହିଳା ବିଭାଗରେ ଚମ୍ପିଅନ ଟିମକୁ ପୁରସ୍କୃତ କରିଥିଲେ। ଏଥିରେ ସମ୍ମାନୀତ ଅତିଥି ଭାବରେ ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ ଉପସ୍ଥିତ ଥିଲେ। ଜିଲ୍ଲା ପ୍ରଶାସନ ତରଫରୁ ଏହି ପ୍ରତିଯୋଗୀତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ନର୍ଲା ବିଡିଓ ଶ୍ରୀ ଚୌଧୁରୀ ନୋଡାଲ ଅଧିକାରୀ ଭାବରେ ଏହାର ପରିଚାଳନା କରିଥିଲେ। ନର୍ଲା ବ୍ଲକ ଷ୍ଟାଫ୍ ସେକସନ ଅଫିସର ଦିଗ ପଧାନ, କ୍ୟାସିଅର ରତ୍ନାକର ଧଙ୍ଗଡାମାଝୀ, ଭୋଳାନାଥ ଦାସ, ନର୍ଲା ଯୋଗାଣ ଅଧିକାରୀ ଶିବପ୍ରସାଦ ମହାନ୍ତି, ସନତ କୁମାର ସାହୁ, ନୁତନ ଭାବରେ ଜିପିଇଓ ଦାଇତ୍ୱ ଗ୍ରହଣ କରିଥିବା ନର୍ଲା ଗ୍ରାମ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ରବି ନାଏକ, ଇଶ୍ୱରୀ ବିଶୋଇ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Udyog Nursery
Udyogi Nursery

ଏହି ଜିଲ୍ଲା ସ୍ତରୀୟ ପୁରୁଷ ଓ ମହିଳା ଉଭୟ ଫୁଟବଲ ପ୍ରତିଯୋଗୀତା ନର୍ଲା ହାଇସ୍କୁଲ ଖେଳ ପଡିଆ ଓ ତୁଳାପଡା ହାଇସ୍କୁଲ ଖେଳ ପଡିଆରେ ଏ ଓ ବି ଦୁଇଗୋଟି ବିଭାଗରେ ଅନୁଷ୍ଠିତ ହୋଇଥିଲା। ହେଲେ ଦୁଇ ବିଭାଗର ଫାଇନାଲ ଖେଳ ନର୍ଲା ହାଇସ୍କୁଲ ଖେଳ ପଡିଆରେ ଅନୁଷ୍ଠିତ ହୋଇ ଏଇଠି ଉଦ୍‌ଯାପନୀ ଉତ୍ସବ ମଧ୍ୟ ଅନୁଷ୍ଠିତ ହୋଇଥିଲା। ନର୍ଲା ହାଇସ୍କୁଲ ପଡିଆରେ ପୁରୁଷ ବିଭାଗର କଲମପୁର, ଗୋଲାମୁଣ୍ଡା, କେସିଙ୍ଗା, ଜୁନାଗଡ, କର୍ଲାମୁଣ୍ଡା ଓ ଭବାନୀପାଟଣା ବ୍ଲକର ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ସେହିଭଳି ମହିଳା ବିଭାଗର ଧର୍ମଗଡ, କଲମପୁର, ଜୁନାଗଡ, ଭବାନୀପାଟଣା, ବଡଚେରଗାଁ ବ୍ଲକର ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ସେହିଭଳି ତୁଳାପଡା ପଡିଆରେ ପୁରୁଷ ବିଭାଗର ଲାଞ୍ଜିଗଡ, ନର୍ଲା, ଜୟପାଟଣା, ମ.ରାମପୁର, ଧର୍ମଗଡ, ଭବାନୀପାଟଣା ଓ କୋକସରା ପ୍ରଭୃତି ଦଲର ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। କେବଳ ଥୁ.ରାମପୁର ବ୍ଲକ ହିଁ ପ୍ରତିଯୋଗୀତାକୁ ଆସିପାରିନଥିଲା।

ସେହିଭଳି ମହିଳା ବିଭାଗର ମ.ରାମପୁର, ନର୍ଲା, କଲମପୁର, ଲାଞ୍ଜିଗଡ ଓ ଗୋଲାମୁଣ୍ଡା ପ୍ରଭୃତି ବ୍ଲକର ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ବୁଧବାର ଅପରାହ୍ନ ୪ ଘଣ୍ଟା ସମୟରେ ନର୍ଲା ହାଇସ୍କୁଲ ପଡିଆରେ ପୁରୁଷ ବିଭାଗର କେସିଙ୍ଗା ଓ ଲାଞ୍ଜିଗଡ ଦଲ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଦୁଇ ଦଳ ଖେଳ ଶେଷ ସୁଦ୍ଧା କେହି କାହାରିକୁ ଗୋଲ ଦେଇ ପାରିନଥିଲେ। ଶେଷରେ ପେନାଲଟି ସଟରେ ଲାଞ୍ଜିଗଡ ଦଳ ୬-୫ ରେ ବିଜୟୀ ହୋଇ ଚମ୍ପିଅନ ହୋଇଥିଲା। ସେହିଭଳି ମହିଳା ଫୁଟବଲ ପ୍ରତିଯୋଗୀତାରେ ଭବାନୀପାଟଣା ବ୍ଲକ ଓ ଲାଞ୍ଜିଗଡ ବ୍ଲକ ମଧ୍ୟରେ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚରେ ଭବାନୀପାଟଣା ଦଳ ବିଜୟୀ ହୋଇ ଚମ୍ପିଅନ ହୋଇଥିଲା।

ପୁରସ୍କାର ବିତରଣୀ ଉତ୍ସବରେ ଚମ୍ପିଅନ ଦଳକୁ ୫୦,୦୦୦ଟଙ୍କାର ନଗଦ ରାଶି। ସେହିଭଳି ପ୍ରଥମ ରନର୍ସ ଅଫ ଦଳକୁ ୩୦,୦୦୦, ଦ୍ୱିତୀୟ ରନର୍ସ ଅଫ୍ ଦଳକୁ ୨୦,୦୦୦ ଓ ଚତୁର୍ଥ ରନର୍ସ ଅଫ ଦଳକୁ ମଧ୍ୟ ୨୦,୦୦୦ ଟଙ୍କା ପୁରସ୍କାର ରାଶି ପ୍ରଦାନ କରିଥିଲେ ମୁଖ୍ୟ ଅତିଥି। ପୁରୁଷ ବିଭାଗରେ ଲାଞ୍ଜିଗଡ ଚମ୍ପିଅନ, କେସିଙ୍ଗା ବ୍ଲକ, ମ.ରାମପୁର ଓ ଜୁନାଗଡ ବ୍ଲକ କ୍ରମାନ୍ୱୟରେ ରହିଥିଲେ। ସେହିଭଳି ମହିଳା ବିଭାଗରେ ବୋରଡା ଭବାନୀପାଟଣା ବ୍ଲକ ଚମ୍ପିଅନ, ଲାଞ୍ଜିଗଡ, ନର୍ଲା ଓ ଧର୍ମଗଡ ଦଳ କ୍ରମାନ୍ୱତ ସ୍ଥାନ ହାସଲ କରି ପୁରସ୍କୃତ ହୋଇଥିଲେ। ନର୍ଲା ଜୁନିଅର କଲେଜର ପିଇଟି ସୁମନ୍ତ ପୁଝାରୀ ମଞ୍ଚ ପରିଚାଳନା କରିଥିଲେ। ପିଇଟି ସୁଧିର କୁମାର ରାଉତ, ଅଧ୍ୟାପକ ସୁଶାନ୍ତ ସାହୁ, କ୍ରୀଡାବିତ ପ୍ରଭୋବ ଚାନ୍ଦ ଧାରା ବିବରଣୀ ପ୍ରଦାନ କରିଥିଲେ। ନର୍ଲା ଖେଳପଡିଆରେ ରେଫରୀ ଭାବରେ ସତ୍ୟାନନ୍ଦ ମାଝୀ, ରଘୁନାଥ ହେମ୍ରମ, ସୌମ୍ୟରଞ୍ଜନ ଛତ୍ରୀଆ, ନାରାୟଣ ପଧାନ, ସୁମନ୍ତ ପୁଝାରୀ ପ୍ରମୁଖ ବିଭିନ୍ନ ମ୍ୟାଚ ପରିଚାଳନା କରିଥିବା ବେଳେ ତୁଳାପଡା ଗ୍ରାଉଣ୍ଡରେ ସନ୍ତୋଷାନନ୍ଦ ନାୟକ, ଶଙ୍କର ପୋଢ, ଜୁବିନ ଲହଜାଲ, ବିନୋଦ ହେମ ଓ ସୁରେଶ ନାଏକ ପ୍ରମୁଖ ସମସ୍ତ ମ୍ୟାଚ ପରିଚାଳନା କରିଥିଲେ। ଶହ ଶହ ସଂଖ୍ୟାରେ ନର୍ଲା ଅଞ୍ଚଳର ଦର୍ଶକ ଏହାକୁ ମନଭରି ଉପଭୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.