ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ଏନଏସି ସ୍ଥିତ କନକା ଠାକୁରାଣୀ ମନ୍ଦିର ପ୍ରାଙ୍ଗଣ ରେ ଭୁବନେଶ୍ୱର ର ଦେବୀ ଦୁର୍ଗା ଘିଅ କମ୍ପାନୀର ମେନେଜର ଦିଲ୍ଲୀପ ପଣ୍ଡା ଓ ସହକାରୀ ସାଇ ପ୍ରସାଦ ଆସି କିଛି ବ୍ୟବସ୍ୟାୟି, ପୁରୋହିତ, ଓ ରୋଷେୟା ଙ୍କୁ ଧରି ଘିଅର ଗୁଣ ବତ୍ତା ଉପରେ ଏକ ସଚେତନତା ବୈଠକ ଅନୁଷ୍ଠିତ କରି ନିଜ ରାଜ୍ୟର ନିଜସ୍ୱ ଟେଷ୍ଟି, ଓ ସୁଲଭ ମୂଲ୍ୟ ରେ ଓଡ଼ିଶାର ଲୋକ ମାନଙ୍କ ପାଖରେ ପ୍ରତେକ ଘରେ ଏହି ଘିଅର ବ୍ୟବହାର ଉପରେ ଉପସ୍ଥିତ ବ୍ୟକ୍ତି ମାନଙ୍କୁ ବୁଝେଇ ଥିଲେ | ଉପସ୍ଥିତ ବ୍ୟକ୍ତି ମାନେ ମଧ୍ୟ ଏହି ଘିଅ କୁ ଖୋଲି ଏବଂ ବ୍ୟବହାର କରି ତାହା ଅନ୍ୟ ଘିଅ ଠାରୁ ବହୁତ ଭଲ ବୋଲି କହିବା ସହିତ ଏହାକୁ ସମସ୍ତଙ୍କ ଭୋଜି, ଭାତ, ବାହାଘର, ହୋମ, ଯଜ୍ଞ , ବ୍ରତ, ବିବାହ ଇତ୍ୟାଦି କାର୍ଯ୍ୟ ରେ ଲାଗିପାରିବା ସହିତ ଆଗାମୀ ଦିନରେ ଲୋକଙ୍କ ର ଖୁବ ଗ୍ରହଣୀୟ ହେବ ବୋଲି କହିଥିଲେ | ଏହି ବୈଠକ କୁ ପୁରୁଷୋତ୍ତମପୁର ର ଷ୍ଟକିଷ୍ଟ ନେଇଥିବା ଶ୍ରୀ ତାରା ତାରିଣୀ ଏଣ୍ଟର ପ୍ରାଇଜର୍ସ ର ମୁଖ୍ୟ ରମେଶ ଚନ୍ଦ୍ର ଶତପଥୀ ସଂଯୋଜନା କରିଥିଲେ | ଅନ୍ୟ ମାନଙ୍କ ମଧ୍ୟରେ, ବିନାୟକ, ଟୁନା, କୃଷ୍ଣ, ସୀମା, ଭଗବାନ, ରାଧାଶ୍ୟାମ ପଣ୍ଡା, ରାଜେନ୍ଦ୍ର ପ୍ରସାଦ ଶତପଥୀ ସହଯୋଗ କରିଥିଲେ |