ରୁପ୍ରାରୋଡରେ ପଞ୍ଚାୟତସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୪

ସାଂସ୍କୃତିକ ସମ୍ଭାରରେ ଦୁଲୁକିଲା ବୀର କମଲ ମାଝୀ ମଞ୍ଚ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ରୁପ୍ରାରୋଡ ପଞ୍ଚାୟତରେ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୪ ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ରୁପ୍ରାରୋଡ ସ୍ଥିତ ବୀର କମଲ ମାଝୀ ମଞ୍ଚରେ ବୁଧବାର ଆୟୋଜିତ ହୋଇଥିବା ଏହି ପଞ୍ଚାୟତସ୍ତରୀୟ କଳାହାଣ୍ଡି ଉତ୍ସବର ସାଂସ୍କୃତିକ ସମ୍ଭାର ଦର୍ଶକମାନଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାନ୍ଧି ରଖିଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ରୁପ୍ରାରୋଡ ସରପଞ୍ଚ ହେମନ୍ତ ଭୋଇଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି, ବିଡ଼ିଓ ଏନ୍ ଜଗଜ୍ଜିବନ ଚୌଧରୀ, ରାଜ୍ୟ ସମବାୟ ବାଣିଜ୍ୟ ମହାସଂଘ ତଥା ଭବାନୀପାଟଣା କେନ୍ଦ୍ର ସମବାୟ ବ୍ୟାଙ୍କ ନିର୍ଦେଶକ ଦେବରାଜ ମାଝୀ, ସମିତି ସଭ୍ୟା ଦିପାଞ୍ଜଳୀ ମାଝୀ, ନାଏବ ସରପଞ୍ଚ ପ୍ରମୋଦିନୀ ସାହୁଙ୍କ ସମେତ ସମାଜସେବୀ ଦିନେଶ ଖେତାନ ଓ ସଚିନ ଅଗ୍ରୱାଲ, ମୁଖ୍ୟବକ୍ତା ଅବସରପ୍ରାପ୍ତ ଶିକ୍ଷକ କୃଷ୍ଣଚନ୍ଦ୍ର ନାଏକ ପ୍ରମୁଖ ମଞ୍ଚାସୀନ ଥିଲେ।

Udyog Nursery
Udyogi Nursery

ଏହି ଅବସରରେ ଅବସରପ୍ରାପ୍ତ ଶିକ୍ଷକ ଅନାଦି ଚରଣ ଗିରି, ରୁପ୍ରାରୋଡ ବନପାଳ ବିଶ୍ବଜିତ ଠାକୁର, ଶିକ୍ଷକ ଅନିଲ ପ୍ରସାଦ ସାହୁ, ପିଇଓ ମୁରଲୀଧର ମୁଣ୍ଡ, ସମାଜସେବୀ ସୁଦିପ୍ତ ସେଠି, ରୁପ୍ରାରୋଡ କୃଷି ସେବା ସମବାୟ ସମିତି ସଭାପତି ବିଜୟ ଭୋଇ ପ୍ରମୁଖଙ୍କ ସହ ଅନେକ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ ଅତିଥିବୃନ୍ଦ। ପ୍ରାରମ୍ଭରେ ବରଗାଁ ଧରଣୀପୀଠରୁ ବୀରବାଦ୍ୟ ଘୁମୁରା ଏବଂ ବିଭିନ୍ନ ବାଦ୍ୟନୃତ୍ୟ ସହ ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି ମଶାଲ ଯାତ୍ରାର ଶୁଭାରମ୍ଭ କରିଥିଲେ।

ଦିନସାରା ଶିକ୍ଷାବିତ୍ ଅନାଦି ଚରଣ ଗିରି କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ସାନ୍ଧ୍ୟ ଅଧିବେଶନର ମଞ୍ଚ ପରିଚାଳନା କରିଥିଲେ ଶିକ୍ଷାବିତ ଅନିଲ ପ୍ରସାଦ ସାହୁ। ୟଙ୍ଗ ବ୍ଲଡ଼ ପବ୍ଲିକ ସ୍କୁଲ, ସରସ୍ୱତୀ ଶିଶୁ ମନ୍ଦିର, ଦ୍ରୋଣାଚାର୍ଯ୍ୟ ସ୍କୁଲ, ପଞ୍ଚାୟତ ଅନ୍ତର୍ଗତ ଅନେକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ନୃତ୍ୟ ସହ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଯୋଗ ଦେଇଥିବା କଳାକାରମାନଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମରେ ରଙ୍ଗିନ ହୋଇ ଉଠିଥିଲା ବୀର କମଲ ମାଝୀ ମଞ୍ଚ।

ଏହି ଅବସରରେ ନର୍ଲା ସରପଞ୍ଚ ସଂଘ ସଭାପତି ଅନ୍ତରାମ ମାଝୀ, ମାଣ୍ଡେଲ ସରପଞ୍ଚ ପଦ୍ମଲୋଚନ ଜାଲ, ବାଗପୁର ସରପଞ୍ଚ ଗୋପାଳ ହାତୀ, ରାକ୍ସି ସରପଞ୍ଚ ଯେମନ୍ତ ପୋଢ, ସେରଗଡ ସରପଞ୍ଚ ରାହୁଲ ସାହୁ ଓ ସର୍ଗିଗୁଡା ସରପଞ୍ଚଙ୍କ ପ୍ରତିନିଧି ବିଜୟ ବୁଦ୍ଧିଆଙ୍କୁ ମଞ୍ଚରେ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ। ପଞ୍ଚାୟତର କର୍ମଚାରୀ ବୃନ୍ଦ; ଜିଆରଏସ ସୁଶାନ୍ତ ସାହୁ, ଯୋଗାଣ ସହାୟକ ପ୍ରମୋଦ କୁମାର ଶର୍ମା, ସେବକ କିଆବନ ବଗର୍ତ୍ତି, ସୁରଥ ନାଗ, ରାତ୍ରୀ ଜଗୁଆଳୀ ପର୍ଶୁ ହଂସ, ଏସଇଏମ ପ୍ରମୋଦ ପଟ୍ଟନାୟକ, ଗଜାନନ ପୁଟେଲ, ରାଜିନ ମାଝୀ ଓ ବବୃବାହାନ ମାଝୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ଗ୍ରାମ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ମୁରଲୀଧର ମୁଣ୍ଡ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଉତ୍ସବରେ ପ୍ରବଳ ଜନସମାଗମ ହୋଇଥିବା ଦେଖିବାକୁ ମିଳିଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.