କଣ୍ଟାମାଳରେ ବଲେରୋ ଗାଡି ଉପରରେ ଦୁର୍ବୃତ୍ତଙ୍କ ଆକ୍ରମଣ

ଟଂକା, ସୁନା ଓ ମୋବାଇଲ ଝାମ୍ପି ନେଲେ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଲା କାଶୀପୁର ଥାନା ଅନ୍ତର୍ଗତ କଣ୍ଟାମାଳ ଗ୍ରାମରେ କିଛି ଦୁର୍ବୁତ୍ତ ମଙ୍ଗଳବାର ସନ୍ଧ୍ୟାରେ ଥୁଆମୁଳରାମପୁର ଥାନା ଅନ୍ତର୍ଗତ ମେଲଘରା ଗ୍ରାମର କିଛି ମହିଳା ଓ ପୁରୁଷଙ୍କୁ ମରଣାତ୍ମକ ଆକ୍ରମଣ କରିବା ସହ ତାଙ୍କ ଠାରେ ଥିବା ମୋବାଇଲ,ସୁନା ଅଳଙ୍କାର ସହ ଟଙ୍କା ଲୁଟିନେଇଥିବା ଅଭିଯୋଗ ହୋଇଛି। ଘଟଣା ଅନୁଯାୟୀ ମେଲଘରା ଗ୍ରାମର ପ୍ରାୟ ୨୨ ଜଣ ମହିଳା ଓ ପୁରୁଷ କୌଣସି କାମରେ ରାୟଗଡା ଜିଲ୍ଲା ଅନ୍ତର୍ଗତ କାଶୀପୁର ବ୍ଲକର ଟିକିରି ଗ୍ରାମକୁ ଯାଇଥିଲେ।ରାତିରେ ଫେରିବା ବେଳକୁ ସନ୍ଧ୍ୟା ହେଇଯିବା ଫଳରେ ସେମାନେ ଦୁଇଟି ବଲେରୋ ଗାଡି ଓ ଗୋଟିଏ ବାଇକ ଯୋଗେ ନିଜ ଗାଁ ମେଲଘରାକୁ ଫେରୁଥିଲେ। ଫେରିବା ବାଟରେ କାଶୀପୁର ଥାନା ଅନ୍ତର୍ଗତ କଣ୍ଟାମାଳ ଗ୍ରାମର କିଛି ଲୋକ ହଠାତ ବଲେରୋ ଗାଡିକୁ ଠେଙ୍ଗାବାଡି ସହ ପଥର ମାରି ଆକ୍ରମଣ କରିଥିଲେ। ପରବର୍ତ୍ତୀ ସମୟରେ ଉକ୍ତ ବଲେରୋଟିକୁ ଅଟକାଇ ଭଙ୍ଗାରୁଜା କରିବା ସହ ବଲେରୋ ଯାତ୍ରୀଙ୍କୁ ମାଡ଼ ମାରି ପ୍ରାୟ ୬୦ ହଜାର ଟଙ୍କା, ୨ଟି ମୋବାଇଲ ଓ କିଛି ମହିଳାଙ୍କ ଠାରୁ ସୁନା ମଧ୍ୟ ଲୁଟି ନେଇଥିବା କାଶୀପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି। ଘଟଣାଟି ଗତକାଲି ରାତ୍ରୀ ସାଢେ ଆଠଟା ସମୟରେ ହେଇଥିବା ବେଲେ ଗ୍ରାମବାସୀ କୌଣସି ପ୍ରକାରରେ ସେଠାରୁ ଖସି ନିଜ ଗାଁକୁ ଫେରିଯାଇଥିଲେ। ଘଟଣାରେ ପିଡିତା ମହିଳା ଓ ପୁରୁଷ ଆଜି ସକାଳେ କାଶୀପୁର ଥାନାରେ ପହଞ୍ଚି ଘଟଣା ସମ୍ପର୍କରେ ଏକ ଲିଖିତ ଅଭିଯୋଗ ଦେଇଛନ୍ତି।ଘଟଣାରେ କଣ୍ଟମାଳ ଗ୍ରାମର କିଛି ବ୍ୟକ୍ତି ସମ୍ପୃକ୍ତ ଥିବା ପ୍ରାଥମିକ ତଦନ୍ତରେ ସ୍ପଷ୍ଟ ହେଇଥିବା ବେଳେ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଅଧିକାରୀ ସୂର୍ଯ୍ୟ ପ୍ରକାଶ ନାଏକ ପ୍ରକାଶ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.