କର୍ଲାମୁଣ୍ଡାରେ ୨୬ତମ ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୪ ଉଦଘାଟିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ସ୍ଥିତ ସାଧାରଣ ପଡିଆ ଠାରେ ପଞ୍ଚାୟତ ସମିତି ଅଧ୍ୟକ୍ଷା କୁନି ସାହୁଙ୍କ ସଭାପତିତ୍ୱରେ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୪ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟ କ୍ରମରେ ରାଜ୍ୟ ସଭା ସାଂସଦ ସୁଜିତ କୁମାର ମୁଖ୍ୟ ଅତିଥି, ପଶ୍ଚିମ ଓଡିଶା ବିକାଶ ପରିଷଦ ସଦସ୍ୟ ଅଭିନାଶ ଠାକୁର ମୁଖ୍ୟ ବକ୍ତା, ଜିଲ୍ଲା ପରିଷଦ ସଦସ୍ୟ ସୁରେଶ ଚୌଧୁରୀ (ଯୋନ ଖ) ମହେନ୍ଦ୍ର ରଣା (ଯୋନ କ) ବ୍ଲକ ସରପଞ୍ଚ ସଂଘ ସଭାପତି ବରୁଣ ଛତ୍ରୀଆ, ବ୍ଲକ ସମିତି ସଭ୍ୟ ସଂଘ ସଭାପତି ନିମାଇଁ ଚରଣ, ଏଇ ସନ୍ଦୀପ କୁମାର ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ କଳାହାଣ୍ଡି ଉତ୍ସବ ୨୬ତମ କଳାହାଣ୍ଡି ର କଳା ସଂସ୍କୃତି ଐତିହ ପରମ୍ପରାକୁ ନେଇ ଅତିଥି ମାନେ ମତବ୍ୟକ୍ତ ରଖିଥିଲେ। ମଞ୍ଚ ପରିଚାଳନା କବି ପ୍ରଶାନ୍ତ କୁମାର ଦାସ କରିଥିବା ବେଳେ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ବସନ୍ତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.