ସାଂସ୍କୃତିକ ଲୋକ ନୃତ୍ୟରେ ଦୁଲୁକିଲା ଚୁରାପାହାଡ଼ ମଞ୍ଚ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡିର କଳା, ସଂସ୍କୃତି ଓ ପରମ୍ପରା ବାର୍ତ୍ତାବହ ଗୋଲାମୁଣ୍ଡା ବ୍ଲକ କଳାହାଣ୍ଡି ଉତ୍ସବ ୨୦୨୪ ଗତକାଲି ରାତ୍ର ସମୟରେ ଉଦ୍ଯାପିତ ହୋଇଯାଇଛି । ଏଥିପୂର୍ବରୁ ସକାଳ ସମୟରେ ସ୍ଥାନୀୟ ଠାକୁରାଣୀ ମନ୍ଦିର ପରିସରରୁ ପୂଜାର୍ଚ୍ଚନା ପରେ ମଶାଲ ଦ୍ବାରା ଶୋଭାଯାତ୍ରା ବାହାରି ସ୍ଥାନୀୟ ବ୍ଲକ ପରିସରରେ ହୋଇଥିବା ଚୁଡା ପାହାଡ ମଞ୍ଚରେ ପହଞ୍ଚିଥିଲା । ମଶାଲ ପହଞ୍ଚିବା ପରେ ମଞ୍ଚ ପୁଜା ସହିତ ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ଚୁଡା ପାହାଡ ମଞ୍ଚ ଉଦ୍ଘାଟିତ ହୋଇଥିଲା । ମଶାଲ ଶୋଭାଯାତ୍ରାରେ ବ୍ଲକ ଅଧ୍ୟକ୍ଷା ପଞ୍ଚମୀ ଦୀପ, ବିଡିଓ ଅକ୍ଷମିତା କାର୍ତିକ, ସରପଞ୍ଚ ସଂଘ ସଭାପତି ପୁରୁଷୋତ୍ତମ ରାଉତଙ୍କ ସମେତ ଅନେକ ଲୋକେ ସାମିଲ ହୋଇଥିଲେ । ମଶାଲ ଶୋଭାଯାତ୍ରା ସମୟରେ କଳାହାଣ୍ଡିର ବିରବାଦ୍ୟ ଘୁମୁରା, ବଜାସାଲ ଦଳ ମଧ୍ୟ ସାମିଲ ହୋଇଥିଲା । ସଂନ୍ଧ୍ୟା ସମୟରେ ବ୍ଲକ ଅଧକ୍ଷା ପଞ୍ଚମୀ ଦୀପ ଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଗୃହରାଷ୍ଟ୍ର ମନ୍ତ୍ରୀ ତଥା ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଉପସ୍ଥିତ ରହି ପୂଜାର୍ଚ୍ଚନା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ପ୍ରଦୀପ କୁମାର ମିଶ୍ର ସମ୍ମାମିତ ଅତିଥି ଭାବେ ଜୁନାଗଡ ବ୍ଲକ ଅଧ୍ୟକ୍ଷା ସବିତା ମେହେର, ବିଡିଓ ଅକ୍ଷମିତା କାର୍ତିକ , ଉପଜିଲ୍ଲାପାଳ ବିରଞ୍ଚି ନାରାୟଣ ଦରୱାନ,ଉପଖଣ୍ଡ ପୋଲିସ ଅଧିକାରୀ ଧିରଜ ଚୋପଦାର, ସମିତି ସଭ୍ୟ ସଭାପତି ଦୁର୍ଗେଶ୍ୱର ସାହୁ,ସରପଞ୍ଚ ସଂଘ ସଭାପତି ପୁରୁଷୋତ୍ତମ ରାଉତ,ଜିଲ୍ଲା ପରିଷଦ ସଭ୍ୟା ହେମାଙ୍ଗିନି ରାଉତ, ସରିତା ମାଝୀ, ଜିଲ୍ଲା ପରିଷଦ ସଭ୍ୟ ଜୟସେନ ସାହୁ, ଭବାନୀପାଟଣା ପୂର୍ବତନ ନଗରପାଳ ଆଦିତ୍ୟ ନନ୍ଦ ପ୍ରମୁଖ ମଞ୍ଚାଶୀନ ଥିବା ବେଲେ ପ୍ରଦୀପ କୁମାର ମିଶ୍ର ସଭା ପରିଚାଳନା କରିଥିଲେ । ଅତିଥିମାନେ କଳାହାଣ୍ଡିର ଐତିହ, ପରମ୍ପରା ଉପରେ ଅଲୋକପାତ କରିବା ସହିତ କଳାହାଣ୍ଡି ଉତ୍ସବ ଜରିଆରେ ଗ୍ରାମାଞ୍ଚଳର ଲୁକ୍କାୟିତ ପ୍ରତିଭା ମାନେ ଆଗକୁ ଆସି ପାରୁଛନ୍ତି ବୋଲି ମତ ରଖି ଥିଲେ । ଅପରକ୍ଷରେ ବିଭିନ୍ନ ବିଭାଗରେ କର୍ତ୍ତବ୍ୟନିଷ୍ଠା ଭାବେ କାର୍ଯ୍ୟ କରୁଥିବା କର୍ମଚାରୀ, ବ୍ଲକର ଚାଷୀ ଓ ବିଭିନ୍ନ ବିଭାଗରେ ଅନୁଷ୍ଠିତ ପ୍ରତିଯୋଗିତାରେ କୃତିତ୍ୱ ଲାଭ କରିଥିବା ପ୍ରତିଯୋଗୀ ଓ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ସଭାକାର୍ଯ୍ୟ ପରେ ଚୁଡା ପାହାଡ ମଞ୍ଚରେ ଲୋକଙ୍କ ମନ ମୋହିଥିଲା ବ୍ଲକର ଛାତ୍ରଛାତ୍ରୀମାନଙ୍କ ଲୋକନୃତ୍ୟ ଓ ବିଭିନ୍ନ ଗ୍ରାମରୁ ଆସିଥିବା ଘୁମୁରା, ବଜାସାଲ, ବନାବାଡି, ଦାସକାଠିଆ, ଢାପ ନୃତ୍ୟ ଓ ଲୋକନୃତ୍ୟ ପରେ ମଞ୍ଚରେ ପରିବେଷଣ କାର୍ଯ୍ୟକ୍ରମକୁ ଲୋକେ ମଧ୍ୟ ରାତ୍ର ପର୍ଯ୍ୟନ୍ତ ଉପଭୋଗ କରିଥିଲେ ।