ନାମଯଜ୍ଞ ପ୍ରଚାର ରଥର ପରିକ୍ରମା: ଗାଁ ଗାଁରେ ସୃଷ୍ଟି କରୁଛି ଆଧ୍ୟାତ୍ମିକ ପରିବେଶ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ପ୍ରାଚୀନ ଭାରତୀୟ ଆଧ୍ୟାତ୍ମିକ ପରମ୍ପରାରେ କୀର୍ତ୍ତନ ସବୁ ଧର୍ମ ସହ ଜଡ଼ିତ। ହିନ୍ଦୁ, ବୌଦ୍ଧ ଓ ଶିଖ୍‌ ଧର୍ମରେ ଏହା ବିଶେଷ ଭାବେ ପ୍ରଚଳିତ। ଜନମାନସରେ ଏହାକୁ ରୁଚିକର କରିବା ପାଇଁ ସଂକୀର୍ତ୍ତନ ବୋଲି କୁହାଯାଏ। ଖୋଳ ଓ ତାଳ ମାଧ୍ୟମରେ ପ୍ରଭୁଙ୍କ ନାମ ଜପ କରି ତାଙ୍କ ଲୀଳାର ପ୍ରସାର କରାଇବା ଏହି ସଂକୀର୍ତ୍ତନର ମୂଳ ଉଦ୍ଦେଶ୍ୟ। କାଳକ୍ରମେ ଏହି ସଂକୀର୍ତ୍ତନ ଜନମାନସରୁ ଲୋପ ପାଇବାକୁ ବସିଲାଣି। ସରକାର ଏହାର ପୁନରୁଦ୍ଧାର ପାଇଁ ବିଭିନ୍ନ ପ୍ରୋତ୍ସାହନ ସହ ୫୦ ବର୍ଷରୁ ଊର୍ଦ୍ଧ୍ୱ କଳାକାରମାନଙ୍କୁ ଭତ୍ତା ପ୍ରଦାନ କରୁଛନ୍ତି। ଏହାସତ୍ତ୍ୱେ ଏହି ପ୍ରାଚୀନ ପରମ୍ପରାକୁ ଆପଣେଇବାକୁ କଳାକାରମାନେ ତତ୍ପରତା ପ୍ରକାଶ କରୁନାହାନ୍ତି। ଏଭଳି ସ୍ଥିତିରେ କୋକସରା ବ୍ଲକ ଶ୍ରୀ ଶ୍ରୀ ନିତାୟୀ ଚୈତନ୍ୟ ସଂକୀର୍ତ୍ତନ କଳାକାର ସଙ୍ଘ ଏହି ପରମ୍ପରାକୁ ବଞ୍ଚେଇ ରଖବାକୁ ପ୍ରୟାସ ଜାରି ରଖିଛି ଓ ଆସନ୍ତା ଫେବୃଆରୀ ୧୦ ତାରିଖ ରୁ ୨୪ ତାରିଖ ପର୍ଯ୍ୟନ୍ତ ରେଙ୍ଗାଲପାଲି ପଞ୍ଚାୟତ ଡ଼ଙ୍ଗରୀଗୁଡା ଖେଳ ପଡିଆ ଠାରେ ୧୦୪ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଛି। ଏହି କ୍ରମରେ ଲୋକଙ୍କୁ ଅବଗତ ଓ ଗ୍ରାମ ଗ୍ରାମରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରି ସଂକୀର୍ତନ ମଣ୍ଡଳୀ ସହ ଏକ ରଥ ପରିଭ୍ରମଣ କରୁଛି ଓ ଆସନ୍ତା ମାସରେ ହେବାକୁ ଥିବା ନାମଯଜ୍ଞ ରେ ସାମିଲ ହୋଇ ନାମ ରସ ପାନ କରି ସାନିଧ୍ୟ ଲାଭ କରିବାକୁ ନିବେଦନ କରିଛନ୍ତି। ଜାନୁଆରୀ ୩ ତାରିଖ ମାଝୀଗୁଡାରୁ ବାହାରିଥିବା ଏହି ପରିକ୍ରମା ରଥ ପରିଭ୍ରମଣରେ ଶ୍ରୀ ଶ୍ରୀ ନିତାୟୀ ସଂକୀର୍ତନ କଳାକାର ସଙ୍ଘ କୋକସରାର ସଭାପତି ସୁଶୀଲ କୁମାର ପଣ୍ଡା, ସମ୍ପାଦକ ବିଜୟ କୁମାର ପଣ୍ଡା, କୋଷାଧକ୍ଷ ଗଜିନ୍ଦ୍ର ନାଗ, ବରିଷ୍ଠ କର୍ମକର୍ତା ସୁଦର୍ଶନ ବେହେରା, ସୁରେଶ ହଂସ, ଦିଲୀପ ଶବର, ଧର୍ମାନନ୍ଦ ଶବର, ଭକ୍ତରାମ ଶବର, କୁର୍ତ୍ତିବାସ ଶବର ପ୍ରମୁଖ ରଥ ସହ ପରିକ୍ରମା କରୁଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.