ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା ସଦର ବ୍ଲକ ସାଲିହା ଓ ଆମସେନା ପଂଚାୟତରେ ଅର୍ପଣ ରଥକୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି। ଆସନ୍ତା ଜାନୁଆରୀ ୧୭ ତାରିଖରେ ପୁରୀ ଠାରେ ହେବାକୁ ଥିବା ଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପରେ ସମସ୍ତ ଗାଁର ପ୍ରତେକ ଘରୁ ଗୋଟିଏ ମୁଠା ଅରୁଆ ଚାଉଳ ଆଉ ଗୋଟିଏ ଗୁଆ ଅଣାଯାଉଛି। ତେବେ ସାଲିହା ପଂଚାୟତର ଚେନାବେଡା, ଝଲବାହାଲ, ଦେହାନପଡା ଓ ସାଲିହା ଗାଁଠାରେ ଏବଂ ଆମସେନା ପଂଚାୟତର ଠେଲକୋବେଡା, ଆମସେନା, କଲ୍ୟାଣପୁର ଓ ଗୋତମା ଗାଁ ଠାରେ ଏହି ରଥ ପରିଭ୍ରମଣ କରିଥିଲା। ପରିକ୍ରମା ସମୟରେ ଢୋଲ କୀର୍ତନ ଓ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନାମରେ ଗାଁ ଉତ୍ସବମୁଖର ହୋଇଯାଇଥିଲା। ଗ୍ରାମବାସୀ ଏହି ରଥକୁ ବିପୁଳ ଭାବେ ଭକ୍ତି ସହକାରେ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଇଥିଲେ। ନିଜ ନିଜ ଘର ସମ୍ମୁଖରେ ଛୋଟି କରି କଳସରେ ନଡ଼ିଆ ରଖି ସ୍ଥାପନ କରି ପୂଜାର୍ଚନା କରିଥିଲେ। ସାଲିହା ସରପଞ୍ଚ ଶମ୍ଭୁଲାଲ ସାହୁଙ୍କ ଅଧକ୍ଷତାରେ ଆୟୋଜିତ ଏହି ଉତ୍ସବରେ ଶତାଧିକ ଗ୍ରାମବାସୀ ଯୋଗଦାନ କରିଥିବାବେଳେ ସମ୍ମାନିତ ଅତିଥି ଭାବେ ନୂଆପଡା ପଂଚାୟତ ସମିତି ଅଧକ୍ଷା ତାରେଶ୍ବରୀ ସାହୁ ଯୋଗଦେଇଥିବା ବେଳେ ସମିତି ସଭ୍ୟା ନମିତା ବିଶ୍ୱାଳ, ପିଇଓ ପବିତ୍ର ମୋହନ ସାହୁ, ନାଏକ ସରପଞ୍ଚ ୱାର୍ଡ ମେମ୍ବର ଦେଓଲାଲ ସାହୁ, ବୁଧିଆରିନ ସାହୁ, ରିଦ୍ଧି ସାହୁ, ମମତା ସାହୁ, ବେକରାମ ସାହୁ, ଜୋଙ୍କି ବାଇ ସାହୁ, ରେଖରାମ ରାଉତ, ଭନତ ଶବର, ଲେସ କୁମାରୀ ରାଉତ ପ୍ରମୁଖ ବିଶେଷ ଭାବେ ସହଯୋଗ କରିଥିଲେ। ସେହିପରି ଭାବେ ଆମସେନା ସରପଞ୍ଚ କବିତା ଚୌହାନଙ୍କ ଅଧକ୍ଷତାରେ ଆୟୋଜିତ ଏହି ଉତ୍ସରେ ସମସ୍ତ ଗ୍ରାମବାସୀ ଅଂଶଗ୍ରହଣ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ନୂଆପଡା ପଂଚାୟତ ସମିତି ଅଧକ୍ଷା ତାରେଶ୍ବରୀ ସାହୁ ସମିତି ସଭ୍ୟା ଗୌରୀ ଚୌହାନ ପିଇଓ ପାର୍ବତୀ ମାଝୀ, ସମାଜସେବୀ ରାଧେଶ୍ୟାମ ବାଗ, ସନ୍ତୋଷ ଚୌହାନ, ୱାର୍ଡ ମେମ୍ବର ମିନାକ୍ଷୀ ସାହୁ, ୟଶବନ୍ତ ମାଝୀ, ନୋହର ସିଂ ପାଣ୍ଡେ, ପୁଷ୍ପା ବାଇ ପାଣ୍ଡେ, ସନ୍ତୋଷ ସାହୁ, ବାଲକୁମାର ସାହୁ, ଜିରାଖଣ୍ଡ ଯାଦବ, ରେଖା ସାହୁ, ତୁଳସୀ ସତନାମୀ, ଦଶରଥ ବରମଦେବ ବିଶେଷ ଭାବେ ସହଯୋଗ କରି ଉପସ୍ଥିତ ରହିଥିଲେ।