ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସ୍ଥାନୀୟ ରୟାଲପଡିଆ ରେ ଚାଲିଥିବା ୧୧ତମ ସୁଜନାଗ ସ୍ମାରକୀ ରାଜ୍ଯ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଗତକାଲି ର ସେମିଫାଇନାଲ ମ୍ୟାଚରେ ରୟାଲ ଷ୍ଟାର ବରଗଡ ବନାମ ଇଲେଭେନ ଷ୍ଟାର କଳାପଥର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚ ରେ ଟ୍ରାଇବ୍ରେକର ମାଧ୍ୟମ ରେ ୪-୨ ଗୋଲ ବ୍ୟବଧାନ ରେ ଇଲେଭେନ ଷ୍ଟାର କଳାପଥର ଦଳ ବିଜୟୀ ହୋଇ ଫାଇନାଲ କୁ ପ୍ରବେଶ କରିଛି । ଏହି ମ୍ୟାଚରେ ବେଷ୍ଟ ଗୋଲ କିପର ଅଂଶୁ ମୁଣ୍ଡା, ବେଷ୍ଟ ଡିଫେନ୍ସ ଟୁକୁ ଭୋଇ ବରଗଡ଼, ବେଷ୍ଟ ଉଇଙ୍ଗର ଅଭୟ ମୁଣ୍ଡା ସୋନପୁର, ବେଷ୍ଟ ମିଡଫିଲ୍ଡ ସୁମିତ ମୁଣ୍ଡା ବରଗଡ, ମେନ ଅଫ ଦ ମ୍ୟାଚ୍ ବିଶାଳ ମୁଣ୍ଡା ସୋନପୁର ପୁରସ୍କୃତ ହୋଇଥିଲେ। ମ୍ୟାଚରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ବ୍ୟବସାୟୀ ଗୁଣନିଧି ମେହେର, ଶିକ୍ଷାବିତ ଅଚ୍ୟୁତ ଛତ୍ର, ଶିକ୍ଷlବିତ ଶ୍ରୀଧର ବାଘ, ସନ୍ତୋଷ ପୂଜାରୀ, ଅରୁଣ ମେହେର, ମିତ୍ରଭାନୁ ଭୋଇ, ଭୁବନ ମେହେର ଏବଂ ଆୟୋଜକ କମିଟି ର ଅଧ୍ୟକ୍ଷ ଜଳନ୍ଧର ଦୀପ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ। ଆଜିର ଖେଳ କୁ ଜଗତ ଜଗଦଲା, ରାଜେଶ ଥନାପତି, ଯୋଗେନ୍ଦ୍ର ଓରାମ, ପ୍ରଶାନ୍ତ ସେଠି ଲାଇନ୍ସମେନ ଭାବରେ ସହଯୋଗ କରିଥିଲେ। ଚିକୁ ବଡ଼ପଣ୍ଡା ମ୍ୟାଚ କମିଶନର ଭାବରେ ଦାୟିତ୍ୱ ତୁଲାଇ ଥିବାବେଳେ ପ୍ରମିଚ ମାଝୀ ଧାରା ବିବରଣୀ ପ୍ରଦାନ କରିଥିଲେ। ପୁରସ୍କାର ବିତରଣୀ କାର୍ଯ୍ୟକ୍ରମ କୁ ଏକାଡେମୀର ସଭାପତି ରାକେଶ ନାଗ ପରିଚାଳନା କରିଥିଲେ ଓ ଖଗେଶ୍ୱର, ଜନ୍ମେଜୟ, ତ୍ରିଲୋଚନ, ସୁରଜ ପ୍ରମୁଖ ସହଯୋଗ କରିଥିଲେ। ଆଜି ପୁଲ ବି ର ପ୍ରଥମ ମ୍ୟାଚ ସ୍ପୋର୍ସ ହଷ୍ଟେଲ ସମ୍ବଲପୁର ବନାମ ସନରାଇଜ୍ ସ୍ପୋର୍ଟିଂ ମଧ୍ୟରେ ଖେଳ ଅନୁଷ୍ଠିତ ହେବ।