ସୁବର୍ଣ୍ଣ ଲୋକ ମହୋତ୍ସବ ଉଦଯାପିତ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ନୃତ୍ୟ ସଙ୍ଗୀତର ପହାପାର୍ବଣ ସୁବର୍ଣ୍ଣ ଲୋକ ମହୋତ୍ସବ-୨୦୨୪ ଲୋଇସିଂହା ଶଙ୍କର ବେହେରାଙ୍କ ସୁର ସାଧନା ଓ ସମ୍ବଲପୁର ପଦ୍ମିନୀ ଦୋରାଙ୍କ ଲହରୀ କଳାକାରଙ୍କ ନାଚ ଗୀତ ଓ ଜିଲ୍ଲାପାଳ ଏବଂ ଏସପିଙ୍କ ନାଚ ଗୀତର ତାଳେ ତାଳେ ଉଦଯାପିତ ହୋଇଯାଇଛି। ଜିଲ୍ଲାପାଳ ଓ ଏସପିଙ୍କ ସହଧର୍ମିଣୀଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦାଶ ଓ ଏଡିଏମ୍ ଶ୍ରୀମତୀ ପଧାନ, ଅବକାରୀ ଅଧିକ୍ଷିକା, ତହସିଲଦାର, ସଂସ୍କୃତି ଅଧିକାରୀ, ସୂଚନା ଓ ଲୋକ ସଂପର୍କ ଅଧିକାରୀ, ଅତିରିକ୍ତ ଯୋଗାଣ ଅଧିକାରୀ , ବିଭିନ୍ନ ଅଧିକାରି କର୍ମଚାରୀ ଓ ଆୟୋଜକ କମିଟିର ଶ୍ରୀବତ୍ସ ମଲ୍ଲିକ, ଗଦା ଧର ବାରିକ, ପ୍ରମୁଖ ସାଂସ୍କୃତିକ କମିଟି ର ସମସ୍ତ ସଭ୍ୟ, ଉଦ୍ଘୋଷକ , କଳାକାର, ମିଡିଆ ଏଇ ନାଚ ଗୀତରେ ସାମିଲ ହୋଇ ଖୁବ୍ ମଜା ନେଇଥିଲେ। ଉଦଯାପନୀ ଉତ୍ସବରେ ମୂଖ୍ୟ ଅତିଥି ଭାବେ ଚଳଚିତ୍ର ନିର୍ଦ୍ଦେଶକ ଡ଼. ସବ୍ୟସାଚୀ ମହାପାତ୍ର ଯୋଗ ଦେଇ ସୋନପୁରର ପ୍ରାଚୀନ ସଂସ୍କୃତିର ସଂରକ୍ଷଣ ଉପରେ ଗୁରୁତ୍ବ ଦେବାକୁ ପରାମର୍ଶ କରିଥିଲେ। ଏଡିଏମ୍ ସୂର୍ଯ୍ୟ ନାରାୟଣ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଏହି ଉଦଯାପନୀ ସଭାରେ ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଲେନ୍ଦୁ ରାୟ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ର ସଚିବ ପ୍ରବୋଧ ରଥ ଅତିଥି ଭାବେ ଯୋଗ ଦେଇ ବିଭିନ୍ନ ପ୍ରତିଭା, କଳାକାର, ମେଳା ର ସଫଳ ବ୍ୟବ ସାୟୀ, ବିଭିନ୍ନ ବିଭାଗ, ପୌର ପରିଷଦ, ସ୍ୱଚ୍ଛ ଭାରତ ସଂଗଠନ ଓ ହୋଟେଲ ମାଲିକ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। କବି ପ୍ରଦ୍ୟୁମ୍ନ ସାହୁ ସଭା ସଂଯୋଜନା କରିଥିବା ବେଳେ ନାଟ୍ୟ ଶ୍ରୀ ଗଦାଧର ବାରିକ ଧନ୍ୟବାଦ୍ ଅର୍ପଣ କରିଥିଲେ। ମାନଭଞ୍ଜନ ମିଶ୍ର, ଚୌଧୁରୀ ବିଭାର, ଅବିନାଶ ହୋତା, ଦେବାଶିଷ ପଟନାୟକ, ତନିସା ଅଗ୍ରୱାଲା, ରୁବୀ ବେହେରା, ଅମୃତା ପଣ୍ଡା ପ୍ରମୁଖ ସାଂସ୍କୃତିକ କାର୍ଯ୍ୟକ୍ରମରେ ଉଦ୍ଘୋଶକ ଭାବେ ଦାୟିତ୍ଵ ନେଇ ସୁନ୍ଦର ଭାବେ ପରିଚାଳନା କରିଥିଲେ। ଏବର୍ଷ ଉତ୍ସବରେ ସାଉଣ୍ଡ, ସିଟିଂ, କେଟ୍ରିନ ବ୍ୟବସ୍ଥା, ଓ ପଡ଼ିଆର ମେଟିଂ, ଅସଂଖ୍ୟ ଷ୍ଟଲ୍, ଖାଦ୍ୟ ଭେରାଇଟି, ସାଜ ସଜ୍ଜା , ଟ୍ରାଫିକ ଓ ସୁରକ୍ଷା ବ୍ୟବସ୍ଥାକୁ ଦର୍ଶକ ଖୁସି ହୋଇଥିଲେ। ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ ଶେଷ ହୋଇଥଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.