କୋକସରାରେ ବ୍ଲକସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୪ ଉଦଯାପିତ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରାର ଗୁଡହାଣ୍ଡି ମଞ୍ଚରେ ଦୁଇ ଦିନ ଧରି ଚାଲିଥିବା ବ୍ଲକସ୍ତରୀୟ କଳାହାଣ୍ଡି ଉତ୍ସବ ‘ଘୁମୁରା’ ଗୁରୁବାର ରାତିରେ ଉଦଯାପିତ ହୋଇଯାଇଛି। ବ୍ଳକ ଅଧ୍ୟକ୍ଷା ରୀତା ଅଗ୍ରୱାଲଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦଯାପନି ଉତ୍ସବରେ ମୁଖ୍ୟ ଅତିଥି ଭାବେ ମୁଖ୍ୟ ଅତିଥି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, ମୁଖ୍ୟବକ୍ତା ଇଭିନିଂ କଲେଜ ଅଧ୍ୟାପକ ପରମେଶ୍ବର ମୁଣ୍ଡ ଯୋଗଦେଇ ଥିଲେ। ବିଶିଷ୍ଟ ଅତିଥି ପଦ୍ମଶ୍ରୀ ହଳଧର ନାଗ, ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂ ଦେଓ, ଧର୍ମଗଡ଼ ବିଧାୟକ ମୌଷଧୀ ବାଗ, ବିଜ୍ଞାପିତ ଅଞ୍ଚଳ ପରିଷଦ ଜୟପୁର ନରେନ୍ଦ୍ର ମହାନ୍ତି, ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ ସ୍ନେହପ୍ରଭା ମାଝୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ହୋଇଥିଲେ। ଏହି କ୍ରମରେ ରାଜ୍ୟସ୍ତରୀୟ ବିତର୍କ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଗୋତମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଚର୍ଚ୍ଚିକା ହଂସ ସମେତ ରାଜ୍ୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତାରେ ଭାଗନେଇ କୃତିତ୍ୱ ୪୩ଜଣ ଛାତ୍ରଛାତ୍ରୀଙ୍କୁ ମାନପତ୍ର ସହ ସମ୍ବର୍ଦ୍ଧନା ଦିଆଯାଇଥିଲା। ସେହିପରି କୋକସରା ବ୍ଲକର ବିଭିନ୍ନ ବିଦ୍ୟାଳୟ ଓ କଲେଜ ଛାତ୍ରଛାତ୍ରୀ ମାନଙ୍କୁ ନେଇ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗୀତାରେ କୃତ୍ତିତ୍ବ ହୋଇଥିବା ବିଦ୍ୟାର୍ଥୀ ମାନଙ୍କୁ ମଧ୍ୟ ଅତିଥି ମାନଙ୍କ ଦ୍ୱାରା ପୁରଷ୍କାର ପ୍ରଦାନ କରାଯାଇଥିଲା। ଏହି କ୍ରମରେ ଶକ୍ତି ଅନୁଷ୍ଠାନ ଦ୍ବାରା ବାଲ୍ୟ ବିବାହ ମୁକ୍ତ ଭାରତ ପାଇଁ ଏକ ଶପଥପାଠ କରାଯାଇଥିଲା। ସାଂସ୍କୃତିକ ସନ୍ଧ୍ୟାରେ ପ୍ରଥମେ କଳାହାଣ୍ଡିର ଲୋକନୃତ୍ୟ ‘ଘୁମୁରା’ କାଶୀବାହାଲ ଦଳ ମଞ୍ଚକୁ ଦୁଲୁକାଇ ଥିବାବେଳେ ବିଭୋର ହୋଇଥିଲେ ଦର୍ଶକ। ଏହାପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଗୋଟିପୁଅ ନୃତ୍ୟ ପୁରୀ, ଶଙ୍କର ଡ୍ୟାନ୍ସ ଗୃପ ଲୋଇସିଙ୍ଘା, ଲାଠି ନୃତ୍ୟ କୋଟପାଡ଼, ଛତିଶଗଡ଼ ଡ୍ୟାନ୍ସ ଗୃପ, ନଟରାଜ ଡ୍ୟାନ୍ସ ଗୃପ କଟକ, ଦ୍ରୁସ୍ୟମ୍ ଡ୍ୟାନ୍ସ ଗ୍ରୁପ କଟକ, ତାନିଆ ଓ ଡ୍ୟାନ୍ସ ଗ୍ରୁପ କଲିଲତା ଆଦି ବିଭିନ୍ନ ସାଂସ୍କୃତିକ କଳା ପରିବେଷଣ ହୋଇଥିବାବେଳେ ଶହଶହ ଦର୍ଶକଙ୍କ ଭିଡ ଜମିଥିଲା। ଅତିଥି ପରିଚୟ ଓ ସ୍ବାଗତ ଭାଷଣ ଶିକ୍ଷକ ସଞ୍ଜିବ ପାଢ଼ୀ ପ୍ରଦାନ କରିଥିଲେ। ଉପସ୍ଥାପନ ଅଧ୍ୟାପକ ମୋହନ ଚରଣ ବିଷି ଓ ସୁବ୍ରତ କୁମାର ବେହେରା କରିଥିବାବେଳେ ସାଂସ୍କୃତିକ ମଞ୍ଚକୁ କୋକସରା ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ ଦେବାନନ୍ଦ ରାଉତ, ଶିକ୍ଷକ କ୍ଷୀରସିନ୍ଧୁ ବାଣୁଆ, ସୁଭଶ୍ରୀ ଚୌଧୁରୀ, ଅଧ୍ୟାପିକା ଗୀତାଞ୍ଜଳି ରାଉତ, ପଙ୍କଜ ମୁଖ ଚୌଧୁରୀ ପ୍ରମୁଖ ପରିଚାଳନା କରିଥିଲେ। ବ୍ଳକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ଦିପକ କୁମାର ବେହେରା, ବ୍ଳକ କର୍ମଚାରୀ ଏବଂ କଳାହାଣ୍ଡି ଉତ୍ସବ କମିଟିର ସମସ୍ତ କର୍ମକର୍ତ୍ତା ବିଭିନ୍ନ କାର୍ଯ୍ୟରେ ସହଯୋଗ କରିଥିବାବେଳେ କୋକସରା ପୁଲିସ ପ୍ରଶାସନ ଶାନ୍ତି ଶୃଙ୍ଖଳା ନିମନ୍ତେ ନିୟୋଜିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.