କେସିଙ୍ଗା ମହାବିଦ୍ୟାଳୟର ନୂଆ-ଓ କାର୍ଯ୍ୟକ୍ରମର ଉଦଯାପନ ଉତ୍ସବ 

ବାଳିକା କମନରୁମ ଓ ପରିଶ୍ରାଗାର ନିର୍ମାଣ ପାଇଁ ୫ ଲକ୍ଷ ଟଙ୍କା ଅନୁଦାନ ଘୋଷଣା କଲେ ରାଜ୍ୟସଭା ସାଂସଦ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଗଜିନ୍ଦ୍ର ସାହୁ): ରାଜ୍ୟ ସରକାରଙ୍କ ଯୁବ ବିକାଶ ତତ୍ବାବଧାନରେ କେସିଙ୍ଗା ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା ନୂଆ -ଓ ତଥା ନବୀନ ଓଡ଼ିଶା ଯୁବ ଓଡିଶା କାର୍ଯ୍ୟକ୍ରମର ଉଦଯାପନ ଉତ୍ସବ କଲେଜ ପରିସରରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। କେସିଙ୍ଗା ମହାବିଦ୍ୟାଳୟ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଗତ ଡ଼ିସେମ୍ବର ମାସରୁ ନୂଆ -ଓ କାର୍ଯ୍ୟକ୍ରମ ଜରିଆରେ ବିଭିନ୍ନ ଖେଳକୁଦ ତଥା ଅନ୍ୟାନ୍ୟ ପ୍ରତିଯୋଗୀତା କରାଯାଇଥିଲା। ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଶାନ୍ତ କୁମାର ପାଢ଼ୀ ଙ୍କ ସଭାପତିତ୍ବରେ ଉଦଯାପନୀ ସଭାରେ ରାଜ୍ୟସଭା ସାଂସଦ ସୁଜିତ କୁମାର ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । କଲେଜ୍ କତୃପକ୍ଷ ଙ୍କ ଅନୁରୋଧ କ୍ରମେ ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରୀ ମାନଙ୍କ ସୁବିଧା ପାଇଁ ଏକ କମନ ରୁମ୍ ଏବଂ ପରିଶ୍ରାଗାର ନିର୍ମାଣ ପାଇଁ ୫ ଲକ୍ଷ ଟଙ୍କା ଅନୁଦାନ ଘୋଷଣା କରିବା ସହ କଲେଜ ର ଭିତ୍ତିଭୂମି ପାଇଁ ଭବିଷ୍ୟତରେ ଆହୁରି ୫ ଲକ୍ଷ ଟଙ୍କା ଅନୁଦାନ ଯୋଗାଇ ଦିଆଯିବ ବୋଲି ସାଂସଦ ସୁଜିତ କୁମାର ପ୍ରତିଶ୍ରୁତି ଦେଇଛନ୍ତି।ମହାବିଦ୍ୟାଳୟର ପରିଚାଳନା କମିଟି ସଭାପତି ପ୍ରଦୀପ କୁମାର ରଥ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ହୋଇ ରାଜ୍ୟ ସରକାରଙ୍କ ନୂଆ -ଓ ଯୋଜନା କାର୍ଯ୍ୟକ୍ରମ ଉପରେ ମତପୋଷଣ କରି ଯୁବକ ଓ ଯୁବତୀ ମାନଙ୍କ ଦକ୍ଷତା କୁ ବଢ଼ାଇବା ପାଇଁ ରାଜ୍ୟ ସରକାରଙ୍କ ପ୍ରୟାସ କୁ ପ୍ରଶଂସା କରିଥିଲେ ଏବଂ କଲେଜରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନଙ୍କ ସ୍ବଭାବରେ ପରିବର୍ତ୍ତନ ସହିତ ବ୍ୟବହାର ପ୍ରତି ଗୁରୁତ୍ବ ଦେବାକୁ ଉଦବୋଧନ ଦେଇଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ କୁମାର ସେନାପତି ଓ କେସିଙ୍ଗା ଏନ୍ଏସି ଅଧ୍ୟକ୍ଷ ନୃପରାଜ ଯାଦବ ଯୋଗଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହାବିଦ୍ୟାଳୟର ବରିଷ୍ଠ ଇଂରାଜୀ ପ୍ରାଧ୍ୟାପକ ଅଶ୍ବିନୀ କୁମାର ପଟ୍ଟନାୟକ, ନୋଡାଲ ଅଫିସର ସତିଶ ଚନ୍ଦ୍ର ଖମାରୀ ସଭାରେ ମଞ୍ଚାସୀନ ରହିଥିଲେ। ସଭାରେ ସଭାପତିତ୍ବ କରିଥିବା କଲେଜ ଅଧ୍ୟକ୍ଷ ଶ୍ରୀ ପାଢ଼ୀ
ସ୍ବାଗତ ଭାଷଣ ପ୍ରଦାନ କରିବା ସହିତ ରାଜ୍ୟ ସରକାରଙ୍କ ୫ ଟି ଯୋଜନାରେ କେସିଙ୍ଗା ମହାବିଦ୍ୟାଳୟର ରୂପାନ୍ତରିତ ପାଇଁ ୧ କୋଟି ଟଙ୍କା ଅନୁଦାନ ଯୋଗାଇ ଦେଇଥିବାରୁ ରାଜ୍ୟ ସରକାରଙ୍କ ୫ଟି ଅଧ୍ୟକ୍ଷ ଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ। ଏହି ଅବସରରେ ନୂଆ -ଓ କାର୍ଯ୍ୟକ୍ରମର ବିଭିନ୍ନ ପ୍ରତିଯୋଗୀତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ଉଦଯାପନୀ ସଭାକୁ ଓଡ଼ିଆ ଅଧ୍ୟାପକ ଡ଼କ୍ଟର ରାକେଶ କୁମାର ବିଶି ମଞ୍ଚ ସଂଚାଳନ କରିଥିଲା ବେଳେ ଶିକ୍ଷା ବିଭାଗର ମୁଖ୍ୟ ଅଧ୍ୟାପକ ଉମେଶ ଚନ୍ଦ୍ର ବାରିକଙ୍କ ପରିଚାଳନାରେ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। କଲେଜର ପିଇଟି ଅଶ୍ବିନୀ କୁମାର ପାଇକରାୟ,ନରେନ୍ଦ୍ର ସିନ୍ଦୁର ପ୍ରମୁଖ ଙ୍କ ସମେତ ସମସ୍ତ କର୍ମଚାରୀ ନୂଆ -ଓ କାର୍ଯ୍ୟକ୍ରମର ବିଭିନ୍ନ ପ୍ରତିଯୋଗୀତାର ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.