ମା’ ତାରାତାରିଣୀଙ୍କୁ ଦର୍ଶନ କଲେ ମହାମହିମା ରାଜ୍ୟପାଳ 

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଦୁଇ ଦିନିଆ ଗଜପତି, ଗଞ୍ଜାମ ଗସ୍ତରେ ଓଡ଼ିଶାର ମହାମହିମ ରାଜ୍ୟପାଳ ଶ୍ରୀ ରଘୁବର ଦାସ ଆସି ଗୁରୁବାର ଦିନ ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ପହଞ୍ଚିଥିଲେ | ସେଠାରେ ମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ଓ ସେବାୟତ ମାନଙ୍କ ତରଫରୁ ତାଙ୍କୁ ପୁଷ୍ପଗୁଛ ଉପଢୌକନ ଦେଇ ସ୍ୱାଗତ କରାଯାଇଥିଲା | ତାପରେ ସେ ମା’ ଙ୍କ ଦର୍ଶନ କରି ତାଙ୍କର ଆଶିଷ କୃପା ଲାଭ କରିଥିଲେ । ସେଠାରେ ପ୍ରାୟ ଅଧଘଣ୍ଟାଏ ପୂଜାର୍ଚନା କରି ମନ୍ଦିରରୁ ବାହାରି ବେଢା ପରିକ୍ରମା କରିଥିଲେ |

ସରକାରଙ୍କ ଦ୍ଵାରା ଯେଉଁ ଉନ୍ନୟନ ମୂଳକ କାର୍ଯ୍ୟ ଚାଲିଛି ଏବଂ କିଛି ସରିଛି ତାହାକୁ ବୁଲି ଦେଖି ତାହା ଉପରେ ସମୀକ୍ଷା କରି ଖୁସିବ୍ୟକ୍ତ କରିଥିଲେ । ସେ ସେବାୟତ ମାନଙ୍କ ସହ କଥାବାର୍ତ୍ତା କରି ତାଙ୍କ ସହ ଫୋଟ ଉଠାଇ ସେମାନଙ୍କ ବିଷୟରେ ପଚାରି ବୁଝି ଥିଲେ | ଗସ୍ତ ସମୟରେ ଗଞ୍ଜାମ ଏସପି ଜଗମୋହନ ମିନା, ଅତିରିକ୍ତ ଏସପି, ଛତ୍ରପୁର ଅତିରିକ୍ତ ଜିଲ୍ଲାପାଳ ଓ ପୁରୁଷୋତ୍ତପୁର ବିଡ଼ିଓ ମନୋଜ କୁମାର ନାୟକ, ଏସଡିପିଓ ରଜନୀ କାନ୍ତ ସାମଲ, ଆଇଆଇସି ସମୀର କୁମାର ରାଉତ, ଓ ଥାନା ଷ୍ଟାଫ, ମନ୍ଦିର ପରିଚାଳନା ସଦସ୍ୟ ପ୍ରମୋଦ କୁମାର ପଣ୍ଡା, ଉପର ମନ୍ଦିର କାର୍ଯ୍ୟ ବୁଝୁଥିବା ପୂର୍ତ୍ତ ବିଭାଗ ଯେଇ ସୁରେଶ କୁମାର ମିଶ୍ର, ମନ୍ଦିର ସେବାୟତ ସଭାପତି ତପନ କୁମାର ରଣା, ମୁଖ୍ୟ ପୂଜାରୀ ବାପୁଜୀ ରଣାଙ୍କ ସହ ମନ୍ଦିର ପ୍ରାୟ ସେବାୟତ ଭାଇମାନେ, ପୋଲିସ ପ୍ରଶାସନ ପକ୍ଷରୁ ରାଜ୍ୟପାକଙ୍କ ସୁରକ୍ଷା ପାଇଁ ବିଭିର୍ଣ୍ଣ ସ୍ଥାନରେ ଏକସହରୁ ଉର୍ଦ୍ଧ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ | ରାଜ୍ୟପାଳ ମୁଖ୍ୟ ସେବାୟତ ବାପୁଜୀ ରଣାଙ୍କୁ ପୁଣି ଶସ୍ତ୍ରିକ ସହ ମାଙ୍କ ଦର୍ଶନ ପାଇଁ ଆସିବି ବୋଲି କହିଥିଲେ | ଏବଂ ଋଷିକୁଲ୍ୟା ନଦୀ ଓ ବିଜୁ ସେତୁକୁ ପାହାଡ଼ ଉପରୁ ଦେଖି ବହୁତ ଖୁସି ହୋଇଥିଲେ |

ସେଠାରୁ ହୁମା କୁ ପୁରୁଷୋତ୍ତମପୁର ରାସ୍ତା ଦେଇ ଗଲାବେଳେ ହରିଜନ ସାହି ଛକରେ ସୁଦର୍ଶନ ବେହେରା ଙ୍କ ୧୧ବର୍ଷର ପୁଅ ତନ୍ମୟ ବେହେରା ଥାଲେସେମିଆ ରୋଗରେ ପୀଡିତ ହୋଇ ବ୍ରହ୍ମପୁର, ଭୁବନେଶ୍ୱର ଓ ବାଙ୍ଗାଲୁରରେ ଚିକିତ୍ସିତ ହୋଇ ବହୁ ଅର୍ଥ ଖର୍ଚ୍ଚ କରି ଥିବାରୁ ରାଜ୍ୟପାଳଙ୍କ ଆସିବା ଖବର ଶୁଣି ସେହି ଛକରେ ଅପେକ୍ଷା କରି ଆସିବା ସମୟରେ ରାଜ୍ୟପାଳଙ୍କୁ ପୁଅ ବିଷୟରେ ଗୁହାରି କରିଥିଲେ ଓ ସମସ୍ତ ମେଡିକାଲ ରିପୋର୍ଟ ଦେଖାଇଲା ପରେ ମହା ମହିମା ରାଜ୍ୟପାଳ ରଘୁବୀର ଦାଶ ତାଙ୍କ ପୁଅର ଚିକିତ୍ସା ନିମନ୍ତେ ଏକ ଲକ୍ଷ ଟଙ୍କା ମଞ୍ଜୁର କରିଥିବାରୁ ସେହି ଅଞ୍ଚଳର ଜନ ସାଧାରଣ ଓ ପୀଡିତ ବାପା, ପୁଅ ରାଜ୍ୟପାଳଙ୍କୁ ଗଭୀର କୃତଜ୍ଞତା ଜଣାଇଛନ୍ତି |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.