ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ଆଜି କଳାହାଣ୍ଡି ଜିଲ୍ଲା ଶ୍ରୀ ରାମକୃଷ୍ଣ ଆଶ୍ରମ ମଟୋଗଣ୍ଡା ଶାଖା ଠାରେ ଜାତୀୟ ଯୁବ ଦିବସ ତଥା ସ୍ଵାମୀ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀ ଆଶ୍ରମ ର ସଂପାଦକ ସ୍ଵାମୀ ଅଶୋକାନନ୍ଦଜୀ ମହାରାଜ ଙ୍କ ପୌର ହିତ୍ୟ ରେ ପାଳିତ ହୋଇଯାଇଛି। ପ୍ରଥମେ ମଟୋଗଣ୍ଡା ବିବେକାନନ୍ଦ ବିଦ୍ୟାପୀଠ, ବିବେକାନନ୍ଦ ପବ୍ଳିକ ସ୍କୁଲ,ହରଗୈ।ରୀ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ, ଆଶ୍ରମ ଗାଡି ଚାଳନା ଶିକ୍ଷା କେନ୍ଦ୍ରର ଯୁବକ, ଆଦିବାସୀ ଛାତ୍ରାବାସ ର ଛାତ୍ର ଓ ଆଶ୍ରମ ର ସମସ୍ତ କର୍ମଚାରୀ ମାନଙ୍କୁ ନେଇ ଏକ ବିଶାଳ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା।ପରେ ଆଶ୍ରମ ର ବିବେକାନନ୍ଦ ସ୍ମାରକୀ ଗୃହରେ ଆୟୋଜିତ ଏକ ଆଧ୍ୟାତ୍ମିକ ସଭା ରେ ମୁଖ୍ୟ ଅତିଥି ଭାବେ କରଲାପଡା ପିଏସ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡଃ ତପନ କୁମାର ରଥ, ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଣୟ ଆନନ୍ଦ ତ୍ରିପାଠୀ ଯୋଗ ଦେଇ ସ୍ଵାମୀ ବିବେକାନନ୍ଦଙ୍କ ଯୁବ ସମାଜ ପ୍ରତି ଆହ୍ୱାନ ଓ ଭାରତ ବର୍ଷର ପ୍ରଗତି ପାଇଁ ସେମାନଙ୍କ ଅବଦାନ ବିଷୟରେ ଆଲୋକପାତ କରିଥିଲେ। ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥି ପୁରସ୍କାର ବିତରଣ କରିଥିଲେ।। ଆଶ୍ରମ ର ଅନ୍ନଦା ପ୍ରସାଦ ପଟ୍ଟନାୟକ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିବା ବେଳେ ବଟ କିଶୋର ପ୍ରଧାନ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ସ୍ଵାମୀ ଧିରେଶାନନ୍ଦ, ସ୍ଵାମୀ ବିରେଶାନନ୍ଦ, ସ୍ଵାମୀ ଶୁକଦେବାନନ୍ଦ, ସ୍ଵାମୀ ପୁରୁଷୋତମାନନ୍ଦ, ବିବେକାନନ୍ଦ ପବ୍ଳିକ ସ୍କୁଲ ଅଧ୍ୟକ୍ଷ ସୁରେନ୍ଦ୍ର ମହାଖୁଡ ସମେତ ସମସ୍ତ ଛାତ୍ର ଛାତ୍ରୀ ସାମିଲ ହୋଇଥିଲେ।