ଆମାନାରା ଧନୁଯାତ୍ରା ମହୋତ୍ସବ ପଞ୍ଚମ ରଜନୀ: ଭର୍ଚୁଆଲ ମୋଡ଼ରେ ଯୋଗଦେଲେ ମନ୍ତ୍ରୀ ରାଜୁ ଢୋଲକିଆ

କାଳୀୟ ନାଗ ସରଣାଗତ, ନାରଦଙ୍କ ପରାମର୍ଶରେ ରଙ୍ଗସଭା ଆୟୋଜନ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା ସଦର ବ୍ଲକ ଆମାନାରା ଧନୁଯାତ୍ରା ମହୋତ୍ସବର ପଞ୍ଚମ ରଜନୀରେ ଗୋପପୁରରୁ କାଳୀୟ ନାଗ ସରଣାଗତ ଓ ମଥୁରା ନାଗରୀରେ ନାରଦଙ୍କ ପରାମର୍ଶରେ ରଙ୍ଗସଭା ଆୟୋଜନ କରିଛନ୍ତି | ପଞ୍ଚମ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଓଡିଶା ସରକାରଙ୍କ କେବିନେଟ ମନ୍ତ୍ରୀ ରାଜୁ ଢୋଲକିଆ ଭରଚୁଆଲ ମୋଡ଼ରେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ମନ୍ତ୍ରୀଙ୍କ ପ୍ରତିନିଧି ଜୟ ଢୋଲକିଆ, ସ୍ୱତନ୍ତ୍ର ଉର୍ଣ୍ଣୟନ ପରିଷଦ ଅଧକ୍ଷ ଭାଗବତ ମାଝୀ, ଜିଲ୍ଲା ପରିଷଦ ସଭ୍ୟ ଅବନୀ ରଞ୍ଜନ ଯୋଶୀ, ନୂଆପଡା ପଂଚାୟତ ସମିତି ସଭ୍ୟା ତାରେଶ୍ବରୀ ସାହୁ, ଯୁବ ବିଜେଡି ଜିଲ୍ଲା ସଭାପତି ହରିଶ ଚନ୍ଦ୍ର ପଣ୍ଡା, ଯୁବ ଆଇନଜୀବି ଧନୀରାମ ସାହୁ, ସ୍ଥାନୀୟ ସରପଞ୍ଚ ଗଙ୍ଗେସ୍ୱରୀ ସିନ୍ହା, ସ୍ଥାନୀୟ ସମିତି ସଭ୍ୟା ନୂତନ ନାୟକ, ସାରାବଙ୍ଗ ସମିତି ସଭ୍ୟା ଜାଗୃତି ସାହୁ, ବାଗବାହାରା ପାର୍ଷଦ ଲୋକୁ ଚନ୍ଦ୍ରକାର, ସାଲିହା ସରପଞ୍ଚ ଶମ୍ଭୁଲାଲ ସାହୁ, କୋଦୋମେରୀ ସରପଞ୍ଚ ମମତା ପୁଞ୍ଜି, ଖୁଟମନ ଭେରା ସରପଞ୍ଚ ଚୁରଣ ପାଣ୍ଡେ, ସମିତି ତାତୁରାମ ପାଣ୍ଡେ, ଡ଼ୁମେରପାଣି ସମିତି ଚୁରନ ମାଝୀ, ଗୋଡ଼ଫୁଲା ସମିତି ସଭ୍ୟ ପ୍ରତିନିଧି ରବି ବାଗ, ସମାଜସେବୀ ଶ୍ୟାମ କେଶରୱାନୀ, ସତୀଶ ଜୈନ, ଗୋକୁଳ ମେହେର, ମନୋଜ ବଂଜାର, କମଲ ଠାକୁର, ଅସିତ ପୁଞ୍ଜି, ଦେୱାନନ୍ଦ ସାହୁ, ସନ୍ଦୀପ ଚନ୍ଦ୍ରକାର ପ୍ରମୁଖ ପ୍ରମୁଖ ଯୋଗଦେଇଥିଲେ | ଏଥିରେ କମିଟିର ଉପ ସଭାପତି ନନ୍ଦଲାଲ ରାଉତ ମଞ୍ଚ ପରିଚାଳନା କରିଥିଲେ | ତେବେ ଭରଚୁଆଲ ମୋଡ଼ ମାଧ୍ୟମରେ ମନ୍ତ୍ରୀ ଶ୍ରୀ ଢୋଲକିଆ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାକୁ କିପରି ଭାବରେ ଲୋକଙ୍କ ନିକଟତର କରିବାପାଇଁ ଅହରହ ପ୍ରୟାଶ କରୁଛନ୍ତି ତାହା ଜନସାଧାରଣଙ୍କୁ ନିଜର ଉଦବୋଧନରେ ପ୍ରକଶ କରିଥିଲେ | ଏହା ସହିତ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବର୍ତ୍ତମାନ ଠିକ ଅଛି ଓ ସେ ଅତି ଶୀଘ୍ର ଜନସାଧାରଣଙ୍କ ସେବାରେ ଅତି ଶୀଘ୍ର ନିୟୋଜିତ ହେବେ ବୋଲି କହିଥିଲେ | ତେବେ ମନ୍ତ୍ରୀଙ୍କ ଭରଚୁଆଲ ମୋଡ଼ ମାଧମରେ ଜନସାଧାରଣଙ୍କ ନିକଟତର ହେବା ଡାକ୍ତରଖାନାରେ ସିକିତ୍ସିତ ଅବସ୍ଥାରେ ତାହା ଜନସାଧାରଣରେ ଚର୍ଚ୍ଚା ହେଉଛି ଏବଂ ଭୁରି ପ୍ରଶଂସା କରାଯାଉଛି | ଆଜି ଅପରାହ୍ନରେ ଗୋପପୁରରେ କାଳୀୟ ନାଗ କୃଷ୍ଣ ବଳରାମଙ୍କ ସରଣାଗତ ହୋଇଥିଲା | ରାତିରେ ମଥୁରା ନଗରୀ କଂସ ଦରବାରରେ ଦେବର୍ଷି ନାରଦଙ୍କ ପରାମର୍ଶ କ୍ରମେ ରଙ୍ଗସଭା ଆୟୋଜନ ହୋଇଥିଲା | ଏଥିରେ ବହୁ ରାଜା ମହାରାଜା ଯୋଗ ଦେଇଥିବା ନାଟକ ମାଧ୍ୟମରେ ଅଭିନୟ ହୋଇଥିଲା | କଂସ ଭୂମିକାରେ ଚିଚିନ୍ଦାର ପ୍ରସିଦ୍ଧ କଳାକାର ଝସକେତନ ପ୍ରଧାନଙ୍କ ଅଭିନୟ ଚିତ୍ତାକର୍ଷକ ରହିଥିଲା | ରାତିରେ ଛତିଶଗଡ଼ର ଲୋକପ୍ରିୟ କଳାକାର ସ୍ୱର୍ଣ୍ଣା ଗରିମା ଦିୱାକର ତାଙ୍କ ଦଳ ସହ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା | ସଭାପତି ଚନ୍ଦ୍ରକାନ୍ତ ଠାକୁର, ସମ୍ପାଦକ ୟୋଗେଶ ନିର୍ମଲକର, କୋଷାଧକ୍ଷ ଦିଲୀପ ସିନ୍ହା, ସମାଜସେବୀ ହୀରା ନାୟକ, ସହ ସମ୍ପାଦକ ସେର ସିଂ ଠାକୁର, ନରେଶ ସାହୁ, ସନ୍ତୋଷ ରାଉତ, ଚୁରଣ ସିଂ ମାଝୀ, ଉମାଶଙ୍କର ଠାକୁର, ହେମା ରାଉତ, ବହାଦୁର ପାଣ୍ଡେ, ତୋପ ସିଂ ଠାକୁର, ଦେବି ସିଂ ମାଝୀ, ଠାକୁର ରାମ ପଟେଲ, ଯୋଗେନ୍ଦ୍ର ଶର୍ମା, ନୀଳାମ୍ବର ରାଉତ, ପରମେଶ୍ୱର ମାଝୀ, ରାକେଶ ସାହୁ, ହେମନ୍ତ ଦୁର୍ଗା ପ୍ରମୁଖ ଉପସ୍ଥିତ ଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.