ଓଡ଼ିଆ ବାର୍ତ୍ତା/ ସୋନପୁର (ସର୍ଜନ କୁମାର ପାଣ୍ଡେ) : ସୋନପୁର ସହରର ଲୁଲୁ ଖେଲପଡିଆ ଠାରେ ଏଲ. ଏଫ. ସି. ସି ଆନୁକୂଲ୍ୟରେ ପ୍ରଥମ ରାତ୍ରିକାଳିନ ବାପୁନି କ୍ରିକେଟ ମେମୋରିଆଲ ଫାଇନାଲ ଖେଳରେ ସିଧିକ୍ଷାଂ ଇଲେଭେନ କୌଡିଆମୁଣ୍ଡା ଦଳକୁ ଏସ୍ ଏସ୍ ଲୁଟୁ ୱାରିୟସ ଅନୁଗୁଳ ପରାସ୍ତ କରି ଚାମ୍ପିଆନ ହେଇଛି । ଟସ୍ ଜିଣି ଲୁଟୁ ୱାରିୟସ ଅନୁଗୁଳ ବୋଲି ନିଷ୍ପତ୍ତି ନେଇଥିଲା । ସିଧିକ୍ଷାଂ ଇଲେଭେନ ୮ ଓଭରରେ ୩୩ ରନ ସଂଗ୍ରହ କରିଥିଲା । ଜବାବରେ ଲୁଟୁ ୱାରିୟସ ୪.୩ ଓଭରରେ ଦୁଇ ୱିକେଟ ହରାଇ ଟୁର୍ଣ୍ଣାମେଣ୍ଟ ବିଜୟୀ ହୋଇଥିଲା । ଲୁଟୁ ୱାରିୟସ ର ରାକେଶ ସାହୁ ଫାଇନାଲ ଖେଳରେ ଶ୍ରେଷ୍ଠ ଖେଳାଳୀ ଏବଂ ବେଷ୍ଟ ବୋଲର ବିବେଚିତ ହୋଇଥିଲେ । ସେହିପରି ଦଳର ଦେବାଶିଷ ପାଟ୍ଟଶାଣୀ ଟୁର୍ଣ୍ଣାମେଣ୍ଟ ର ସର୍ବଶ୍ରେଷ୍ଠ ଖେଳାଳୀ ଏବଂ ସାରନ ଇଲେଭେନ ବଲାଙ୍ଗିର ଦଳର ବିଶାଳ ତିରିିଆ ବେଷ୍ଟ ବ୍ୟଟ୍ସମ୍ୟାନ ଭାବରେ ପୁରସ୍କୃତ ହୋଇଥିଲେ । ପୁରସ୍କାର ବିତରଣୀ ତଥା ଉଦଯାପନୀ ସମାରୋହରେ ସଭାରେ ମୁଖ୍ଯ ଅତିଥି ଭାବେ ଆସିଷ୍ଟାଣ୍ଟ୍ କମିଶନର ସେଲଟେକ୍ସ ତନ୍ମୟ କୁମାର ନାଏକ, ସମାଜସେବୀ ଶ୍ରୀବଛ ମଲ୍ଲିକ, ଅରବିନ୍ଦ ବାରିକ, ନିଶାନ୍ତ ମହାନ୍ତି, ଶରତ ମହାପାତ୍ର, ଅବକାଶ ମହାନନ୍ଦ, ସନ୍ତୋଷ ପ୍ରଧାନ, ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ବିଜେତା ଦଳକୁ ଟ୍ରଫି ସହ ୫୦୦୦୦ ଟଙ୍କା ଓ ଉପ ବିଜେତା ଦଳକୁ ଟ୍ରଫି ସହ ୩୦୦୦୦ ଟଙ୍କା ପ୍ରଦାନ କରି ଖେଳାଳୀମାନଙ୍କୁ ପୁରସ୍କୃତ କରିଥିଲେ। ଟୁର୍ଣ୍ଣାମେଣ୍ଟ ରେ ସମୁଦାୟ ୧୬ ଗୋଟି ଦଳ ଭାଗ ନେଇଥିଲେ। ଏଲ. ଏଫ୍. ସି ର ସମସ୍ତ ସଦସ୍ଯ ଆୟୋଜନ ରେ ସହଯୋଗ କରିଥିଲେ ।