ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ହେଉଥିବା ଛାତ୍ରୀ ଦୀପାଂଜଳି ନାୟକଙ୍କୁ ଶୁକ୍ରବାର ଦିନ ଭେଟିଛନ୍ତି ରାୟଗଡା ବିଧାୟକ ମକରନ୍ଦ ମୁଦୁଲି ଓ ବରିଷ୍ଠ ସଂଗଠକ ୟାଲା ଭେଙ୍କେଟେଶ୍ୱର ରାଓ ଓରଫ କୋଣ୍ଡାବାବୁ । ପୀଡିତା ଛାତ୍ରୀର ସ୍ୱାସ୍ଥ୍ୟବସ୍ଥା ପଚାରିବା ସହ ବିଜେଡି ପକ୍ଷରୁ ସମସ୍ତ ପ୍ରକାର ଚିକିତ୍ସା ଓ ସହାୟତା ପ୍ରଦାନ କରାଯିବା ସହ ସଂପୂର୍ଣ୍ଣ ସୁସ୍ଥ ହେବା ପର୍ଯ୍ୟନ୍ତ ସମସ୍ତ ପ୍ରକାର ସାହାର୍ଯ୍ୟ ଓ ତଦାରଖ କରିବା ନିମନ୍ତେ ପ୍ରତିଶୃତି ପ୍ରଦାନ କରିଥିଲେ । ଏଥିସହ ସିଡିଏମଓ ରାୟଗଡା ଏବଂ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ଚିକିତ୍ସା କ୍ଷେତ୍ରରେ ସମସ୍ତ ପ୍ରକାର ସ୍ୱାସ୍ଥ୍ୟ ସୁବିଧା ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ପ୍ରକାଶ ଥାଉ କି,ରାୟଗଡା ସ୍ଥିତ ଜିଆଇଏସିଆର ପଡିଆ ଠାରେ ଗତ ଜାନୁଆରୀ ୧୦ତାରିଖ ଦିନ ନୂଆ-ଓ ଉତ୍ସବ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଳାର ବିଭିନ୍ନ ମହାବିଦ୍ୟାଳୟରୁ ୧୫ହଜାର ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ସାମିଲ ହୋଇଥିଲେ । ମଧ୍ୟାହ୍ନ ଭୋଜନ ସମୟରେ ରନ୍ଧା ଖାଦ୍ୟ ଖାଇବା ପାଇଁ ପିଲାମାନଙ୍କ ଗହଳି ମଧ୍ୟରେ ତଥା ଠେଲାପେଲାରେ ଖାଦ୍ୟ ଷ୍ଟଲ ନିକଟରେ ଥିବା ଗରମ ରନ୍ଧା ଖାଦ୍ୟ ଛାତ୍ରୀ ଦୀପାଂଜଳିଙ୍କ ଗୋଡରେ ପଡିଯାଇଥିଲା । ଜିଲ୍ଳାପାଳଙ୍କ ନିର୍ଦ୍ଦେଶକ୍ରମେ ଆହାତ ଛାତ୍ରୀଙ୍କ ଚିକିତ୍ସା କ୍ଷେତ୍ରରେ ସିଏମଆରଏଫ ପାଣ୍ଠିରୁ ୩୦ହଜାର ଟଙ୍କା ଆର୍ଥିକ ସାହାର୍ଯ୍ୟ ଯୋଗାଇ ଦିଆଯାଇଛି ଏବଂ ଆବଶ୍ୟକ ସ୍ଥଳେ ପ୍ଳାଷ୍ଟିକ ସର୍ଜରୀ ବିଶେଷଞଙ୍କ ସହ ଯୋଗାଯୋଗା କରାଯାଇଛି ।