ଜାନୁଆରୀ ୧୭ରେ ରାୟଗଡାରେ ପରିବେଶିତ ହେବ ନାଟକ ‘ମାଧବ ସନ୍ଧାନେ’

ରାୟାଲ ଚାଲେଂଜର୍ସ ସାଂସ୍କୃତିକ ସଂଘର ସାମ୍ବାଦିକ ସମ୍ମିଳନୀ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଓଡିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ସମସ୍ତ ଜିଲ୍ଳା ସଂସ୍କୃତ ପରିଷଦର ମିଳିତ ଆନୁକୂଲ୍ୟରେ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ଆୟୋଜିତ ଶ୍ରୀ ଜଗନ୍ନାଥ ପରିକ୍ରମା ପ୍ରକଳ୍ପର ଶୁଭ ଉଦଘାଟନ ଉପଲକ୍ଷେ ଆସନ୍ତା ଜାନୁଆରୀ ୧୭ତାରିଖ ସଂଧ୍ୟା ସାଢେ ୬ଟା ସମୟରେ ଓଡିଶାର ୩୦ଗୋଟି ଜିଲ୍ଳାରେ ଶ୍ରୀ ଜଗନ୍ନାତ ସଂସ୍କୃତି ଆଧାରିତ ନାଟକ ପରିବେଷଣ ହେବ । ଏହି କ୍ରମରେ ରାୟଗଡାର ସ୍ଥାନୀୟ ନାଟ୍ୟ ଅନୁଷ୍ଠାନ ରୟାଲ ଚାଲେଂଜର୍ସ ସାଂସ୍କୃତିକ ସଂଘ ଦ୍ୱାରା ଏହି ପବିତ୍ର କାର୍ଯ୍ୟକ୍ରମ ନିମନ୍ତେ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ମନୋନୀତ ସଂସ୍ଥା ରୟାଲ ଚାଲେଂଜର୍ସ ସାଂସ୍କୃତିକ ସଂଘ ଦ୍ୱାରା ‘ମାଧବ ସନ୍ଧାନେ’ ନାଟକ ସ୍ଥାନୀୟ ବିଜୁ ପଟ୍ଟନାୟକ ଅଡିଟୋରିୟମ୍ ଠାରେ ଓଡିଶାର ଖ୍ୟାତନାମା ବରିଷ୍ଠ କଳାକାର ନାଟ୍ୟଶ୍ରୀ ଡ.ନରେନ୍ଦ୍ର କୁମାର ମିଶ୍ରଙ୍କ ଦ୍ୱାର ରଚିତ ଏବଂ ନିର୍ଦ୍ଦେଶିତ ମାଧବ ସନ୍ଧାନେ,ନବ ନାଟକର କଥାବସ୍ତୁ ବିଶ୍ୱାବସୁ ଶବର ରାଜା ମାଧବ ଏବଂ ଶ୍ରୀ ଜଗନ୍ନାଥଙ୍କର କଥା ଉପରେ ଆଧାରିତ ନାଟକ ପରିବେଶିତ ହେବ ବୋଲି ଆଜି ଜିଲ୍ଳା ସଂସ୍କୃତି ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ନାଟ୍ୟଶ୍ରୀ ଡ.ମିଶ୍ର ପ୍ରକାଶ କରିଛନ୍ତି । ‘ମାଧବ ସନ୍ଧାନେ’ଭଳି ଭାବାବେଗ ପୂର୍ଣ୍ଣ ଆଧ୍ୟାତ୍ମିକ ସଂଘର୍ଷକୁ କେନ୍ଦ୍ର କରି ପ୍ରସ୍ତୁତ ହୋଇଥିବା ନାଟକର ମୁଖ୍ୟ ଚରିତ୍ର ଗୁଡିକରେ ନରେନ୍ଦ୍ର ମିଶ୍ର,ମିହିର ମିଶ୍ର,ଦେବୀପ୍ରସାଦ ରାଜଗୁରୁ,ବିଶ୍ୱାବସୁ ରାଜଗୁରୁ,ରିତା,ଉମା ଆଦି କଳାକାର ଅଭିନୟ କରୁଛନ୍ତି । ପ୍ରଚ୍ଛଦପଟ ଶଦ୍ଦ ଧ୍ୱନି ଏବଂ ସଙ୍ଗୀତ ପରିଚାଳନା ଇଂ.ବ୍ୟୋମକେଶ ମହାନ୍ତି ଓ ଲୋକନୃତ୍ୟରେ ଆଲଙ୍କରଣ କରିଛନ୍ତି ପିଡିସି ଦଳ । ଜିଲ୍ଳା ସଂସ୍କୃତି ପରିଷଦର ଅଧ୍ୟକ୍ଷା ତଥା ଜିଲ୍ଳାପାଳ ଶ୍ରୀମତି ସ୍ୱଧାଦେବ ସିଂଙ୍କ ସ୍ୱକୀୟ ସହଯୋଗରେ ପରିବେଶିତ ହେବାକୁ ଥିବା ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ସମସ୍ତ କଳାପ୍ରେମୀ ତଥା ଜଗନ୍ନାଥ ବିଶ୍ୱାସୀମାନେ ଉପସ୍ଥିତ ରହିବା ପାଇଁ ଅନୁଷ୍ଠାନର ସଭାପତି ମିହିର ମିଶ୍ର ଏବଂ ସଂପାଦକ ଦେବୀ ପ୍ରସାଦ ରାଜଗୁରୁ ନିବେଦନ କରିଥିଲେ । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ତଥା ଭାରପ୍ରାପ୍ତ ଜିଲ୍ଳା ସଂସ୍କୃତି ଅଧିକାରୀ ବସନ୍ତ କୁମାର ପ୍ରଧାନ ଯୋଗ ଦେଇଥିଲେ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.